ଡକ୍ଟର ପ୍ରତିଭା ରାୟଙ୍କୁ ସାହିତ୍ୟ ଅକାଦେମି ଫେଲୋସିପ୍ ପ୍ରଦାନ

*ଭୁବନେଶ୍ୱରର ସଂସ୍କୃତି ଭବନ ସଭାଗୃହରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସାହିତ୍ୟ ଅକାଦେମି ପକ୍ଷରୁ ପ୍ରସିଦ୍ଧ ଓଡ଼ିଆ ଲେଖିକା ଏବଂ ବିଦୁଷୀ ଡକ୍ଟର ପ୍ରତିଭା ରାୟଙ୍କୁ ଫେଲୋସିପ୍ ପ୍ରଦାନ କରାଯାଇଛି । ପ୍ରାରମ୍ଭରେ ଡକ୍ଟର ଆଦ୍ୟାଶା ଦାସଙ୍କ ଆବାହନୀ ଗୀତ ପରିବେଷଣ କରିଥିଲେ । ସାହିତ୍ୟ ଅକାଦେମିର ସଚିବ ଡକ୍ଟର ବରୁଣ ଗୁଲାଟି ପ୍ରାରମ୍ଭିକ ମନ୍ତବ୍ୟ ଉପସ୍ଥାପନ କରିଥିଲେ ଏବଂ ଫେଲୋସିପର ପ୍ରଶସ୍ତି ପାଠ କରିଥିଲେ। ସାହିତ୍ୟ ଅକାଦେମିର ସଭାପତି ଡକ୍ଟର ମାଧବ କୌଶିକ ଡକ୍ଟର ରାୟଙ୍କୁ ଫେଲୋସିପ୍ ଫଳକ ପ୍ରଦାନ କରିବା ପୂର୍ବକ ସଭାପତି ଭାଷଣ ଦେଇଥିଲେ। ସେ କହିଥିଲେ ଯେ ଡକ୍ଟର ରାୟ ହେଉଛନ୍ତି ଭାରତୀୟ ସାହିତ୍ୟର ଜୀବନ୍ତ କିମ୍ବଦନ୍ତୀ। ଏହି ଅବସରରେ ଏକ ସଂବାଦ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ଯେଉଁଥିରେ ସାହିତ୍ୟ ଅକାଦେମିର ଓଡ଼ିଆ ଉପଦେଷ୍ଟା ମଣ୍ଡଳୀର ଆବାହକ ଡକ୍ଟର ଗୌରହରି ଦାସ ଅଧ୍ୟକ୍ଷତା କରିଥିଲେ। ଡକ୍ଟର ଦାସ କହିଥିଲେ ଯେ ଡକ୍ଟର ରାୟ ହେଉଛନ୍ତି ଓଡ଼ିଶାର ପ୍ରଥମ ଲେଖିକା ଯିଏ ସାହିତ୍ୟ ଅକାଦେମିର ଫେଲୋସିପ୍ ପାଇଛନ୍ତି। ବିଶିଷ୍ଟ ଲେଖକ ଦେବପ୍ରସାଦ ଦାଶ, ପ୍ରଫେସର ସଂଘମିତ୍ରା ମିଶ୍ର ଏବଂ ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତି ପ୍ରତିଭା ରାୟଙ୍କ ଜୀବନୀ ଏବଂ କୃତି ଉପରେ ବକ୍ତବ୍ୟ l

Leave a Reply

Your email address will not be published. Required fields are marked *