ମେଗା ସ୍ୱାସ୍ଥ୍ୟ ସେବା ଶିବିର ନିରାମୟ*

କୋରେଇ ବ୍ଲକ ପାଟରଙ୍ଗା ସ୍କୁଲ ପରିସରରେ ଜିନ୍ଦଲ ଷ୍ଟେନଲେସ ଷ୍ଟିଲ ର ସି.ଏସ୍‌.ଆର. ବିଭାଗ ପକ୍ଷରୁ ଆଜି ଏକ ମେଗା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି | ଏଥିରେ ୩୧୪ଜଣ ରୋଗୀ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ | ସ୍ଥାନୀୟ ସରପଞ୍ଚ ରଞ୍ଜନ କୁମାର ଦାସ ଶିବିର କୁ ଉଦଘାଟନ କରିଥିଲେ | ବିଭିନ୍ନ ହସ୍ପିଟାଲ ର ଶିଶୁ ରୋଗ ବିଶେଷଜ୍ଞ ଡା. ତନ୍ମୟ କୁମାର ପାତ୍ର, ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଡା. ଉତ୍ପଳାକ୍ଷୀ ରାୟ, ଭେଷଜ

ବିଶେଷଜ୍ଞ ଡା. ଦେବପ୍ରିୟ ଷଡ଼ଙ୍ଗୀ ଓ ମଧୁମେହ ବିଶେଷଜ୍ଞ ଡା. ଅନ୍ତରୀକ୍ଷ ମିଶ୍ର ଯୋଗଦେଇ ରୋଗୀ ଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ | ରୋଗୀଙ୍କ ବିଭିନ୍ନ ପ୍ରକାର ରକ୍ତ ନମୁନା ପରୀକ୍ଷା କରାଯାଇ ମାଗଣାରେ ଔଷଧ ବଣ୍ଟନ କରାଯାଇଥିଲା | ସି.ଏସ୍‌.ଆର. ର ମୁଖ୍ୟ ସୁକାନ୍ତ କୁମାର ରଥ ଙ୍କ ତତ୍ତ୍ୱବଧାନ ରେ ଶିବିର ଆୟୋଜନ ହୋଇଥିଲା |

Leave a Reply

Your email address will not be published. Required fields are marked *