ଯୁବ ସ୍ୱାଭିମାନ ଦିବସ ଉପଲକ୍ଷେ ଆମ ଓଡିଶା ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

ଯୁବ ସ୍ୱାଭିମାନ ଦିବସ ଉପଲକ୍ଷେ ଆମ ଓଡିଶା ପକ୍ଷରୁ ଏକ ରକ୍ତଦାନ ଶିବିର ପୁରୀ ଡୁଡୁୱାଲା ଧର୍ମଶାଳା ପରିସରରେ ଆୟୋଜିତ ହୋଇଛି । ଏଥିରେ ସମ୍ବାଦ, କନକ ନ୍ୟୁଜ୍ କର୍ମକର୍ତ୍ତାଙ୍କ ସହ ଅନେକ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଛନ୍ତି । ଯୁବ ସ୍ୱାଭିମାନ ଦିବସରେ ଆମ ଓଡିଶା ପକ୍ଷରୁ ଏହି ରକ୍ତଦାନ ଶିବିରକୁ ପୁରୀ ଏସ୍ପି ପ୍ରତୀକ ସିଂ ଉଦଘାଟନ କରିଛନ୍ତି l

ଆଜି ଯୁବ ସ୍ୱାଭିମାନ ଦିବସ ପାଳନ ଅବସରରେ ‘ସମ୍ବାଦ’ ଓ ‘ଆମ ଓଡ଼ିିଶା’ର ମିଳିତ ଆନୁକୂଲ୍ୟରେ ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିର ଆୟୋଜନ କରାଯାଉଛିି । ରକ୍ତ ଅଭାବରେ କାହାରି ଜୀବନ ନଯାଉ ଏହା ଏକ ମହତ କାର୍ଯ୍ୟ ସମସ୍ତେ ସ୍ବେଛାକୃତ ଭାବେ ରକ୍ତଦାନ କରିବା ନିହାତି ଜରୁରୀ ବୋଲି କହିଛନ୍ତି ଏସ୍ପି l ସଦର ମୁଖ୍ୟ ଚିକିତ୍ସାଳୟର ବ୍ଲଡ଼ ବ୍ୟାଙ୍କ ର ଡାକ୍ତର ଓ କର୍ମଚାରୀ ମାନଙ୍କ ସହାୟତାରେ ଏହି ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା l ପ୍ରାୟ ୭୭ୟୁନିଟ ରକ୍ତଦାନ ସଂଗ୍ରହ କରାଯାଇଛି l

Leave a Reply

Your email address will not be published. Required fields are marked *