କୋଣାର୍କରେ ଆଇନ ମହାବିଦ୍ୟାଳୟ ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ବୈଠକ

କୋଣାର୍କ: ୩୦/୪ ଆନ୍ତର୍ଜାତୀୟ ପର୍ଯ୍ୟଟନ କ୍ଷେତ୍ର କୋଣାର୍କର ଉଚ୍ଚ ଶିକ୍ଷାର ବିକାଶ ପାଇଁ ଆଇନ ମହାବିଦ୍ୟାଳୟର ଆବଶ୍ୟକତା କୁ ଦୃଷ୍ଟିରେ ରଖି ଏବେ କୋଣାର୍କ ଅଂଚଳର ବରିଷ୍ଠ ବୁଦ୍ଧିଜୀବୀ ମାନେ ଉଦ୍ୟମ ଆରମ୍ଭ କରିଛନ୍ତି । କୋଣାର୍କରେ ଶିକ୍ଷା କ୍ଷେତ୍ରରେ ଉନ୍ନତି ଓ ସୁଦୃଢ଼ କରାଯିବା ନିମନ୍ତେ ଓ କୋଣାର୍କ ଓ ଏହାର ଆଖପାଖ ଅଞ୍ଚଳର ଛାତ୍ରଛାତ୍ରୀ ମାନଙ୍କ ଉଜ୍ବଳ ଭବିଷତ କାମନା କରି ଏଠାରେ ଏକ ଆଇନି ମହାବିଦ୍ୟାଳୟ ପ୍ରତିଷ୍ଠା କରିବା ନିମନ୍ତେ ନିଷ୍ପତି ନେଇ ଛନ୍ତି । ଏଥିପାଇଁ କୋଣାର୍କ ସ୍ଥିତ ପୂର୍ତ୍ତ ବିଭାଗ ଡାକ ବଙ୍ଗାଳି ପରିସରେ ରବିବାର ପୂର୍ବାହ୍ନରେ ବରିଷ୍ଠ ନାଗରିକ ପ୍ରଫୁଲ୍ଲ ପାତ୍ରଙ୍କ ଆବହାକତ୍ଵରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଶିକ୍ଷବିତ ତଥା ରାଜନୀତିଜ୍ଞାନ ବଂଶୀଧର ବିଶ୍ୱାଳ ସଭାପତିତ୍ୱ କରିଥାବା ବେଳେ ଅନ୍ୟମାନଙ୍କ ମଧ୍ୟରେ ପୁରିଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ରାଜକିଶୋର ମହାପାତ୍ର, ବରିଷ୍ଠ ସମାଜସେବୀ ଏନ ଏ ଆନଶାହାରୀ, ବୁଦ୍ଧିଜୀବୀ ରଶ୍ମିରଞ୍ଜନ ବିଶ୍ୱାଳ, ଶିକ୍ଷାବିତି ପ୍ରତାପ ରାଉତ, ଆଇନଜୀବୀ ତପନ ପଟନାୟକ, କୋଣାର୍କ ଭଗବତୀ ମହାବିଦ୍ୟାଳୟର ପୂରାତନ ଛାତ୍ର ସଂସଦର ପଞ୍ଚାନନ ବରାଳ, କୋଣାର୍କ ଭଗବତୀ ମହାବିଦ୍ୟାଳୟର ପୂର୍ବତନ ଛାତ୍ର ନେତା ପିନାକୀ ନାୟକ ଓ ଆଭାସ ମୁଦୁଲି, ଅଜିତ୍ କୁମାର ମଲ୍ଲିକ, ସାମ୍ବାଦିକ ଅବନୀ ଭୂଷଣ ବାରିକ, ମାନସ ରଞ୍ଜନ ପାତ୍ର, ଧନଞ୍ଜୟ ବେହେରା,ସୁକାନ୍ତ ବିଶ୍ବାଳ ପ୍ରମୁଖ ଯୋଗ ଦେଇଥିଲେ ।ଆଇନି ମହାବିଦ୍ୟାଳୟ ପ୍ରତିଷ୍ଠା ନିମନ୍ତେ ଜରୁରୀ ଆନୁଷଙ୍ଗିକ ବ୍ୟବସ୍ଥାକୁ ନେଇ ସବିଶେଷ ଆଲୋଚନା କରାଯାଇଥିଲା ।ସରକାରୀ ନୀତିନିୟକ ପାଳନ କରିବା ସହ କିପରି ଏହି ଆଇନି ମହାବିଦ୍ୟାଳୟ ଖୁବ ଶୀଘ୍ର ପ୍ରତିଷ୍ଠା କରାଯାଇ ପାରିବ ସେ ସମ୍ପର୍କରେ ଏହି ବୈଠକରେ ସର୍ବସମ୍ମତି ନିଷ୍ପତି ନିଆଯାଇଥିଲା । କୋଣାର୍କରେ ଏକ କୋର୍ଟ ରହିଥିବା ଓ ଏହାକୁ ନେଇ ଅନେକ ଛାତ୍ରଛାତ୍ରୀ ମାନେ ଆଇନି ବ୍ୟବସାୟ କରି ନିଜର ଭବିଷ୍ୟତ ତିଆରି କରିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ଏଠାରେ ଆଇନି ମହାବିଦ୍ୟାଳୟ ଜରୁରୀ ବୋଲି ବୁଦ୍ଧିଜୀବୀ ମାନେ ସମସ୍ତେ ନିଜ ନିଜର ବକ୍ତବ୍ୟରେ ମତ ପ୍ରକାଶ କରିଥିଲେ ।

Leave a Reply

Your email address will not be published. Required fields are marked *