ମାହିମା ଧର୍ମାବାଲମ୍ବୀ ଚତୁର୍ଦଶୀ ଘୃତାହୁତି କରି ଆସନ୍ତା ଶ୍ରାବଣ ପୁର୍ଣିମା ଦିନ ନବାର୍ଣ୍ଣ ଲାଗି
ଗାଇସିଲେଟ :- 2026-27th ଅଗଷ୍ଟ ( ) ସାରା ଓଡ଼ିଶାରେ ଆଜି ପ୍ରତ୍ୟେକ ମାହିମା ଧର୍ମାବାଲମ୍ବୀ ଚତୁର୍ଦଶୀ ଘୃତାହୁତି କରି ଆସନ୍ତା ଶ୍ରାବଣ ପୁର୍ଣିମା ଦିନ ନବାର୍ଣ୍ଣ ଲାଗି ହୁଏ l ଆଜି ସେହିପରି ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ, ଗାଇସିଲେଟ ସ୍ଥିତ ବାବା କୁମରମଣିଙ୍କ ମାହିମା ମଠରେ ବାବା କୁମର୍ମଣୀଙ୍କତତ୍ୱାବଧାନରେ ଭୋଇପାଲି ମଠରେ ମହିମା ଧାରୀ ମାନଙ୍କ ନବାର୍ଣ୍ଣ ଲାଗି ହୋଇଛି l ଅଞ୍ଚଳର ସମସ୍ତ ମହିମାଧାରୀ ଏଠାରେ ଏକତ୍ରିତ ହୋଇ ଶାନ୍ତି-ଶୃଙ୍ଖଳାରେ ପର୍ବ ପାଳନ କରିଛନ୍ତି lବାବା କୁମରମଣି ସବୁ ବର୍ଷ ଠାରୁ ଏ ବର୍ଷ ମହା ଯାକଯମକରେ ପାଳନ କରି ପ୍ରଶଂସିତ ହୋଇଛନ୍ତି l ବାବାଙ୍କର ଜନସେବା ପ୍ରଥମ ଧର୍ମ l କାହାର କିଛି ଅସୁବିଧା ହୋଇ ଖବର ପାଇଲା ମାତ୍ରେ ପହଁଞ୍ଚି ତାର ସମସ୍ତ ବ୍ୟବସ୍ଥାରେ ସହଯୋଗ କରିଥାନ୍ତି l ସେ ଏ ମୁଣ୍ଡରେ ଥାଇ ବର୍ତମାନର ଫୋନ ଯୋଗେ ସେମୁଣ୍ଡରେ କାର୍ଯ୍ୟ ହାସଲ କରିବାର କୌଶଳ ତାଙ୍କୁ ବେଶ ଜଣା l ସେ ଶାସନ ଓ ପ୍ରଶାସନ ସବୁ ମହଲରେ ଜଣାଶୁଣା ଓ ସେବା ମନୋଭାବାପନ୍ନ ହେତୁ ଉଚ୍ଚ ପ୍ରଶଂସିତ ଅଟନ୍ତି l

ଭୋଇପାଳିରେ ବାବାଙ୍କ ଅଧୀନରେ ସରକାରଙ୍କ ସହଯୋଗ ସବୁଦିନେ ରହିଛି ଓ ତାଙ୍କ ଦ୍ୱାରା ବର୍ତମାନ ଏକ ବିଶାଳ ହୋମକୁଣ୍ଡ ଘର ତିଆରି ସମ୍ପନ୍ନ ହୋଇନାହିଁ, ତେଣୁ ଚିନ୍ତିତ ରହିବାର ସ୍ୱାଭାବିକ ରୂପ ଦେଖାଯାଉଛି l ସେ କଥାକଥିତରେ କୁହନ୍ତି ରାମାୟଣ ମହାଭାରତ ସରି ଯାଇଛି, ହେଲେ କାହାଣୀ ରହିଛି ଓ ମୁଁ ମରିଗଲା ପରେ ମୋର ପ୍ରଭୁଙ୍କ ନିକଟରେ ମାଗିଥିବା ଯୋଡ ହସ୍ତ ସେପରି ସବୁଦିନ ରହିଥିବ ଏହା ମୋର କାମ୍ୟ l ବାବା ନବାନ୍ନ ପଇସାରି ସମସ୍ତ ମାହିମା ଧରିଙ୍କୁ ଏକତ୍ରିତ ବୈଠକ କରି ମଠର କାର୍ଯ୍ୟାବଳୀ ଦାୟିତ୍ୱ ଦେଇ ଆସନ୍ତା ବର୍ଷର ନିମନ୍ତ୍ରଣ ରହିଲା ବୋଲି ଶୁଣାଇ ଦେଇଥିଲେ l ଶେଷରେ ମିଷ୍ଟ ପୁଡ଼ିପାଇଁସ ଜଳଖିଆ ଭରପୁର ଦେଇ ବିଦାୟ କାଳୀନ ପ୍ରଭୁଙ୍କ ଠାରେ ଦେଶ ରାଜ୍ୟ ଅଞ୍ଚଳର ସ-ଚରାଚର ଜୀବଜଗତର କଲ୍ୟାଣ ପାଇଁ ପ୍ରଭୁଙ୍କୁ ଅର୍ଦଳୀ ଜଣାଇଥିଲେ l ବରଗଡ ଜିଲ୍ଲା ପ୍ରତିନିଧି ତ୍ରିଲୋଚନ ପଣ୍ଡାଙ୍କ ରିପୋର୍ଟ l
