ତୋ ମାୟା ଦେବେ ଅଗୋଚର”


ତୋ ମାୟା ଦେବେ ଅଗୋଚର”

ରଜନୀକାନ୍ତ ରଥ,ରାଜନଗର, କେନ୍ଦ୍ରାପଡ଼ା।
ଜଗତ ର ନାଥ ଆହେ ଜଗନ୍ନାଥ
କେତେ ମାୟା ତୁହି ଜାଣୁ
ତୋହର ମାୟା ଯେ ଦେବେ ଅଗୋଚର
ଛାର ମାନବ କୁ କି ଅବା ଜଣା।
ଚାରି ଯୁଗେ କେତେ ମାୟା ଭିଆଇଛ
ତାହା ତ ତୁମକୁ ଜଣା।

ବିଚିତ୍ର ଏ ସୃଷ୍ଟି ତୁମେ ତ ଭେଇଛ
ତୋ ଲୀଳା ତୋତେ ହିଁ ଜଣା।
ଭକତ ର ବନ୍ଧୁ ତୁମେ ଦୀନବନ୍ଧୁ
ଡାକୁଛି ଭକତ ଦୀନବନ୍ଧୁ ରଖ
ତୁମେ ତ ବନ୍ଧୁ ମୋହର।
ତୁମ ବିନା ବନ୍ଧୁ ନାହିଁ ମୋହର।
ଭବ ସମୁଦ୍ର ପାରି ହେବାପାଇଁ
ଦିଅ ମୋତେ ଦିବ୍ୟ ଜ୍ଞାନ।
ତୁମରି ସେବାରେ ଯାଉ ମୋ ଜୀବନ
ଭଜି ଭଜି ତୁମ ନାମ।

Leave a Reply

Your email address will not be published. Required fields are marked *