ବଉଳା କୁମ୍ଭୀର

ବଉଳା କୁମ୍ଭୀର
ଅମରନାଥ ବାରିକ୍

ବଉଳା କୁମ୍ଭୀରର ଆତ୍ମକାହାଣୀ
କୁନା କୁନି ଏଥର ଶୁଣିବା
ଏମନ୍ତ ପ୍ରାଣୀର ଚତୁର ପ୍ରବୃତ୍ତି
ସରଳ ଭାବରେ ଜାଣିନେବା ।

ଶତାଧିକ ଆୟୁ ଅଟେ ବଉଳାର
ସବଳ ଶରୀର ଭାରି ତା’ର
କଣ୍ଟାଳିଆ ପିଠି ଶକତ ଲାଞ୍ଜଟି
ନରମ ପେଟ ଧୋ ଫରଫର ।

ତିନିଟି ପ୍ରଜାତି ଥଣ୍ଟିଆ ବଉଳା
ଭୟଙ୍କର ଅତି ଘଡିଆଳ
ଜଳରେ ତ୍ରିଶକ୍ତି ସବୁଠାରୁ ବଳି
ବାଘ ସିଂହଠାରୁ ବଳିଆର ।

ଜ୍ୟୋଷ୍ଠରୁ ଆଷାଢ଼ ପ୍ରଜନନ ପାଇଁ
ବସା ବାନ୍ଧିବା ତା’ର ସମୟ
ଅଣ୍ଡା ଦେବାପରେ ମାଆ କୁମ୍ଭୀରଟି
ହୁଏ ଅତି ସେହି ହିଂସ୍ର ପ୍ରାୟ ।

ଅଣ୍ଡା ସୁରକ୍ଷିତ ରଖିବା ପାଇଁକି
କାଠିକୁଟା ଢ଼ାଙ୍କିଦିଏ ଆଣି
ପଞ୍ଚସ୍ତରି ଦିନ ମଧ୍ୟରେ ଅଣ୍ଡାରୁ
ଶାବକ ଜନ୍ମାଏ ଗଣିଗଣି ।

ଏକ ପ୍ରଜନନ ଋତୁରେ ସମ୍ଭବ
ଅଣ୍ଡା ଚାଳିଶରୁ ଷାଠିଏଟି
ଉଚ୍ଚ ସ୍ଥାନଦେଖି ନଦୀ ଉପକୂଳ
ଦେଇଥାଏ ଏହି କୁମ୍ଭୀରଟି ।

ଭିତରକନିକା ଜାତୀୟ ଉଦ୍ୟାନେ
ସ୍ବତନ୍ତ୍ର ଭାବରେ ବ୍ୟବସ୍ଥିତ
ପ୍ରଜନନ ପ୍ରତିପାଳନ କେନ୍ଦ୍ରଟି
ଡାଙ୍ଗମାଳଠାରେ ପ୍ରତିଷ୍ଠିତ ।

ଗ୍ରା/ପୋ-କୟାଁ, ଥା-ମଙ୍ଗଳପୁର, ଜି-ଯାଜପୁର
ଓଡ଼ିଶା, ପିନ୍ ନମ୍ବର – ୭୫୫୦୧୧
ଦୂରଭାଷା – ୯୫୪୦୩୦୮୦୯୫ (ନୂଆଦିଲ୍ଲୀ)

Leave a Reply

Your email address will not be published. Required fields are marked *