ଟାକରା ଆଶ୍ରମ ବିଦ୍ୟାଳୟରେ ନୂତନ SMC ଗଠନ, ସଭାପତି ହେଲେ ପ୍ରିୟବ୍ରତ ଆଚାର୍ଯ୍ୟ

ଟାକରା ଆଶ୍ରମ ବିଦ୍ୟାଳୟରେ ନୂତନ SMC ଗଠନ, ସଭାପତି ହେଲେ ପ୍ରିୟବ୍ରତ ଆଚାର୍ଯ୍ୟ

ଦଶପଲ୍ଲା : ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗଙ୍କ ମାର୍ଗଦର୍ଶିକା ଅନୁଯାୟୀ ଦଶପଲ୍ଲା ବ୍ଲକ୍ ଅନ୍ତର୍ଗତ ଟାକରା ଆଶ୍ରମ ବିଦ୍ୟାଳୟର ନୂତନ ପରିଚାଳନା କମିଟି [SMC] ଗଠନ କରାଯାଇଛି।
ଗତ ୧୩ ତାରିଖରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିବାଜୀ କହଁରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କୁ ନେଇ ନୂତନ କମିଟି ଗଠନ କରାଯାଇଥିଲା। ଏଥିରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ମଧ୍ୟ ଉପସ୍ଥିତ ଥିଲେ।
ଆଜି ଅପରାହ୍ଣ ୨ଟା ସମୟରେ ବିଦ୍ୟାଳୟ ପରିସରରେ ନୂତନ କମିଟି ସଦସ୍ୟ ଏବଂ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ଉପସ୍ଥିତିରେ ଆଉ ଗୋଟିଏ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ସର୍ବସମ୍ମତି କ୍ରମେ କମିଟିର ସଭାପତି ଭାବେ ଶ୍ରୀ ପ୍ରିୟବ୍ରତ ଆଚାର୍ଯ୍ୟ ଏବଂ ଉପ-ସଭାପତି ଭାବେ ଶ୍ରୀମତୀ ମିନତୀ ସାହୁ ଙ୍କୁ ଚୟନ କରାଯାଇଛି।
ନୂତନ ସଭାପତି ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଯେ, “ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ଓ ବିକାଶ ପାଇଁ ମୁଁ ସର୍ବଦା ପ୍ରୟାସରତ ରହିବି। ବିଶେଷ କରି ଅଧାରୁ ପାଠ ଛାଡୁଥିବା ଛାତ୍ରଛାତ୍ରୀଙ୍କୁ ପୁଣି ବିଦ୍ୟାଳୟକୁ ଫେରାଇ ଆଣିବା ପାଇଁ ସଚେତନତା କାର୍ଯ୍ୟକ୍ରମ କରାଯିବ। ସେହିପରି ବିଦ୍ୟାଳୟର ଥିବା ସମସ୍ତ ସମସ୍ୟାର ସମାଧାନ ଦିଗରେ ମଧ୍ୟ ପ୍ରାଥମିକତା ଦିଆଯିବ।”ନୂତନ କମିଟି ଗଠନ ପରେ ଅଭିଭାବକ ମହଲରେ ଖୁସିର ଲହରୀ ଖେଳିଯାଇଛି। ନୂତନ ସଭାପତି ଓ ଉପ-ସଭାପତିଙ୍କୁ ସମସ୍ତେ ଶୁଭେଚ୍ଛା ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *