ସୁନା ଦୋକାନ ମାଲିକଙ୍କ କାରକୁ ୪ରାଉଣ୍ଡ ଗୁଳିମାଡ଼ ଅଳ୍ପକେ ବର୍ତ୍ତିଲେ ଦୋକାନୀ
ସୋର ୦୯/୦୮ , ସୁନା ଦୋକାନ ମାଲିକଙ୍କ କାରକୁ ୪ରାଉଣ୍ଡ ଗୁଳିମାଡ଼ ଅଳ୍ପକେ ବର୍ତ୍ତିଲେ ଦୋକାନୀ। ଘଟଣା ରୁ ପ୍ରକାଶ ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ କୁପାରି ବଜାରର ସୁନା ଗହଣା ବ୍ୟବସାୟୀ ହରେକୃଷ୍ଣ ସାହୁ ଘର ପଦୁନା ଦୋକାନ ବନ୍ଦ କରି ନିଜ କାର ଯୋଗେ ଘରକୁ ଯାଇଥିଲା ବେଳେ ୪ ଜଣ ଦୁର୍ବୃତ୍ତ ଗୋଟିଏ ପଲସର ଓ ଗୋଟିଏ ହୋଣ୍ଡା ମୋଟରସାଇକଲ୍ ରେ ଆସି ଦୋକାନୀ କାର ଉପରକୁ ଗୁଳି ମାଡ଼ କରି ସୁନା ଗହଣା ଲୁଟ୍ ଉଦ୍ୟମ କରୁଥିବା ବେଳେ ଗୁଳି ଶବ୍ଦ ଶୁଣି ପାଖ ଅଞ୍ଚଳର ଲୋକମାନେ ଆସିବାରୁ ଦୁର୍ବୁତ୍ତ ମାନେ ୪ ରାଉଣ୍ଡ ଗୁଳି ଚଳାଇଥିବା ଜଣାପଡ଼ିଛି। ତାହା ସହିତ ଗୋଟିଏ ବାଇକ୍ ଛାଡ଼ି ଘଟଣାସ୍ଥଳରୁ ଫେରାର ହୋଇଛନ୍ତି। ଖବର ପାଇ ଖଇରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିବା ସହିତ ଲୁଟେରାଙ୍କୁ ଚିହ୍ନଟ କରିବା ପାଇଁ ବିଭିନ୍ନ ସ୍ଥାନରେ ତଲାସୀ କରୁଛି।
