ରମ୍ଭାରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା l
ରମ୍ଭା ତା -୧୩/୦୮/୨୦୨୬ ଗୁରୁବାର ଦିନ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ସ୍ୱାଧୀନ ଚିନ୍ତାଧାରା, ଦେଶପ୍ରେମ, ଜାତିପ୍ରେମକୁ ଉଦବୋଧ କରିବାପାଇଁ ଅଗଷ୍ଟ ୯ ରିଖ ଠାରୁ ୧୫ ତାରିଖ ପର୍ଯ୍ୟନ୍ତ ସାରା ଦେଶରେ ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ଅଶିଏତମ ସ୍ୱାଧୀନତା ଦିବସର ଅବ୍ୟବହୃତ ପୂର୍ବରୁ ତ୍ରିରଙ୍ଗା ଯାତ୍ରାର ଆୟୋଜନ କରାଯାଇଅଛି l ଏହି ଅବସରରେ ଏକ ବିଶାଳ ତ୍ରିରଙ୍ଗା ସହ ଅପରାହ୍ନରେ ପ୍ରାୟ ୫ ଶହ ରୁ ଉର୍ଦ୍ଧ ରମ୍ଭା ଏନ ଏ ସି ପକ୍ଷରୁ ମହିଳା, ପୁରୁଷ, ସ୍ବେଚ୍ଛାସେବୀ, ଶିକ୍ଷାବିତ, ବୁଦ୍ଧିଜୀବୀ, ବିଭିନ୍ନ ଶିକ୍ଷା ଅନୁଷ୍ଠାନର ଏନ ସି ସି, ସ୍କାଉଟ,ଛାତ୍ର ଛାତ୍ରୀ ତ୍ରିରଙ୍ଗା ପତକା ଧରି ରମ୍ଭା ଏନ. ଏ ସି ଠାରୁ ଆଖଣ୍ଡଳମଣି ମନ୍ଦିର ପର୍ଯ୍ୟନ୍ତ ଦେଶାତ୍ମକବୋଧକ ନାରାଦେଇ ବଜାର ପରିକ୍ରମା ନିର୍ଦ୍ଧିଷ୍ଟ ଜାଗାରେ ପହଁଞ୍ଚିଥିଲେ l କିଛି ସମୟ ପାଇଁ ରମ୍ଭା ସହର ତ୍ରିରଙ୍ଗାମୟ ହୋଇଯାଇଥିଲା l

ଏହି ଶୋଭାଯାତ୍ରାରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, କାର୍ଯ୍ୟନିର୍ବାହୀ ଅଧିକାରୀ ଆଶାଲତା ରଚମାଳା, ଅଧ୍ୟକ୍ଷା ମାନସୀ ସ୍ୱାଇଁ, କାହ୍ନା ସ୍ୱାଇଁ, ବିଧାୟକ ପ୍ରତିନିଧି ସିମାଞ୍ଚଳ ବାଡତ୍ୟା, ବିଜେପି ମଣ୍ଡଳ ସଭାପତି ଘନଶ୍ୟାମ ବେହେରା, ମତ୍ସ୍ଯଜୀବୀ ନେତା ଭୀମସେନ ବେହେରା, ବିବେକାନନ୍ଦ ପଟ୍ଟନାୟକ, ରାଜା ପଟ୍ଟନାୟକ, ରମ୍ଭା ହାଇସ୍କୁଲ ପ୍ରଧାନ ଶିକ୍ଷକ ଗୋପୀନାଥ ବେହେରା, ମହେଶ୍ୱର ବେହେରା, ସହ ଏନ ଏ ସି କର୍ମଚାରୀ ଡ଼. ସରୋଜ ଦାଶ, ସର୍ବନାମ ଦାଶ, ଦୀପକ କୁମାର ବିଶୋୟୀ, ହେମନ୍ତ ରାଉତ, ଚି଼କାଲା ଲୋଖେଶ୍ବରୀ, ମନୋଜ କୁମାର ସେନାପତି, ମନୋଜ ପାଇକରାୟ, ପ୍ରଶାନ୍ତ ନାୟକ, ନିରଞ୍ଜନ ନାୟକ, କାଉନସିଲର, ସ୍ୱଚ୍ଛ ସାଥି, ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ସହିତ ଗ୍ରାମବାସୀ ସାମିଲ ହୋଇଥିଲେ l
