ସତ୍ୟସେବା ସରକାରୀ ଉଚ୍ଚ ବିଦ୍ୟାଳୟ, କନସିଂହାରେ ଗଙ୍ଗାଧର ଜୟନ୍ତୀ ପାଳିତ
ପଦ୍ମପୁର ତ.୨୮/୦୮/୨୦୨୬ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡ. ପ୍ରେମାନନ୍ଦ ବେହେରାଙ୍କ ସଭାପତିତ୍ବରେ ସତ୍ୟସେବା ସରକାରୀ ଉଚ୍ଚ ବିଦ୍ୟାଳୟରେ ଆଜି ଗଙ୍ଗାଧର ଜୟନ୍ତୀ ପାଳିତ ହୋଇଯାଇଛି । ବିଦ୍ୟାଳୟର ଶିକ୍ଷୟିତ୍ରୀ ସୁଶ୍ରୀ ରୋଶନୀ ଦେହେରୀସମସ୍ତଙ୍କୁ ସ୍ବାଗତ କରିଥିଲେ । ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ଶ୍ରୀଯୁକ୍ତ ଉମାକାନ୍ତ ପୋଢ଼ ଓ ଉପାଧ୍ୟକ୍ଷା ଶ୍ରୀମତୀ ସରୋଜିନୀ ସାହୁ ମୁଖ୍ୟ ଅତିଥି ଓ ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇଥିଲେ । ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ବେହେରା ସ୍ବଭାବ କବି ଗଙ୍ଗାଧରଙ୍କ ସାହିତ୍ୟ କୃତି ସମ୍ବନ୍ଧରେ ଆଲୋକପାତ କରିଥିଲେ । ଶ୍ରୀଯୁକ୍ତ ସଞ୍ଜୟ ଦେହେରୀ ଓ ଶ୍ରୀଯୁକ୍ତ ସୁଶାନ୍ତ ମେହେର ଗଙ୍ଗାଧରଙ୍କ ଗୀତଗୁଡିକୁ ପରିଚାଳନା କରିଥିଲେ ।ଶ୍ରୀ ଦାଶରଥି ମହାନନ୍ଦ ଓ ଶ୍ରୀଯୁକ୍ତ ବଳରାମ ଦେହେରୀ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ଉପଲକ୍ଷେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଶ୍ରୀଯୁକ୍ତ ଜିତେନ୍ଦ୍ରିୟ ଗିଙ୍ଗିରା, ଶ୍ରୀମତୀ ସୁକୃତା ସୁନା,ସୁଶ୍ରୀ ମୋନାଲିସା ପାଣିଗ୍ରାହୀ ଓ ଶ୍ରୀ ଶଶୀଭୂଷଣ ବାରିକ କାର୍ଯକ୍ରମରେ ସହାୟତା କରିଥିଲେ । ପରିଶେଷରେ ଶ୍ରୀମତୀ ଚନ୍ଦନା ଚନ୍ଦ୍ରପ୍ରଭା ପଧାନ ଧନ୍ୟବାଦ ଅର୍ପଣ କରିଥିଲେ।
