ରାଷ୍ଟ୍ର ସୁରକ୍ଷlରେ ନାରୀର ଅଧିକାର ସମ୍ବିଧାନ ସମ୍ମତ
ରାଷ୍ଟ୍ର ସୁରକ୍ଷlରେ ନାରୀର ଅଧିକାର ସମ୍ବିଧାନ ସମ୍ମତ l ଆଜି ପୂର୍ବାହ୍ନ ରେ ନୀଳାଚଳ ନାରାୟଣ ସଂସ୍କୃତ ସ୍ନାତକ ମହାବିଦ୍ୟାଳୟ ପରିସରରେ ଶକ୍ତିଶ୍ରୀ କାର୍ଯ୍ୟକ୍ରମ ଅନ୍ତର୍ଗତ ନାରୀର ମୌଳିକ ଅଧିକାର, ପୋଷ ( posh)ଆଇନ, ପୋସ୍କୋ ଆଇନ,ଆଣ୍ଟି ରାଗିଙ୍ଗ, ଇଣ୍ଡିଆନ ପେନାଲ କୋର୍ଟ ତଥା ଭାରତୀୟ ନ୍ୟାୟ ସଂହିତା ସମ୍ପର୍କ ରେ ଏକ ଆଲୋଚନା ଚକ୍ର ମହାବିଦ୍ୟାଳୟ ର ଅଧ୍ୟକ୍ଷ ତଥା କାର୍ଯ୍ୟକ୍ରମ ସଂଯୋଜିକା ଡ. ମୀରାରାଣୀ ଖଣ୍ଡୁଆଳଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଅଛି ନାରୀ ସର୍ବଦା ଶକ୍ତି ସ୍ୱରୂପିଣୀ ମମତା ମୟୀ ସର୍ବାଗ୍ରେବୋଲି ଆଲୋକ ପାତ କରିଥିଲେ lଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ସ୍ନାତକ ମହାବିଦ୍ୟାଳୟର ଓଡ଼ିଆ ବିଭାଗର ମୁଖ୍ୟ ବରିଷ୍ଠ ଆଧ୍ୟାପକ ଡ.ବଳରାମ ଦାଶ ଯୋଗଦେଇ କହିଲେ,ଭାରତୀୟ ସମ୍ବିଧାନ ନାରୀମାନଙ୍କୁ ସଶକ୍ତ ଆଇନ ବଳରେ କେତେକ ମୌଳିକ ଅଧିକାର ଦେଇ ନାରୀ ସଶକ୍ତିକରଣ ସହ ସମାଜର

ସୁରକ୍ଷlରେ ତଥା ଦେଶର ବିକାଶରେ ଛାତ୍ରୀ ମାନଙ୍କର ଭୂମିକା ଅନନ୍ୟ ଓ ନାରୀ ପ୍ରେରଣାମୟୀ ଶକ୍ତି ପ୍ରଦାୟିନୀ l ମୁଖ୍ୟ ବକ୍ତା ରୁପେ ବରିଷ୍ଟ ଆଇନୀଜୀବୀ ଶ୍ରୀଯୁକ୍ତ ବିରଞ୍ଚି ନାରାୟଣ ଦାଶ ଯୋଗଦେଇ ଇଣ୍ଡିଆନ ପେନାଲ କୋର୍ଟ ତଥା ଭାରତୀୟ ନ୍ୟାୟ ସଂହିତାର ବ୍ୟାଖ୍ୟା କରି 18 ବର୍ଷରୁ କମ ବାଳକ ବାଳିକା ମାନଙ୍କୁ ଅତ୍ୟାଚାର ପାଇଁ ଉଦିଷ୍ଟ ପେlସ୍କୋ ଆଇନ,2012, ଆଣ୍ଟି ରାଗିଙ୍ଗ ଆଇନ, କର୍ମ କ୍ଷେତ୍ରରେ ଯୌନ ନିର୍ଯାତିତ,ନିଷ୍ପେସିତ ମହିଳା ମାନଙ୍କ ପାଇଁ ଉଦିଷ୍ଟ ପୋଷ ଆଇନ 2013,ର ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିବାସହ ବିଭିନ୍ନ ଉଦାହରଣ ଦେଇ ଭାରତୀୟ ନ୍ୟାୟ ସଂହିତା ନାରୀମାନଙ୍କର ସୁରକ୍ଷlକବଚ ବୋଲି ମତବ୍ୟକ୍ତ କରିଥିଲେ l ସମ୍ମାନିତ ଅତିଥି ରୁପେ ସାମ୍ବାଦିକ ବିଷ୍ଣୁଦତ୍ତ ଦାସ ଯୋଗଦେଇ ଗଣମାଧ୍ୟମ ନାରୀମାନଙ୍କୁ ନ୍ୟାୟ ଦେବା ସହ ଆଦର୍ଶ ରାଷ୍ଟ୍ର ଗଠନରେ ପ୍ରମୁଖ ବିନ୍ଧାଣି ବୋଲି ମତ ବ୍ୟକ୍ତ କରିଥିଲେ l ଡ. ଶ୍ରୀନିବାସ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l ସଭାରେ ଅନେକ ଶକ୍ତିଶ୍ରୀ ଉପସ୍ଥିତ ଥିଲେ l
