ମତ୍ସ୍ୟଚାଷ ସମ୍ପର୍କରେ ଦୁଇ ଦିନିଆ ପ୍ରଶିକ୍ଷଣ ଓ ସଚେତନତା ଶିବିର ଉଦ୍ଘାଟିତ
ପୁରୀ : ୦୨.୦୯.୨୦୨୬ ଆଜି ପୁରୀ ୟୁଥ ହଷ୍ଟେଲ ସଭାଗୃହ ପରିସରରେ ଜିଲ୍ଲା ମତ୍ସ୍ୟ ବିଭାଗ ପକ୍ଷରୁ ଜିଲ୍ଲାର ବିିଭିନ୍ନ ବ୍ଳକର ମତ୍ସ୍ୟ ଚାଷୀମାନଙ୍କୁ ନେଇ ମତ୍ସ୍ୟଚାଷ ସମ୍ପର୍କରେ ଏକ ଦୁଇ ଦିନିଆ ପ୍ରଶିକ୍ଷଣ ଓ ସଚେତନତା ଶିବିର ଉଦ୍ଘାଟିତ ହୋଇଯାଇଛି । ଜିଲ୍ଲା ସହକାରୀ ମତ୍ସ୍ୟ ଅଧିକାରୀ ଶୁଶ୍ରୀ ସୋନାଲି ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ପ୍ରଶିକ୍ଷଣ ଶିବିରରେ ଅତିଥି ଭାବରେ ପୁରୀ ମୂଖ୍ୟ ଜିଲ୍ଲା ମତ୍ସ୍ର ଅଧିକାରୀ ଦୌପଦୀ ମାଝୀ ଯୋଗ ଦେଇ ମତ୍ସ୍ୟ ଚାଷ ସମୟରେ ଆବଶ୍ୟକୀୟ ପଦକ୍ଷେପ ନେବା ସହିତ ଏହାର ଯତ୍ନ ନେବା ନିହାତି ଦରକାର ଏବଂ ପ୍ରତ୍ୟେକ ସମୟରେ ବୈଜ୍ଞାନିକ ମାନଙ୍କ ପରାମର୍ଶ ନେଇ ସଠିକ୍ ଭାବରେ ମାଛ କଲେ ରୋଜଗାର ବେଶ ଅଧିକ ହେବ ବୋଲି କହିଥିଲେ । ଅନ୍ୟତମ ଅତିଥି ଭାବରେ ପୁରୀ ଉଦ୍ୟାନ ବିଭାଗ ସହକାରୀ ଉଦ୍ୟାନ ଅଧିକାରୀ ସମ୍ବିତ କୁମାର ଆଚାର୍ଯ୍ୟ ଯୋଗ ଦେଇ ପୋଖରୀ ହୁଡ଼ାରେ କିଭଳି ବିିଭିନ୍ନ ପ୍ରକାରର ପନି ପରିବା ଚାଷ କରି ଅଧିକ ଉତ୍ପାଦନ କରିପାରିବେ ସେ ସମ୍ପର୍କରେ ଚାଷୀମାନଙ୍କୁ ବୁଝାଇବା

ସହିତ ଏହାର ରୋଗ ପୋକ ନିରାକରଣ ସମ୍ପର୍କରେ ସଚତନତାର ବାର୍ତା ପ୍ରଦାନ କରିଥିଲେ । ଏହାପରେ ଚାଷୀ ବୈଜ୍ଞାନକଙ୍କ ମଧ୍ୟରେ ଭାବବିନିମୟ ହୋଇଥିଲା । ମାଛ ଚାଷ କୁ କିଭଳି ଅଧିକମାତ୍ରା ଗ୍ରାମଂଚଳରେ କରାଯାଇ ପାରିବ । ମୂଖ୍ୟତଃ ଚାଷୀମାନେ ସାଧାରଣ ପ୍ରଣାଳୀରେ ଚାଷ କରିଥାନ୍ତି । ଉ୍ନ୍ନତ ମାନର ଜ୍ଞାନ କୌଶଳ ସାଙ୍ଗକୁ ଉନ୍ନତ ଧରଣର ସରକାରୀ ମାନ୍ୟତା ପ୍ରାପ୍ତ ମାଛ ଯାଆଁଳକୁ ଆଣି ପୋଖୀରେ ମାଛ ଚାଷ କରାଯାଇ ପାରିବ ସେ ସମ୍ପର୍କରେ ପୁରୀ ସେଂଟ୍ରାଲ ମାରାଇନ ଫିସିରିସ ରିସର୍ଚ୍ଚ ଇନଷ୍ଟିଚ୍ୟ୍ରୁଟର ବରିଷ୍ଠ ବୈଜ୍ଞାନିକ ଡ଼ଃ ରାଜେଶ କୁମାର ପ୍ରଧାନ ଚାଷୀମାନଙ୍କୁ ମତ୍ସ୍ୟ ଚାଷ ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଏହାପରେ ଜିଲ୍ଲା ସହକାରୀ ମତ୍ସ୍ୟ ଅଧିକାରୀ ଶୁଶ୍ରୀ ସୋନାଲି ପଣ୍ଡା ମତ୍ସ୍ୟ ବିଭାଗ ପକ୍ଷରୁ ରାଜ୍ୟ ସରକାରଙ୍କର କେଉଁ କେଉଁ ଯୋଜନା ରହିଛି ସେଗୁଡ଼ିକୁ କହିବା ସହିତ ଏହାର ସୁଯୋଗ କିଭଳି ଚାଷୀମାନେ ପାଇ ପାରିବେ ସେ ସମ୍ପର୍କରେ କହିଥିଲେ । ଚାଷ କରିବା ସହିତ ସରକାରୀ ରିହାତି କିଭଳି ପାଇ ପାରିବେ ସେ ସମ୍ପର୍କରେ ଗୋ ସୁଗମ ପୋଟାଲ କୁ ବ୍ୟବହାର କରି ପାରିବେ ସେ ସମ୍ପର୍କରେ କହିଥିଲେ । ଏହି ଅବସରରେ ମତ୍ସ୍ୟ ଚାଷକୁ ନେଇ ଚାଷୀମାନଙ୍କୁ ନେଇ ପ୍ରଶ୍ନ ପଚରା ଯାଇଥିଲା । ଯେଉଁମାନେ ସଠିକ୍ ଉତର ପ୍ରଦାନ କରିଥିଲେ ସେମାନଙ୍କୁ ବିଭାଗ ପକ୍ଷରୁ ଉପହାର ପ୍ରଦାନ କରାଯାଇଥିଲା । ପିପିଲି ସହକାରୀ ମତ୍ସ୍ୟଅଧିକାରୀ ଅରୋଶ୍ରୀ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଜେଏଫଟିଏ ଶୁଭଲକ୍ଷ୍ମୀ ବେହେରା ରଶ୍ମିତା ନାୟକ ପରିଚାଳନା କରିଥିଲେ ।
