ଓଡ଼ିଶାର ପିଠା ଓ ମିଠା

ଓଡ଼ିଶାର ପିଠା ଓ ମିଠା
ରଜନୀକାନ୍ତ ରଥ,ଜଗନ୍ନାଥପୁର ଶାସନ, ରାଜନଗର।
ବାରମାସରେ ତେର ପରବ ପାଳୁ
ଆମେ ଓଡ଼ିଆ ଘରେ ଘରେ।
ବଡ଼ ଦେଉଳେ ବଡ଼ ଠାକୁର
ଖାଆନ୍ତି ସୁଆଦିଆ ପିଠା।
ନାନା ପ୍ରକାର ପିଠା ଓ ମିଠା
ହୁଏ ନାନା ପରବରେ।
ଓଡ଼ିଆଣୀ ମା ଜନମ ଦିନରେ
କଳସ ବସାଇ ଚକୁଳି ଓ ମଣ୍ଡା
ରେ ପୂଜଇ ଗଣେଶ ଓ ଷଷ୍ଠୀ ।
ପ୍ରଥମାଷ୍ଟମୀ ରେ ଏଣ୍ଡୁରି ଓ ମଣ୍ଡା
ପିଠା ରେ ପୂଜଇ ଦେବଦେବୀଙ୍କୁ।
ଶାମ୍ବ ଦଶମୀ ରେ ନାନା ଜାତି ପିଠା କରି ପୂଜଇ ସୂର୍ଯ୍ୟଭଗବାନ।
ମକରରେ ମକର ପୋଡ଼ ପିଠା
ରଜ ରେ ନାନା ଜାତି ପିଠା ହୁଏ ଘରେ ଘରେ।ବାହୁଡ଼ାଯାତ୍ରା ରେ
ମିଠା ଖୁଆଇ କାଳିଆ ଠାକୁର
ମାନ ଭାଙ୍ଗନ୍ତି ମା ଲକ୍ଷ୍ମଙ୍କର ।
ଓଡ଼ିଆର ସ୍ଵlଦିଷ୍ଟ୍ ମିଠା ଓ ପିଠା
ସୁଖ୍ୟାତି ଲଭିଛି ସାରା ବିଶ୍ବରେ।

Leave a Reply

Your email address will not be published. Required fields are marked *