ଗୋ ସୁରକ୍ଷା ନିମନ୍ତେ ଗୋଶାଳା ନିର୍ମାଣ ପାଇଁ ବୈଠକ
ବରଗଡ଼ ଜିଲ୍ଲା ମୁଖ୍ୟ ପଶୁ ଚିକିତ୍ସା ଳୟ ଠାରେ ଆଜି ଦିବା ୧୨ ଘଣ୍ଟା ସମୟରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି l ତେବେ ଉକ୍ତ ବୈଠକ ରେ ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ ଯୋଗ ଦେଇଥିବା ବେଳେ,ଅନେକ NGO ସଂସ୍ଥା, ବଜରଙ୍ଗ ଦଳ ସଦସ୍ୟ, ତଥା ପଶୁ ଚିକିତ୍ସା ଳୟ ସଦସ୍ୟ ଯୋଗଦେଇଥିଲେ l ତେବେ ଉକ୍ତ ବୈଠକ ର ମୁଖ୍ୟ ଉଦ୍ଦେଶ୍ୟ ରହିଥିଲା ଯେ ‘ବରଗଡ଼ ସହର ରେ ବୁଲା ଗାଇ ଗୋରୁ ଙ୍କ ପାଇଁ ଏକ ସ୍ଥାୟୀ ଗୋଶାଳା ନିର୍ମାଣ କରିବା l ଯାହା କି ଗୋରୁ ମାନେ ଚୋରା ଚଲାଣ ର ଶିକାର ନ ହେବେ, ଟ୍ରାଫିକ ସମସ୍ୟା ନ ହେବ, ଏବଂ ଅନାୟାସରେ ଗୋରୁ ମାନେ ଦୁର୍ଘଟଣା ରେ ପ୍ରାଣ ନ ହରାଇବେ ତେଣୁ ବିଧାୟକ ଗୋରୁ ମାନଙ୍କ

ବେକରେ ରେଡିୟମ ବେଲ୍ଟ ବାନ୍ଧିବା ସହ ସ୍ଥାୟୀ ଗୋଶାଳା ପାଇଁ ସ୍ଥାନ ନିରୂପଣ ହେଲେ ଦୁଇ ରୁ ତିନିମାସ ମଧ୍ୟ ରେ କାମ ଆରମ୍ଭ କରାଯିବ ବୋଲି ପ୍ରତିଶୃତି ପ୍ରଦାନ କରିଥିଲେ l ଉକ୍ତ ବୈଠକ ରେ ଡେପୁଟି ଡାଇରେକ୍ଟର, (D.D )ସମୀର କୁମାର ନାୟକ, CDVO ଶୁଭମ ନାୟକ, ADVO ବିରୁପାକ୍ଷ ନାୟକ, ଶୁକଦେବ ମଲ୍ଲିକ, ସଂଜୀବ ମେହେର, ପରମାନନ୍ଦ ମିଶ୍ର, ଦୀନେଶ ଶର୍ମା ପ୍ରମୁଖ ଉପସ୍ଥିତ ରହିଥିଲେ l
