ଆସିକା ଗସ୍ତରେ ବିଧାନ ସଭା ଗୃହ କମିଟି l ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ସ୍ଥିତି ଅନୁଧ୍ୟାନ l
- ଆସିକା ଗସ୍ତରେ ବିଧାନ ସଭା ଗୃହ କମିଟି l ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ସ୍ଥିତି ଅନୁଧ୍ୟାନ l - ଆସିକା ଗସ୍ତରେ ବିଧାନ ସଭା ଗୃହ କମିଟି l କଣ୍ଟାବାଞ୍ଜି ବିଧାୟକ ତଥା ବିଧାନ ସଭା ଗୃହ କମିଟି ଅଧ୍ୟକ୍ଷ ଲକ୍ଷ୍ମଣ ବାଗଙ୍କ ନେତୃତ୍ୱରେ ୧୦ ଜଣିଆ ଟିମ୍ ଆସି ଆସିକାର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ସ୍ଥିତି ଅନୁଧ୍ୟାନ କରିଥିଲେ l ଟିପିସରା ନାଳର ଜବରଦଖଲ ଯୋଗୁଁ ସହରର ବନ୍ୟାଜଳ ନିଷ୍କାସନ ହେଉନଥିବା ଅଭିଯୋଗକୁ ନେଇ ଲକ୍ଷ୍ମୀ ବଜାର ନିକଟ ଟିପିସରା ନାଳର ଜବରଦଖଲ ସ୍ଥିତି ଅନୁଧ୍ୟାନ କରିଥିଲେ l ପରେ ଋଷିକୁଲ୍ୟା ନଦୀ ଉପରେ ନିର୍ମିତ ଚେକ୍ ଡ୍ୟାମ୍, ଋଷିକୁଲ୍ୟା ଓ ବଡ଼ନଦୀ ଉପରେ ନିର୍ମାଣାଧୀନ ହାଇ ଲେଭେଲ୍ ବ୍ରିଜ୍, ପାଟିଲଗୁଡ଼ା ଦେଇ ଆସ୍କା ବାଇପାସ୍ ରାସ୍ତା ନିର୍ମାଣ ପ୍ରକଳ୍ପ ସହ ମଣ୍ଟାପଡ଼ା ବାଘୁଆନଦୀ ଚ୍ୟାକ ଡ୍ୟାମ୍ ଏବଂ କଇଁଫୁଲିଆ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଥିଲେ l ମଣ୍ଟାପଡ଼ା ଡ୍ୟାମ ନିର୍ମାଣର ସର୍ଭେକୁ ନେଇ ଚାଷୀ ଅସନ୍ତୋଷ ପ୍ରକାଶ କରିଥିବା ବେଳେ ଚାଷୀ ମାନଙ୍କ ସହ ବିଧାନ ସଭା ଗୃହ କମିଟି ଆଲୋଚନା କରିଥିଲେ l ମଣ୍ଟାପଡ଼ା ବାଘୁଆ ଚ୍ୟାକ୍ ଡ୍ୟାମ ନିର୍ମାଣକୁ ନେଇ ଚାଷୀ ମାନଙ୍କ ମନରେ ଉପୁଜିଥିବା ଆଶା ଆଶଙ୍କା ଓ ସମସ୍ୟା କୁ ପୁନଃ ବିଚାର କରିବା ପାଇଁ ଏହି କମିଟି ପ୍ରତିଶ୍ରୁତି ଦେଇଛି l ଆସିକାର ସମସ୍ତ ଉନ୍ନୟନ ମୂଳକ ପ୍ରକଳ୍ପର ଡି.ଆର.ଡି.ଏ ପ୍ରସ୍ତୁତ ହୋଇ ସାରିଥିବା ବେଳେ ତୁରନ୍ତ କାର୍ଯ୍ୟ ଆରମ୍ଭ କରାଯିବ ବୋଲି କହିଛନ୍ତି l ଅପର ପକ୍ଷରେ ପ୍ରକଳ୍ପ ଗୁଡିକର ଅନୁଧ୍ୟାନ ସରିବା ପରେ ଆସ୍କା ପୌର ପରିଷଦ ସମ୍ମିଳନୀ କକ୍ଷରେ ଗଞ୍ଜାମ ଜିଲ୍ଲାପାଳଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କ ସହ ବିଧାନ ସଭା ଗୃହ କମିଟି ମଧ୍ୟରେ ଏନେଇ ଆଲୋଚନା ମଧ୍ୟ ହୋଇଛି l
