ଟିକିତାରାର ୧୯୨ତମଦେଖିଲେଖ ପ୍ରତିଯୋଗିତା

ପୁରୀ: ୨/୯: ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବାସେଳୀ ସାହି, ପୁରୀରେ ଟିକିତାରା ଭ୍ରାମ୍ୟମାଣ ସାହିତ୍ୟ ସଂସ୍ଥା ପକ୍ଷରୁ ଦେଖିଲେଖ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ବିଦ୍ୟାଳୟର ପଞ୍ଚମ, ଷଷ୍ଠ ଏବଂ ସପ୍ତମ ଶ୍ରେଣୀର ଛାତ୍ରୀ ଛାତ୍ର ଅଂଶଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରୁ ପଞ୍ଚମ ଶ୍ରେଣୀର ସୁହାନୀ ସାହୁ, ପ୍ରିୟାଂଶି ମହାନ୍ତି ଓ ପ୍ରଜ୍ଞା ପ୍ରିୟଦର୍ଶିନୀ ସାହୁ, ଷଷ୍ଠ ଶ୍ରେଣୀର ଅର୍ପିତା ପ୍ରିୟଦର୍ଶିନୀ ପଣ୍ଡା, ପୂର୍ଣ୍ଣିମା ପ୍ରିୟଦର୍ଶିନୀ ନାୟକ ଓ ଶୁଭଲକ୍ଷ୍ମୀ ସାହୁ ଏବଂ ସପ୍ତମ ଶ୍ରେଣୀର ପ୍ରତ୍ୟାଶା କର, ଅନ୍ନପୂର୍ଣ୍ଣା ତ୍ରିପାଠୀ ଓ ରାଧାକାନ୍ତ ବେହେରା ଯଥାକ୍ରମେ ପ୍ରଥମ, ଦ୍ବିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରି ମୁଖ୍ୟ ଅତିଥି ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ଅଜୟ କୁମାର ପଣ୍ଡାଙ୍କ ଠାରୁ ପ୍ରମାଣପତ୍ର ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପତିତପାବନ ଜଗଦେବ, ସହକାରୀ ଶ୍ରୀମତୀ ଅରୁନ୍ଧତୀ ମିଶ୍ର, ଶ୍ରୀମତୀ ଆରତୀ ତ୍ରିପାଠୀ, ଶ୍ରୀମତୀ ପ୍ରଗତି ତ୍ରିପାଠୀ, ପ୍ରତିଶ୍ରୁତି ମିଶ୍ର ଓ ପ୍ରକାଶ ନାୟକ ପରିଚାଳନା କରିଥିଲେ। ସଂପାଦକ ବିପିନ ବିହାରୀ ଦଳାଇ ଏବଂ ମୁଖ୍ୟ ଅତିଥି ପିଲାମାନଙ୍କୁ ଲେଖିବା ଶୈଳୀ ବିଷୟରେ ବୁଝାଇଥିଲେ।।

Leave a Reply

Your email address will not be published. Required fields are marked *