ଭଏସ ଆଫ୍ ମିଡ଼ିଆ ଗଞ୍ଜାମ ଶାଖା ଏବଂ ଗୋପବନ୍ଧୁ ପ୍ରେସକ୍ଳବ ହିଞ୍ଜିଳିକାଟୁ ପକ୍ଷରୁ ୮୦ତମ ସ୍ବାଧୀନତା ଦିବସ ପାଳନ ।

ହିଞ୍ଜିଳିକାଟୁ ୧୭/୦୮/୨୬ : ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ହିଞ୍ଜିଳିକାଟୁ ମିନି ଷ୍ଟାଡିୟମରେ ଭଏସ ଆଫ୍ ମିଡିଆ ଗଞ୍ଜାମ ଶାଖା ଏବଂ ଗୋପବନ୍ଧୁ ପ୍ରେସକ୍ଳବ ହିଞ୍ଜିଳିକାଟୁ ପକ୍ଷରୁ ୮୦ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି । ପୂର୍ବ ନିର୍ଦ୍ଧାରିତ ସକାଳ ସାଢ଼େ ୭ ଘଟିକା ସମୟରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ ହୋଇଥିଲା l ଏହି ଅବସରରେ ଭଏସ୍ ଅଫ୍ ମିଡ଼ିଆ ଗଞ୍ଜାମ ଜିଲ୍ଲା ଶାଖାର ସଦସ୍ୟ ଏବଂ ଗୋପବନ୍ଧୁ ପ୍ରେସ କ୍ଳବର ସଦସ୍ୟ ମାନେ ଉପସ୍ଥିତ ଥିଲେ । ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଜିଲ୍ଲା ଶାଖାର ସଭାପତି ରାମ ପ୍ରସାଦ ସାମଲ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଭଏସ୍ ଅଫ୍ ମିଡ଼ିଆ ପକ୍ଷରୁ ପ୍ରଥମ ଥର ପାଇଁ ହିଞ୍ଜିଳି ପୌରାଞ୍ଚଳରେ ଐତିହାସିକ ସ୍ୱାଧୀନତା ଦିବସ ପାଳନ ଆୟୋଜିତ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବାରୁ ସାମ୍ବାଦିକ ମହଲରେ ବିଶେଷ ଉତ୍ସାହ ଓ ଆନନ୍ଦ ପ୍ରକାଶ ପାଇଥିଲା। ଜାତୀୟ ପତାକାକୁ ସାଲ୍ୟୁଟ୍ କରି ଉତ୍ତୋଳନ କରିବା ପରେ ଉପସ୍ଥିତ ଥିବା ସଂଘର ସମସ୍ତ ସଦସ୍ୟଙ୍କୁ ଜିଲ୍ଲା ସଭାପତି ସାମଲ କହିଛନ୍ତି ଯେ ଆମର ଗୌରବ ,ଦେଶ ପ୍ରେମ ତଥା ଦେଶ ଭକ୍ତିର ଏକ ନିଆରା ପରିବେଶରେ ପ୍ରତିଟି ଜନମନ, ପ୍ରତିଟି ହୃଦୟରେ ଦେଶର ସ୍ବାଧୀନତା ପାଇଁ ବଳିଦାନ ଦେଇଥିବା ମହାନ ସଂଗ୍ରାମୀ ମହାପୁରୁଷଙ୍କ ଆଦର୍ଶ କୁ ଅନୁସରଣ ନିଜ ନିଜର ଅଞ୍ଚଳର ସାଧାରଣଜନତାଙ୍କ ପ୍ରତି ଶ୍ରଦ୍ଧା ଓ ସମ୍ମାନ ଦେଇ ତାଙ୍କ ସୁଖ ଦୁଃଖରେ ସାମିଲ ହୋଇ ରହିବା । କେବଳ ସମାଜର ଘଟଣାବଳୀକୁ ଗଣମାଧ୍ୟମ ପ୍ରତିନିଧିମାନେ ଲୋକଲୋଚନକୁ ଆଣିବାରେ ସୀମିତ ନରହି ସାମାଜିକ ଓ ଜାତୀୟ ଦାୟିତ୍ୱ ପ୍ରତି ମଧ୍ୟ ସଚେତନ ରହିବା ଆବଶ୍ୟକ ବୋଲି ଆଜିର ପବିତ୍ର ଦିନରେ ସଭାପତି ସାମଲ ଗଣମାଧ୍ୟମ ପ୍ରତିନିଧିଙ୍କ ପାଇଁ ଏକ ସୁନ୍ଦର ବାର୍ତ୍ତା ଦେଇଛନ୍ତି ।ସ୍ଥାନୀୟ ରେଗିଡି ସାହି ସରକାରୀରେ ସ୍କୁଲରେ ଝିପିଝିପି ବର୍ଷାରେ ସଭାପତି ସାମଲ ସମସ୍ତ ସଦସ୍ୟଙ୍କ ସହିତ ପହଞ୍ଚି କୁନି କୁନି ପିଲାଙ୍କ ଚିତାକର୍ଷକ ଦେଶାତ୍ମବୋଧକ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନକୁ ଉପଭୋଗ କରି ଆନନ୍ଦ ଉଲ୍ଲାସରେ ମିଠା ଓ ବିସ୍କେଟ ବଣ୍ଟନ କରିଥିଲେ । ଏହି ମହାନ ଗଣପର୍ବରେ ଜିଲ୍ଲାର ଉପ ସଭାପତି ଦିଲୀପ କୁମାର ଖୋଟିଆ ,ପ୍ରିୟବ୍ରତ ପଣ୍ଡା, ସମ୍ପାଦକ ରଘୁନାଥ ଆଚାର୍ଯ୍ୟ ,ଗୋପବନ୍ଧୁ ପ୍ରେସକ୍ଳବ ହିଞ୍ଜିଳିକାଟୁର ସଭାପତି ରଂଜିତ କୁମାର ପୋଲାଇ ,ଉପ ସଭାପତି ରାମକୃଷ୍ଣ ପାଣି ,ସହ ସମ୍ପାଦକ କୃଷ୍ଣଚନ୍ଦ୍ର ସାମନ୍ତରାୟ, ଅବନୀ କାନ୍ତ ପଟ୍ଟନାୟକ, ସାରଥୀ ପାଢ଼ୀ, ଉଷାରାଣୀ ପଣ୍ଡା, ଜଗତ କୁମାର ସାହୁ, କୃଷ୍ଣଚନ୍ଦ୍ର ପଣ୍ଡା, ବିଶ୍ବମ୍ବର ଦାଶ,ରାଜେଶ କୁମାର ସାହୁ ,ବିନୟ କୁମାର ପାଢ଼ୀ , ସାମ୍ବାଦିକ ଶିବରାମଙ୍କ ସହିତ ଭଏସ ଆଫ୍ ମିଡିଆ ଗଞ୍ଜାମ ଶାଖା ସଂଘର ବହୁ ସଦସ୍ଯ ଯୋଗଦେଇ ଜାତୀୟ ଗଣପର୍ବ ସମାପ୍ତି ସହ ମୁଖ୍ୟ ଅତିଥି ବିଦାୟ ନେଇଥିଲେ ।

Leave a Reply

Your email address will not be published. Required fields are marked *