ଡ଼ଃ ସୁନାକର ପାଇବେ ଗ୍ରେଟ ଇଣ୍ଡିଆନ ପାର୍ଲିଆମେଣ୍ଟ ଆୱାର୍ଡ 2026
ରାହାମା (୧୨/୦୮)ଜଗତସିଂହପୁର ଜିଲ୍ଲାର ଜଣାଶୁଣା ସମାଜସେବୀ ତଥା ଆଡ଼ଭୋକେଟ ଡକ୍ଟର ସୁନାକର ବେହେରା ଙ୍କୁ ଗ୍ରେଟ ଇଣ୍ଡିଆନ ପାର୍ଲିଆମେଣ୍ଟ ଆୱାର୍ଡ 2026 ପ୍ରଦାନ ପାଇଁ ନୂଆ ଦିଲ୍ଲୀ କୁ ନିମନ୍ତ୍ରିତ ହୋଇଅଛି। ଆସନ୍ତା 14/08/2026 ନ୍ୟାସନାଲ ୟୁଥ ଡେ ଓ ଇଣ୍ଡିପେଣ୍ଡେଣ୍ଟ ଡେ ପାଳନ ଅବସରରେ ଇଣ୍ଟରନ୍ୟାସନାଲ ହ୍ୟୁମାନରାଇଟ୍ସ ଆମ୍ବାସଡର ଅର୍ଗାନାଇଜେସନ ଓ ଭାରତ ସରକାର ଙ୍କ ଦ୍ୱାରା ଆୟୋଜିତ ଗ୍ରେଟ ଇଣ୍ଡିଆନ ପାର୍ଲିଆମେଣ୍ଟ ଆୱାର୍ଡ ସମ୍ମିଳନୀ ନିୟୁ ଦିଲ୍ଲୀର କନଷ୍ଟିଚ୍ୟୁସନ କ୍ଲବ ସଭାଗୃହରେ ଅନୁଷ୍ଠିତ ହେଉଅଛି।ଉକ୍ତ ସମ୍ମିଳନୀ ରେ ଭାରତର ବିଭିନ୍ନ ରାଜ୍ୟର ସଚେତନଶୀଳ ନାଗରିକ, ସାମାଜିକ କର୍ମି, ରାଜନୈତିକ ବ୍ୟକ୍ତି ବିଶେଷଙ୍କୁ “ଗ୍ରେଟ ଇଣ୍ଡିଆନ ପାର୍ଲିଆମେଣ୍ଟ ଆୱାର୍ଡ” ପ୍ରଦାନ ପାଇଁ ନିମନ୍ତ୍ରିତ କରାଯାଇଛି। ଓଡ଼ିଶାର ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ବ୍ଲକ ଅନ୍ତର୍ଗତ ରାହାମା ଅଞ୍ଚଳର ବିଶିଷ୍ଟ ସାମାଜିକ କର୍ମି ଡ଼ଃ ସୁନାକର ବେହେରା ଙ୍କ ଦ୍ୱାରା ସମାଜରେ ବିଭିନ୍ନ ସାମାଜିକ ସଂସ୍କାର ମୂଳକ କାର୍ଯ୍ୟ ପାଇଁ ପୂର୍ବରୁ ଜାତୀୟ ଓ ରାଜ୍ୟ ସ୍ତରରେ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇ ମାନପତ୍ର ଓ ସାର୍ଟିଫିକେଟ ପ୍ରଦାନ କରାଯାଇଛି। ଡ଼ଃ ବେହେରା ଏକାଧାରାରେ ଜଣେ ସାମ୍ବାଦିକ,ଆଇନଜୀବୀ,ଆଧ୍ୟାତ୍ମିକ ବାଦୀ ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାରକ ଓ ସାମାଜିକ କର୍ମି ଅଟନ୍ତି। ବେହେରାଙ୍କ ସଫଳତା ପାଇଁ ଜଗତସିଂହପୁର ଜିଲ୍ଲା ସହିତ ସାରା ଓଡିଶା ଆଜି ଗର୍ବିତ। ରାଷ୍ଟ୍ର ଗଠନରେ ଜଣେ ସଚେତନ ଶିଳ ନାଗରିକ ଭାବେ ରାଷ୍ଟ୍ର ହିତରେ ନିଜକୁ ସମର୍ପଣ କରି ନିଜର କର୍ତ୍ତବ୍ୟ ସମ୍ପାଦନ ସହିତ ଶ୍ରୀ ଜଗନ୍ନାଥ ସଂସ୍କୃତି ର ପ୍ରଚାର ପ୍ରସାର ପାଇଁ ଜଗତସିଂହପୁର ଜିଲ୍ଲା ର ରାହାମା ଠାରେ ଆନ୍ତର୍ଜାତୀୟ ଶ୍ରୀଜଗନ୍ନାଥ ମହୋତ୍ସବ ଅନୁଷ୍ଠିତ କରି ସଂସ୍କୃତି ସାରଥୀ ଭାବେ ନିଜକୁ ପରିଚୟ ଦେଇଅଛନ୍ତି। ଜାତୀୟ ସ୍ତରରେ,ରାଜ୍ୟ ଓ ଜିଲ୍ଲାର ବିଭିନ୍ନ ସଂଗଠନ ତରଫରୁ ଶ୍ରୀଯୁକ୍ତ ବେହେରାଙ୍କୁ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିବା ସହିତ ମାନ୍ୟବର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,ରାଜ୍ୟ ଶିଳ୍ପ ଦକ୍ଷତା ବିକାଶ ମନ୍ତ୍ରୀ ଶ୍ରୀଯୁକ୍ତ ସମ୍ପଦ ଚନ୍ଦ୍ର ସ୍ୱାଇଁ, ଜଗତସିଂହପୁର ସାଂସଦ ଡ଼ଃ ବିଭୁ ପ୍ରସାଦ ତରାଇ,ରାଜ୍ୟ ଉଚ୍ଚଶିକ୍ଷା ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ,ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଅମରେନ୍ଦ୍ର ଦାସ,ଜିଲ୍ଲାପାଳ ଜେ ସୋନାଲ,ପୁରୀ ଶ୍ରୀମନ୍ଦିର ଛାତିଶା ନିଯୋଗ ନାୟକ ଜନାର୍ଦ୍ଦନ ପାଟଯୋଶୀ ମହାପାତ୍ର,ରାଷ୍ଟ୍ରୀୟ ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାରକ ବାବା ସତ୍ୟାନନ୍ଦ ଦାସ ମହାରାଜ,ଜାତୀୟ କଂଜୁମର ଓଏଲଫେୟାର କାଉନସିଲ କମିଟି ଅଧ୍ୟକ୍ଷ ଭୂପି ସିଂହ,ସି.ସି.ଆଇ ର ଜାତୀୟ ଅଧ୍ୟକ୍ଷ ଡ଼ଃ ଅନନ୍ତ ନାରାୟଣ ଶର୍ମା,ନ୍ୟାସନନାଲ ମାଗାଜିନ ଉଦୟ ଇଣ୍ଡିଆ ର ମୁଖ୍ୟ ସମ୍ପାଦକ ଦୀପକ କୁମାର ରଥ,ଜଗତସିଂହପୁର ବାର କାଉନସିଲ ସଭାପତି ,କୁଜଙ୍ଗ ବାର କାଉନସିଲ ସଭାପତି ,ପ୍ରଫେସର ପ୍ରଶାନ୍ତ କାନୁନଗୋ, ଇଣ୍ଟେଲେକଚୁଆଲ ଫୋରମ ରାହାମା ର ଅଧ୍ୟକ୍ଷ ଅକ୍ଷୟ କୁମାର ସାହୁ,ୱାଲେଟ ଫର ଓଏଲଥ ର ପରିଚାଳନା ନିର୍ଦ୍ଦେଶକ ତ୍ରିନାଥ ଲେଙ୍କା, ଅଧ୍ୟାପକ ଜେନାମଣି ବିନୋଦ ରାଏ,ବ୍ରହ୍ମ ଜଗନ୍ନାଥ ମିଶନ ର ଅଧ୍ୟକ୍ଷ କ୍ୟାପଟେନ ସଂଜିବ କୁମାର ମୁଦୁଲି,ଭକ୍ତି ବେଦାନ୍ତ ଆଶ୍ରମ ର ପ୍ରତିଷ୍ଠାତା ବାବା ବନମାଳୀ ଦାସ ମହାରାଜ, ଡ୍ରିମ୍ସ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାତା ପ୍ରମୋଦ କୁମାର ରଥ, ଅମ୍ବର ଗ୍ରୁପର ସତ୍ବାଧୀକାରୀ ମାଣିକ ଚାନ୍ଦ ମାହେଶ୍ୱରୀ,ଦଧୀଚି ଶିକ୍ଷାନୁଷ୍ଠାନ ର ପ୍ରତିଷ୍ଠାତା ମନୋଜ କୁମାର ଦାଶ,ଫାଲକୋନ ଗ୍ରୁପ ଅଧ୍ୟକ୍ଷ ତାରା ରଞ୍ଜନ ପଟ୍ଟନାୟକ, କୁବେର ଅପ୍ଟିକାଲ ପ୍ରତିଷ୍ଠାତା ବିଜୟ କୁମାର ବିଶ୍ୱାଳ,ଅନ୍ତର୍ଜାତୀୟ ଗୀତା ମିଶନ ଅଧ୍ୟକ୍ଷ ସ୍ୱାମୀ ଚିଦାନନ୍ଦ,ଆନ୍ତର୍ଜାତୀୟ ଶ୍ରୀଜଗନ୍ନାଥ ମହୋତ୍ସବ ସଭାପତି ଚୌଧୁରୀ ପ୍ରଜ୍ଞାନନ୍ଦ ଦାସ,ଜଗନ୍ନାଥ ସଂସ୍କୃତି ଗବେଷକ ଧୃତିଧର ଦାସ,ସମାଜ ସଂସ୍କାରକ ଜ୍ୟୋତିର୍ବିଦ ଡ଼ଃ ଅରୁଣ କୁମାର ପାଣି,ଓଡିଶା ସାମ୍ବାଦିକ ସଂଘ ର ରାଜ୍ୟ ସଭାପତି ଶଶିଭୂଷଣ ପ୍ରହରାଜ,ସମ୍ପାଦକ ଦୁର୍ଯ୍ୟୋଧନ ମହାରଣା,ମୈତ୍ରୀ ଗ୍ରୁପ ର ଅଧ୍ୟକ୍ଷ ରବିନାରାୟଣ ସାହୁ,ସାରଳା ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ର.ଅରୁଣ କୁମାର ପଣ୍ଡା, ପିଏମ ଶ୍ରୀ ଜବାହାର ନବୋଦୟ ଅଧ୍ୟକ୍ଷ ଶ୍ରୀକୃଷ୍ଣ ମହାପାତ୍ର ପ୍ରମୁଖ ଶୁଭେଚ୍ଛା ଓ ଅଭିନନ୍ଦନ ପ୍ରଦାନ କରିଛନ୍ତି।
