ପ୍ରଶାସନ ଏକାଦଶ ବିଜୟୀ
ପୁରୀ ୨୬/୮ ସ୍ବାୟତ୍ତ ଶାସନ ଦିବସ ଅବ୍ୟବହିତ ପୂର୍ବରୁ ଆୟୋଜିତ ଏକ କ୍ରିକେଟ ମ୍ୟାଚ ରେ ପୁରୀ ଜିଲ୍ଲା ପ୍ରଶାସନ ବିଜୟୀ ହୋଇଛନ୍ତି।ପ୍ରଶାସନ ଏକାଦଶ ଓ ପୁରୀ ମହାନଗର ନିଗମ ଏକାଦଶ ମଧ୍ୟରେ କ୍ରିକେଟ ମ୍ୟାଚ ଶ୍ରୀଜଗନ୍ନାଥ କ୍ରିକେଟ ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଥିଲା।ପ୍ରଥମେ ବ୍ୟାଟିଂ କରି ପ୍ରଶାସନ ଏକାଦଶ ୧୫୯ ରନ କରିଥିବା ବେଳେ ମହାନଗର ନିଗମ ନିର୍ଦ୍ଧାରିତ ଓଭରରେ ୧୦୮ କରିବାକୁ ସକ୍ଷମ ହୋଇଥିଲେ।ପ୍ରଶାସନ ଏକାଦଶ ପକ୍ଷରୁ ପ୍ରଶାନ୍ତ ପାତ୍ର ୪୮ ରନ କରି ଶ୍ରେଷ୍ଠ ବ୍ୟାଡସମ୍ୟାନ ଓ ୨ ଓଭରରେ ୩ ଟି ଉଇକେଟ ନେଇ ରଞ୍ଜିତ ସିଂ ଶ୍ରେଷ୍ଠ ବୋଲର ବିବେଚିତ ହୋଇଥିଲେ।ପରେ ବିଜୟୀ ଓ ରନରସ ଅପ ଦଳକୁ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା ଟ୍ରଫି ପ୍ରଦାନ କରିଥିଲେ।
