ରାଜ୍ୟବ୍ୟାପୀ ଖାଦ୍ୟ ସୁରକ୍ଷା କାର୍ଯ୍ୟକାରୀ ବ୍ୟବସ୍ଥା କଡ଼ାକଡ଼ି
ରାଜ୍ୟବ୍ୟାପୀ ଖାଦ୍ୟ ସୁରକ୍ଷା କାର୍ଯ୍ୟକାରୀ ବ୍ୟବସ୍ଥା କଡ଼ାକଡ଼ି l ୩,୬୦୫ କିଲୋଗ୍ରାମ ଅଖାଦ୍ୟ/ନିମ୍ନମାନର ଖାଦ୍ୟ ନଷ୍ଟ, ୪୭୫ଟି ସନ୍ଦିଗ୍ଧ ନମୁନା ସଂଗ୍ରହ୨.୮୪ ଲକ୍ଷ ଟଙ୍କାରୁ ଅଧିକ ଜରିମାନା ଆଦାୟଭେଜାଲକାରୀଙ୍କୁ କଠୋର କାର୍ଯ୍ୟାନୁଷ୍ଠାନର ଚେତାବନୀଭୁବନେଶ୍ୱର, ୨୮ ଅଗଷ୍ଟଚାଲିଥିବା ବର୍ଷା ଏବଂ ଆଗାମୀ ପର୍ବପର୍ବାଣିକୁ ଦୃଷ୍ଟିରେ ରଖି, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ନିର୍ଦ୍ଦେଶକ୍ରମେ ସମଗ୍ର ରାଜ୍ୟରେ ଖାଦ୍ୟ ସୁରକ୍ଷା ନିୟମାବଳୀର କାର୍ଯ୍ୟକାରିତାକୁ କଡ଼ାକଡ଼ି କରାଯାଇଛି। ଓଡ଼ିଶା ରାଜ୍ୟ ଖାଦ୍ୟ ସୁରକ୍ଷା କମିଶନର ଡକ୍ଟର ପୋମା ଟୁଡୁ ସମସ୍ତ ସହରାଞ୍ଚଳ ସଂସ୍ଥା, ବିକାଶ କେନ୍ଦ୍ର (growth centres) ଏବଂ ଗ୍ରାମୀଣ ବଜାରରେ ଚଢ଼ଉ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।ରାଜ୍ୟର ୩୦ଟି ଜିଲ୍ଲା ଏବଂ ୬ଟି ମହାନଗର ନିଗମ (ଭୁବନେଶ୍ୱର, କଟକ, ରାଉରକେଲା, ପୁରୀ, ସମ୍ବଲପୁର ଓ ବ୍ରହ୍ମପୁର) ଅନ୍ତର୍ଗତ ବିଭିନ୍ନ ଖାଦ୍ୟ ଦୋକାନରେ ଏହି ଚଢ଼ଉ କରାଯାଇଥିଲା। ଚଢ଼ଉର ତିନି ଦିନ ମଧ୍ୟରେ (ଅଗଷ୍ଟ ୨୫, ୨୬ ଓ ୨୭ ତାରିଖ) ୩,୬୦୫ କିଲୋଗ୍ରାମ ନିମ୍ନମାନର ମିଠା ଓ ବାସି ଖାଦ୍ୟ ଜବତ କରାଯାଇ ନଷ୍ଟ କରାଯାଇଛି। ମିଳିତ ଚଢ଼ଉକାରୀ ଦଳ ପରବର୍ତ୍ତୀ ରାସାୟନିକ ପରୀକ୍ଷଣ ପାଇଁ ୪୭୫ଟି ସନ୍ଦିଗ୍ଧ ନମୁନା ସଂଗ୍ରହ କରିଛନ୍ତି। ଦୋକାନୀମାନଙ୍କଠାରୁ ଜରିମାନା ବାବଦରେ ୨,୮୪,୫୦୦ ଟଙ୍କା ଆଦାୟ କରାଯାଇଛି। ୧୮୯ଟି ଖାଦ୍ୟ ପ୍ରତିଷ୍ଠାନକୁ ନୋଟିସ୍ ଜାରି କରାଯାଇଛି। ଖାଦ୍ୟ ସୁରକ୍ଷା ବିଭାଗର ରାଜ୍ୟ ମୁଖ୍ୟାଳୟର ମନୋନୀତ ଅଧିକାରୀ (Designated Officer) ଡକ୍ଟର ପ୍ରତୀକ୍ଷା ମହାପାତ୍ର କହିଛନ୍ତି ଯେ, ପରୀକ୍ଷଣ ରିପୋର୍ଟ ଏବଂ ନୋଟିସ୍ ପାଇଥିବା ଖାଦ୍ୟ ପ୍ରତିଷ୍ଠାନଗୁଡ଼ିକର ଉତ୍ତର ମିଳିବା ପରେ ପରବର୍ତ୍ତୀ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।ଉପଲବ୍ଧ ତଥ୍ୟ ଅନୁଯାୟୀ, ଗୃହ ବିଭାଗ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଏବଂ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାଗୁଡ଼ିକ ମଧ୍ୟରେ ଘନିଷ୍ଠ ସମନ୍ୱୟ ରକ୍ଷା କରାଯାଇ ଏହି ମିଳିତ ଚଢ଼ଉ କରାଯାଉଛି। ଏଥିପାଇଁ ୬୧ଟି ଖାଦ୍ୟ ସୁରକ୍ଷା ଦଳ ଗଠନ
