ସୂଚନା ଓ ଲୋକ ସମ୍ପର୍କ ବିଭାଗ ଫଟୋ ଶାଖାର ସହକାରୀ ନିର୍ଦ୍ଦେଶକଙ୍କ ମାତୃ ବିୟୋଗ
ଭୁବନେଶ୍ୱର, ୧୭.୦୮.୨୦୨୬: ସୂଚନା ଓ ଲୋକ ସମ୍ପର୍କ ବିଭାଗ ଫଟୋ ଶାଖାର ସହକାରୀ ନିର୍ଦ୍ଦେଶକ ଶ୍ରୀ ନିରଞ୍ଜନ ବରାଳଙ୍କ ମାତା ଶ୍ରୀମତୀ ସ୍ନେହଲତା ବରାଳଙ୍କ ଗତକାଲି ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସ୍ୱର୍ଗୀୟା ବରାଳ ଜଣେ ମେଳାପୀ ଓ ଧର୍ମପରାୟଣା ମହିଳା ଭାବେ ପରିଚିତ ଥିଲେ । ତାଙ୍କ ପୈତୃକ ଘର ଖୋର୍ଦ୍ଧା ବ୍ଲକ ଅନ୍ତର୍ଗତ କୁମାରବସ୍ତ ଗ୍ରାମରେ । ତାଙ୍କ ବିୟୋଗରେ ବନ୍ଧୁ, ଆତ୍ମୀୟସ୍ୱଜନ ଓ ଶୁଭେଚ୍ଛୁମାନେ ଗଭୀର ଶୋକ ପ୍ରକାଶ କରିବା ସହ ଦିବଙ୍ଗତ ଆତ୍ମାର ସଦଗତି କାମନା କରିଛନ୍ତି । ଏଥିସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜ୍ଞାପନ କରିଛନ୍ତି ।
