କେତେ ନାଟ ଲଗାଉଛୁ ତୁହି କାଳିଆ।

କେତେ ନାଟ ଲଗାଉଛୁ ତୁହି କାଳିଆ।
(ପ୍ରକୃତି ବନ୍ଧୁ ହରିହର ସାହୁ)
କେତେ ନାଟ ଲଗାଉଛୁ ତୁହି କାଳିଆ
ଭଉଣୀ ସୁଭଦ୍ରା ସଙ୍ଗେ ଭାଇ ବଳିଆ ।
ସୁଦର୍ଶନ ପ୍ରଭୁ ସଙ୍ଗେ ରହୁ କାଳିଆ
ଗୁଣ୍ଡିଚା ମନ୍ଦିର ଆଜି ଦିଶେ ବଢିଆ।
ଭକତ ଗହଳି ତୋର ଦରଶନ ପାଇଁରେ
ତୋତେ ଛାଡ଼ି ଯିବାକୁ ମୋର
ମନ ହୁଏ ନାହିଁ ରେ।
ଚକା ଆଖି ଦେଖିବାକୁ ମନ ମୋର ଚାହୁଁଚି
ଦରଶନ ପାଇଁ ପ୍ରଭୁ ବ୍ୟାକୁଳ ମୁଁ ହୋଉଛି।
କଳାଶ୍ରୀ ମୁଖ ତୋହର ଲାଗେ କେଡେ ସୁନ୍ଦର
ମସ୍ତକେ ତୁଳସୀ ଜଟ
ଅପରୂପ ତୋହର।
ଦରଶନ ଦିଅ ଜଗା
ମନ ମୋର ବ୍ୟାକୁଳ
ତୋର ଦରଶନ ପାଇଁ ହୁଏ ମୁଁହି ପାଗଳ
ଭକତ ଜୀବନ ଧନ
ଭକତ ର ଠାକୁର
ଭାବକୁ ନିକଟ ତୁମେ
ଅଭାବ କୁ ଯେ ଦୂର।
(ରାଜ୍ୟ, ପ୍ରକୃତି ବନ୍ଧୁ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ)
ଇଲେଇଜଙ୍ଗ, ଗଁଦିଆ, ଢେଙ୍କାନାଳ, ଓଡ଼ିଶା

Leave a Reply

Your email address will not be published. Required fields are marked *