ଶ୍ରୀ ନୀଳମାଧବ ନାଟକ ମଞ୍ଚସ୍ଥ
ପୁରୀ:୧/୮: ପୁରୀ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚରେ ଶ୍ରୀଜଗନ୍ନାଥାୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବର ପ୍ରାରମ୍ଭ ପର୍ବରେ ଅନୁଷ୍ଠାନର କର୍ମକର୍ତ୍ତାମାନଙ୍କ ସହିତ ଶ୍ରୀ ଚକ୍ରଧର ମହାପାତ୍ର, ରାମକୃଷ୍ଣ ମହାନ୍ତି, ଗୋବିନ୍ଦ ମହାନ୍ତି, ବିକାଶ ଦତ୍ତ, ବିକ୍ରମ ସାହୁ, ଗୁରୁ ଆର୍ତ୍ତତ୍ରାଣ ଶତପଥୀ, ଶ୍ରୀ ପ୍ରଫୁଲ୍ଲ କୁମାର ସାମନ୍ତରାୟ, ଶିକ୍ଷାବିତ ମମତା ମିଶ୍ର ପ୍ରମୁଖ ପ୍ରଦୀପ ପ୍ରଜ୍ବଳନ କରିଥିଲେ। ପ୍ରାରମ୍ଭରେ ପାରମ୍ପରିକ ରଚନାରୁ ଭକ୍ତି ସଙ୍ଗୀତ ପରିବେଷଣ କରିଥିଲେ ଗୁରୁ ସୁରେନ୍ଦ୍ର କୁମାର ଦାଶ। ପରେପରେ ନୟାଗଡ଼ର ପରମ୍ପରା ଅନୁଷ୍ଠାନ ପକ୍ଷରୁ ଶ୍ରୀ ନୀଳମାଧବ ନାଟକ ମଞ୍ଚସ୍ଥ ହୋଇଥିଲା। ନାଟକର ଲେଖକ ଓ ନିର୍ଦ୍ଦେଶକ ନିର୍ମଳ ଚନ୍ଦ୍ର ଶୂରଦେଓ ଥିବା ବେଳେ ଅଭିନୟର ରୀତେଶ ବେହେରା, ଦେବେନ୍ଦ୍ର ପରମଗୁରୁ, ରବୀନ୍ଦ୍ର କୁମାର ମହାପାତ୍ର, ନୀଳିମା ନନ୍ଦ, ସାଗର ଶୂରଦେଓ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ବହୁ ସଂସ୍କୃତି ପ୍ରେମୀ ଏହାକୁ ଉପଭୋଗ କରୁଥିଲେ। ଅନୁଷ୍ଠାନ ପକ୍ଷରୁ ସବୁ କଳାକାରଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।
