SIP ABACUS ଯାଜପୁର ରୋଡ ଶାଖା ର ଦଶମ ବାର୍ଷିକ ଉତ୍ସବ ଅନୁଷ୍ଠିତ

*SIP ABACUS ଯାଜପୁର ରୋଡ ଶାଖା ର ଦଶମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି*ଯାଜପୁର ରୋଡ କହ୍ନେଇପୁର ସ୍ଥିତ SIP ABCUS ଶିକ୍ଷାନୁଷ୍ଠାନ ର ଦଶମ ବାର୍ଷିକ ଉତ୍ସବ ବ୍ୟାସଦେବ ଟାଉନ ହଲ ପରିସର ରେ ଅନୁଷ୍ଠିତ ହୋଇଯାଇଅଛି l ଯାଜପୁର ରୋଡ ଶାଖା ର ମୁଖ୍ୟ ଜ୍ୟୋତିର୍ମୟୀ ଦାସ ଙ୍କ ସଭାପତୀତ୍ୱ ରେ ଅନୁଷ୍ଠିତ ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସପନ କୁମାର ନନ୍ଦ, ସଂମ୍ମାନିତ ଅତିଥି ଭାବେ ଜିଲ୍ଲା ଟାକ୍ସ ବାର ର ସଭାପତି ତଥା ବରିଷ୍ଠ ଆଇନୀଜୀବୀ ବିବେକାନନ୍ଦ ମହାନ୍ତି, SIP ABCUS ଷ୍ଟେଟ ହେଡ଼ ସୁନୀଲ ନାୟକ, ଏସବିଡି ସ୍କୁଲ ର ଅଧକ୍ଷ୍ୟ କଳ୍ପତରୁ ସାହୁ ପ୍ରମୁଖ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ବଳନ କରି ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ପିଲାମାନଙ୍କୁ ଉଚିତ ମାର୍ଗ ରେ ନେଇ ଭଲ ମଣିଷଟିଏ କରି ଗଢି ତୋଳିବା ର SIP ABACUS ର ଯେଉଁ ପ୍ରଚେଷ୍ଟା ରହିଛି ସେଥିପାଇଁ ଅନୁଷ୍ଠାନ ର ସମସ୍ତ କର୍ମକର୍ତା ଙ୍କୁ ମୁଖ୍ୟ ଅତିଥି ଧନ୍ୟବାଦ ଦେଇଥିଲେ l ସଂମ୍ମାନିତ ଅତିଥି ଆଡ଼ଭୋକେଟ ବିବେକାନନ୍ଦ ମହାନ୍ତି ପିଲାମାନଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିବା ସହିତ ଅନୁଷ୍ଠାନ ର ଉତ୍ତରତୋର କାମନା କରିଥିଲେ l ପିଲାମାନଙ୍କ ଦ୍ଵାରା ବିଭିନ୍ନ ସାଂକୃତିକ କରାଯିବ ସହିତ ସର୍ବଶେଷରେ କୃତିତ୍ୱ ଅର୍ଜନ କରିଥିବା ଆଲୁମିନି ଛାତ୍ର ଛାତ୍ରୀ ଙ୍କୁ ଅତିଥି ଙ୍କ ଦ୍ଵାରା ସିଲ ଓ ମେଡାଲ ପ୍ରଦାନ କରାଯାଇ ପୁରସ୍କୃତ କରାଯାଇଥିଲା l ଏହି ଉତ୍ସବ ରେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ଷ୍ଟାଫ ମାନେ ଉପସ୍ଥିତ ରହିଥିଲେ l

Leave a Reply

Your email address will not be published. Required fields are marked *