ତାଲିକାଭୁକ୍ତ ଅଧିବକ୍ତାଙ୍କ ତାଲିମ ଶିବିର

ତାଲିକାଭୁକ୍ତ ଅଧିବକ୍ତାଙ୍କ ତାଲିମ ଶିବିର ।
ପୁରୀ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧକ୍ଷ୍ୟ ତଥା ଜିଲ୍ଲା ଓ ଦୌରାଜଜ୍ ଶ୍ରୀଯୁକ୍ତ ଆନନ୍ଦ ନାରାୟଣ ମହାରଣାଙ୍କ ନିର୍ଦ୍ଧେଶ ଅନୁଯାଇ ତା ୨୩ .୮.୨୦୨୬ ରିଖ ଦିବା ୧୦.୩୦ ଘଟିକା ସମୟରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସମ୍ମିଳନୀ କକ୍ଷରେ ପୁରୀ, ପିପିଲି, ନିମାପଡା ଏବଂ କୋଣାର୍କ ତାଲିକାଭୁକ୍ତ ଅଧିବକ୍ତାଙ୍କ (Panel Lawyers) ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଅଛି। ଆଜିର ଏହି କାର୍ଯକ୍ରମକୁ ପ୍ରଥମ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ଶ୍ରୀଯୁକ୍ତ ସୈକତ ପାତ୍ର ଉଦ୍ଘାଟନ କରିବା ସହ ନିଜ ବକ୍ତବ୍ୟରେ N.D.P.S. Act., ଆଇନ ବିଷୟରେ ଆଲୋଚନା କରିଥିଲେ। Dr. Loknath Suar,HOD,LLM, Deptt. G.M.Law College, Puri ନିଜ ବକ୍ତବ୍ୟରେ Professional Ethics for Lawyers , Sri Jyotishankar Harichandan, Deputy Chief LADCS Law of Marriage and maintenance law , Sri Sudhir Kumar Ghose, Chief Legal Aid Defense Counsel, Puri ନିଜ ବକ୍ତବ୍ୟରେ Right of an accused person , law relating to bail, Plea Bargaining and law relating to property ବିଷୟରେ ଆଲୋଚନା କରିଥିଲେ । ପ୍ରାଧିକରଣର ସଚିବ ଶ୍ରୀଯୁକ୍ତ ପରିତୋଷ କୁମାର ସେଠୀ ନିଜ ବକ୍ତବ୍ୟରେ ଆଇନ ସେବା ପ୍ରାଧିକରଣ ଅଧିନିୟମ ୧୯୮୭ ରେ ଥିବା ବିଭିର୍ନ ବିଧିବ୍ୟବସ୍ଥାର ଉଦେଶ୍ୟ ଓ ଆଭିମୁଖ୍ୟ ,ନିଶୁଳ୍କ ଆଇନ ସେବା ଯୋଗ୍ୟ ହିତାଧିକାରୀ, ଲୋକ ଅଦାଲତ, ମଧ୍ୟସ୍ଥତା କେନ୍ଦ୍ର , ନ୍ୟାୟ ସଂଯୋଗ , ୧୫୧୦୦ ,ସମୁଖ କାର୍ଜ୍ୟାଳୟ ଏବଂ Role and Responsibilities of legal Services Lawyers ବିଷୟରେ ଅବଗତ କରାଇବା ସହ ଆଇନ ସେବା କଣ ଏବଂ ଆଇନ ସେବା ପାଇବାପାଇଁ କେଉଁ କେଉଁମାନେ ଯୋଗ୍ୟ ସେହି ବିଷୟରେ ଆଲୋଚନା କରିଥିଲେ । ଆଜିର ଏହି କାର୍ଯକ୍ରମରେ ଉପସ୍ଥିତ ଥିବା Panel Lawyers ମାନଙ୍କୁ ଆଇନ ସେବା ପ୍ରାଧିକରଣ ତରଫରୁ ଧନ୍ୟବାଦ ଅର୍ପଣ ସହ ଆଇନ ସେବାର ଉପଯୋଗୀତା ଓ ଉପଦେୟତାକୁ ସେମାନଙ୍କ ମଧ୍ୟରେ ପ୍ରଚାର କରିବା ଏବଂ ଏହା କିପରି ଜନସାଧାରଣଙ୍କ ଉପଯୋଗୀ ହୋଇପାରିବ ଏଥିପାଇଁ ଆହ୍ବାନ ଦେଇଥିଲେ । ଏହି କାର୍ଯକ୍ରମକୁ ପରିଚାଳନା କରିବାରେ ପ୍ରାଧିକାରଣର କର୍ମଚାରୀମାନେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *