ଗାଇସିଲେଟ୍, ଚାଣ୍ଟିପାଳିରେ ତ୍ରିରଙ୍ଗା:

ଦେଶ ପାଳୁଛି ୮୦ତମ ସ୍ୱାଧୀନତା ଦିବସ। ଏହି ଅବସରରେ ଗାଇସିଲେଟ୍ ଷ୍ଟାଡ଼ିଅମ ପରିସରରେ ଆୟୋଜିତ ହୋଇଯାଇଛି ବ୍ଲକ୍ ସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ। ଉତ୍ସବମୁଖର ପରିବେଶ ମଧ୍ୟରେ ଜାତୀୟ ପତାକା ଉତ୍ତୋଳନ କରାଯିବା ସହ ଶାନ୍ତି ଓ ସମୃଦ୍ଧିର ପ୍ରତୀକ ଭାବେ ତ୍ରିରଙ୍ଗାକୁ ସଲାମୀ ଦିଆଯାଇଛି। ଗାଇସିଲେଟ୍ ଷ୍ଟାଡ଼ିଅମରେ ଆୟୋଜିତ ଏହି ଭବ୍ୟ ସମାରୋହରେ ମୁଖ୍ୟ ଅତିଥି ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ।

ଏହାପରେ ପୋଲିସ୍ ବାହିନୀ, ଅଗ୍ନିଶମ ବିଭାଗ ଏବଂ ସ୍ଥାନୀୟ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଏକ ଆକର୍ଷଣୀୟ ପରେଡ୍ ଓ ମାର୍ଚ୍ଚଫାଷ୍ଟ ପ୍ରଦର୍ଶିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସାଂସ୍କୃତିକ କାର୍ଯ୍ୟକ୍ରମ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କ ଦ୍ୱାରାଦେଶାତ୍ମବୋଧକ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରାଯାଇଥିଲା। ଚାଣ୍ଟି ପାଲି ବିଦ୍ୟାଳୟ ପରିବେଶ ବେଶ ସୁନ୍ଦର ଜଣାପଡିଥିଲା l ଆସନ୍ତୁ ପଚାର ଜାଣିବା…………… ବରଗଡ ଜିଲ୍ଲା ପ୍ରତିନିଧି ତ୍ରିଲୋଚନ ପଣ୍ଡାଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର l

Leave a Reply

Your email address will not be published. Required fields are marked *