ସ୍ୱାଧୀନତା ଦିବସରେ ଦୁର୍ଘଟଣା ର ଶିକାର ହେଲେ କେତେକ ସ୍କୁଲ୍ ଛାତ୍ର ଛାତ୍ରୀ।
Date -15/08/2026- ସ୍ୱାଧୀନତା ଦିବସ ପାଳନ ପାଇଁ ଘରୁ ବାହାରି ସ୍କୁଲ ଯିବା ରାସ୍ତା ରେ ସ୍କୁଲ ଛାତ୍ର ଛାତ୍ରୀ ଙ୍କୁ ଧକ୍କା ଦେଲା ଏକ କାର। କାର ଦୁର୍ଘଟଣା ର ଶିକାର ହୋଇ ୫ ଜଣ ଆହତ ଛାତ୍ର ଛାତ୍ରୀଙ୍କୁ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତେବେ ବରପାଲି ପଟୁ ଦ୍ରୁତ ଗତିରେ ଆସୁଥିବା ଏକ କାର ବରଗଡ଼ ସଦର ବ୍ଲକ ଅନ୍ତର୍ଗତ ଚାରପାଲି ଠାରେ ସ୍କୁଲ ଛାତ୍ର ଛାତ୍ରୀ ସ୍ୱାଧୀନତା ଦିବସ ପାଳନ ପାଇଁ ଯାଉଥିବା ବେଳେ ଦୁର୍ଘଟଣା ଘଟାଇଥିବା ଜଣାପଡ଼ିଛି।

ଚାରପାଲି ଠାରୁ ସରସରା ବିଦ୍ୟାଳୟକୁ ସକାଳୁ ସକାଳୁ ସ୍ୱାଧୀନତା ଦିବସ ପାଳନ ପାଇଁ ଘରୁ ବାହାରିଖୁସୀ ମନରେ ଯାଉଥିବା ବେଳେ ଦୁର୍ଘଟଣା ଘଟାଇଛି ଏକ କାର। ଘଟଣା ସ୍ଥଳରେ ସଦର ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି। ଦୁର୍ଘଟଣାରେ ଜଣେ ଛାତ୍ର ଫେକ୍ଚର ହୋଇଥିବା ବେଳେ ହେଡ୍ ଇଞ୍ଜୁରି ହୋଇଥିବା ଅତିରିକ୍ତ ଜିଲ୍ଲା ମୁଖ୍ୟ ଡାକ୍ତର ସୂଚନା ଦେଇଛନ୍ତି l ବରଗଡ ଜିଲ୍ଲା ପ୍ରତନିଧି ତ୍ରିଲୋଚନ ପଣ୍ଡାଙ୍କ ରିପୋର୍ଟ
