“ପ୍ରକୃତିର ଅନବଦ୍ୟ ସୃଷ୍ଟି ଭିତରକନିକା।”

“ପ୍ରକୃତିର ଅନବଦ୍ୟ ସୃଷ୍ଟି ଭିତରକନିକା।”ରଜନୀକାନ୍ତ ରଥ ଜଗନ୍ନାଥପୁର ଶାସନ ରାଜନଗର କେନ୍ଦ୍ରାପଡ଼ା ଭାରତର ଜାତୀୟ ମାନଚିତ୍ର ରେ ଭିତରକନିକା ର ସ୍ଥାନ ଅନନ୍ୟ। କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ବ୍ଲକ ଅନ୍ତର୍ଗତ ଭିତରକନିକା ପୃଥିବୀ ରେ ଅବସ୍ଥିତ ୪୧୪ ଟି ଅଭୟାରଣ୍ୟ ମଧ୍ୟରୁ ଅନ୍ୟତମ।ପ୍ରାକୃତିକ ଶୋଭାରେ ପରିପୂର୍ଣ୍ଣ ଭିତରକନିକା ପଶ୍ଚିମରେ ବ୍ରାହ୍ମଣୀନଦୀ,ପୂର୍ବରେ ବଙ୍ଗୋପସାଗର ସନ୍ନିକଟ ତ୍ରିକୋଣ ଭୂମିରେ ବିରାଟ ଲୁଣା ଜଙ୍ଗଲ। ଅଭୟାରଣ୍ୟ କୁ ଅନେକ ଖରସ୍ରୋତା ନଦୀ ନାଳ ପରିବେଷ୍ଟିତ ହୋଇ ରହିଛି। କନିକା ରାଜାଙ୍କ ପାରିଧି ଅଞ୍ଚଳ ଥିଲା। ରାଜାଙ୍କ ବୋଟ ଯିବା ପାଇଁ ଖୋଳା ଯାଇଥିବା ନଈ ଖୋଳା ନଈ ଭାବରେ ପରିଚିତ।ଏବେ ମଧ୍ୟ ଶିକର କୋଠୀ ଠାକୁରାଣୀ ପୋଖରୀ ଆଦି ରହିଛି।ପୂଜକ ମଧ୍ୟ ଥିଲେ।ଭିତରକନିକା ଏକ ନିଘଞ୍ଚ ଓ ଲୁଣା ଜଙ୍ଗଲ। ଏହାକୁ ମଧ୍ୟ ହେନ୍ତାଳ ବଣ ବୋଲି କୁହାଯାଏ। ଭିତରକନିକା ଅଭୟାରଣ୍ୟରେ ହେନ୍ତାଳ,କେରୁଆଁ, ଗରାଣୀ,ସୁନ୍ଦରୀ, ଗୁଆଁ ଓ ବନି ଆଦି ଗଛ ଦେଖିବାକୁ ମିଳେ। ଏହା ସାରା ଲୁଣା ଜଙ୍ଗଲ ର ୭ ଭାଗ। ସୁନ୍ଦରବନ ପରେ ଏହା ଭାରତର ଦ୍ଵିତୀୟ ବୃହତ୍ତମ ଲୁଣା ଜଙ୍ଗଲ। ୧୯୭୫ ମସିହାରେ ସରକାର ଭିତରକନିକା କୁ ଅଭୟାରଣ୍ୟ ଘୋଷଣା କରିଛନ୍ତି।ପୂର୍ବରୁ ରାଜନଗର,କନିକା ର ଲୋକ ମାନେ ନିଜର ଜାଳେଣି ପାଇଁ ଏହା ଉପରେ ନିର୍ଭର କରୁଥିଲେ।ଅଭୟାରଣ୍ୟ ଘୋଷଣା ପରେ ଅବାଧ ଗଛକଟା ଓ ପଶୁ ପjକ୍ଷୀ ଶିକାର ନିଷେଧ ହେଲା।ଭୁବନେଶ୍ୱର ରୁ ଭିତରକନିକାକୁ ୧୭୦ କମି.ଓ କଟକ ରୁ୧୪୦ କିମି.ଦୂର। ଏଠାକୁ ନିତିଦିନିଆ ରାସ୍ତା ରହିଛି।ଡଙ୍ଗମାଳଠାରେ କୁମ୍ଭୀର ଗବେଷଣା କେନ୍ଦ୍ର ,ରାତ୍ରି ରହଣି ପାଇଁ ଶୀତତାପନିୟନ୍ତ୍ରିତ ବଙ୍ଗଳା ମାନ ରହିଛି।ଭିତରକନିକା ସରୀସୃପ ମାନଙ୍କ ପାଇଁ ଏକ ନିରାପଦ ଆଶ୍ରୟସ୍ଥଳ।

ଭିତରକନିକାର ନଦୀ ନାଳ ରେ ଭାରତର ସବୁଠାରୁ ବେଶୀ ସଂଖ୍ୟାର ବଉଳା ଓ ଲୁଣା କୁମ୍ଭୀର ଦେଖା ଯାଏ।ଏହାର ଜଳରାଶି ରେବଉଳା ,ଶଙ୍ଖୁଆ ଓ ଥଣ୍ଟିଆ କୁମ୍ଭୀର ଦେଖାଯାଆନ୍ତି। ଡ଼ାଙ୍ଗମାଳ କୁମ୍ଭୀର ଗବେଷଣା କେନ୍ଦ୍ର ରେ ଥିବା “ଗୌରୀ” ନାମକ କୁମ୍ଭୀର ବିଶେଷ ଆକର୍ଷଣ।ନଭେମ୍ବର ମାସ ଠାରୁ ମାର୍ଚ୍ଚ ମାସ ଶେଷ ଯାଏ ପର୍ଯ୍ୟଟକ ମାନେ ଭିତରକନିକା ଅଭୟାରଣ୍ୟର ଶୋଭା ଦେଖିବା ସହ ନଦୀକୂଳରେ ଖରା ଖାଉଥିବା କୁମ୍ଭୀର ମାନକୁଁ ଦେଖି ବିଭୋର ହୁଅନ୍ତି।ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟରେ ବିଭିନ୍ନ ଋତୁରେ ବିଭିନ୍ନ ପ୍ରକାରର ପକ୍ଷୀ ଦେଖା ଯାଆନ୍ତି। ବିଭିନ୍ନ ପ୍ରକାରର ବଗ, ଛପ୍ରକର ମାଛରଙ୍କା,ଗେଣ୍ଡlଳିଆ, ଦାବେଣ୍ଟିଆ, ଶଙ୍ଖ ଚିଲ ଓ କୋଚିଲାଖାଇ ଆଦି ୧୫୦ ପ୍ରକାର ପକ୍ଷୀ ଦେଖା ଯାଆନ୍ତି।ଶୀତଦିନେ ବିଦେଶାଗତ ପକ୍ଷୀଙ୍କର କାକଳି ରେ ଭିତରକନିକା ଜାତୀୟ ଉଦ୍ୟାନ ମୁଖରିତ ହୋଇ ଥାଏ। ବଗ ଗହଣ ରେ ବିଭିନ୍ନ ପ୍ରକାରର ବଗ ଦେଖା ଯାଆନ୍ତି। ଏହା ପର୍ଯ୍ୟଟକ ମାନଙ୍କ ମୁଖ୍ୟ ଆକର୍ଷଣ। ଶୀତଦିନେ ଜଡ଼ା ହଂସ ଓ ଗେଣ୍ଡlଳିଆ ଅସଂଖ୍ୟ ଭାବରେ ଆସିଥାଆନ୍ତି। ଭିତରକନିକାର ସାମୁଦ୍ରିକ ବାଲୁକା ଶଯ୍ୟା ଗହୀର ମଥା ନାମରେ ପରିଚିତ। ଏହା ଅଲିଭ ରିଡ଼ଲେ କଇଁଛଙ୍କ ପ୍ରଜନନ ସ୍ଥଳୀ। ଏହା ଛଡ଼ା ଏକକୂଳl, ଅଗର ନlଶି, ବାବୁବାଲି ଓ ବରୁଣେଇ ଦୁର୍ଲଭ ଅଲିଭ ରିଡଲେ କଇଁଛମାନେ ଅଣ୍ଡା ଦେବାକୁ ଆସି ଥାଆନ୍ତି।ଭିତରକନିକାରେ ଅନେକ ପ୍ରକାର ବିଷଧର ସାପ ବାସ କରନ୍ତି। ଅହିରାଜ ନାମକ ଏକଦୂର୍ଲଭ ତଥା ଭୟଙ୍କର ସାପ ମାନେ ଏଠାରେ ଥିବା ଜଣାଯାଏ। ବଡ଼ ବଡ଼ ଅଜଗର ସାପ ମଧ୍ୟ ଅଛନ୍ତି। ହରିଣ , ବାରlହ୍l, ବଣ କୁକୁଡ଼ା ,ପlତିମଙ୍କଡ,ଝିଙ୍କ ଆଦି ବନ୍ୟ ପ୍ରାଣୀ ଦେଖା ଯାଆନ୍ତି।ଭିତରକନିକା ନଦୀ ନାଳ ରେ ଭେକ୍ଟl, ଖଇଙ୍ଗା, କଣ୍ଟିଆ, ଖୁରାଣ୍ଟ ଜଳଙ୍ଗ ଓ କଙ୍କଡ଼l ଆଦି ଦେଖାଯାଆନ୍ତି।ଭିତରକନିକାର ପ୍ରାକୃତିକ ଶୋଭା ଅତ୍ୟନ୍ତ ମନମୁଗ୍ଧକର।ଖୋଳା,ଡ଼ାଙ୍ଗମାଳ ଗୁପ୍ତ୍ତୀ, ଚାନ୍ଦବାଲି ଓ କନିକା ରୁ ବୋଟ ଯୋଗେ ଭିତରକନିକା ଜାତୀୟ ଉଦ୍ୟାନରେ ବୁଲିବା ଏକ ନିଆରା ଅନୁଭୂତି ପ୍ରଦାନ କରିଥାଏ।

Leave a Reply

Your email address will not be published. Required fields are marked *