ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ

ପୁରୀ ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରି 223 ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ପୃଥକ ପୃଥକ 3 ଟି ମାମଲା ରୁଜୁ କରି 3 ଜଣଙ୍କୁ ଗିରଫ କରିଛି | ପୁରୀ ଟାଉନ ଥାନା ଅନ୍ତର୍ଗତ ମୋଚିସାହି ଛକରେ ଚଢ଼ାଉ କରାଯାଇ ପୂର୍ଣଚନ୍ଦ୍ର ପୃଷ୍ଟିକୁ ଗିରଫ କରିବା ସହ ତା ନିକଟରୁ 73 ଗ୍ରାମ, ଅଠରନଳା ଠାରୁ 95 ଗ୍ରାମ ବ୍ରାଉନ ସୁଗାର ସହ ରାଜେନ୍ଦ୍ର ଖଟେଇ ଓ ପିପିଲି ଡେଲାଙ୍ଗ ଅଂଚଳର ରାମଚନ୍ଦ୍ରପୁର ଗ୍ରାମରେ ଚଢ଼ାଉ କରି ଅଜୟ ପ୍ରଧାନକୁ ଗିରଫ ସହ ତା ନିକଟରୁ 55 ଗ୍ରାମ ବ୍ରାଉନ ଜବତ କରିଛି | ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ 22 ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଜଣାପଡିଛି |

Leave a Reply

Your email address will not be published. Required fields are marked *