କାକଟପୁର ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା
କାକଟପୁର,୧୩.୦୮- – ଅଗଷ୍ଟ ୧୫ରେ ଦେଶ ତାର ୮୦ ତମ ସ୍ବାଧିନତା ଦିବସ ପାଳନ କରିବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅହ୍ୱାନକ୍ରମେ ଘରେ ଘରେ ତ୍ରିରଙ୍ଗା କାର୍ଯ୍ୟକ୍ରମ ସାରା ଦେଶ ସହ ଓଡ଼ିଶାରେ ପାଳନ କରାଯାଉଛି। ଏହି ଅବସରରେ କାକଟପୁର ନିର୍ବାଚନ ମଣ୍ଡଳୀ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଗୁରୁବାର ପୂର୍ବାହ୍ନରେ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଯୋଗେଶ୍ଵରପୂର ଠାରୁ ଏହି ବିଶାଳ ବାଇକ୍ ଶୋଭାଯାତ୍ରା ବାହାରି ନୟାହାଟ ଓ କାକଟପୁର ପରିଭ୍ରମଣ କରି ଅସ୍ତରଂଗ ରେ ସମାପ୍ତି ହୋଇଥିଲା।

ତ୍ରିରଙ୍ଗା ଶୋଭାଯାତ୍ରାରେ ହଜାରରୁ ଅଧିକ କର୍ମୀମାନେ ଯୋଗଦେଇ ଦେଶ ପ୍ରେମର ଗାଥା ବହନ କରି ଦେଶାତ୍ମବୋଧକ ବାର୍ତ୍ତା ବାଣ୍ଟିଥିଲେ। ପୁରୀ ଜିଲ୍ଲା ଯୁବମୋର୍ଚ୍ଚା ସଂଯୋଜକ ଆଡଭୋକେଟ ଇଂ ପ୍ରିୟବ୍ରତ ବିଶ୍ଵାଳଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି ଶୋଭାଯାତ୍ରାରେ ନେତୃତ୍ୱ ନେଇଥିଲେ ପୂର୍ବତନ ବିଧାୟକ ତଥା ଭାରତୀୟ ଜନତା ପାର୍ଟିର ବଶିଷ୍ଠ ନେତା ବାଇଧର ମଲ୍ଲିକ। ଅନ୍ୟମାନଙ୍କ ମଧ୍ୟରେ ସାଂସଦ ପ୍ରତିନିଧି ଦିବାକର ଛାଟୋଇ, ରାଜଲକ୍ଷ୍ମୀ ଦାସ, ଲକି ସାହୁ, ରାଧାବଲ୍ଲଭ ପ୍ରଧାନଙ୍କ ସହ ସମସ୍ତ ମଣ୍ଡଳ ପ୍ରତିନିଧି ଓ ପ୍ରମୁଖ କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ।
