ରମ୍ଭା ଥାନା ପରିଦର୍ଶନରେ ଦିଲ୍ଲୀ ରିସର୍ଚ୍ଚ ଟିମ l

ରମ୍ଭା ତା -୪/୦୯/୨୦୨୬ ରମ୍ଭା ରମ୍ଭା ଥାନାକୁ ଏକ ନମ୍ବର କରିବା ପାଇଁ ଦିଲ୍ଲୀ ରିସର୍ଚ୍ଚ ଟିମର ଏକ ପ୍ରତିନିଧି ଦଳ ତତ୍କାଳୀନ ପରିଦର୍ଶନ କରିଛନ୍ତି ।ପ୍ରତେକ କେସ ତଦନ୍ତ, ଉତ୍ତମ ବ୍ୟବହାର, ଗଣବେଶ ପରିଧାନ, ଥାନା ପରିସରରେ ପରିଷ୍କାର ପରିଚ୍ଛନ୍ନ, ଥାନା ପରିବେଶ ଆଲୋକ ସଜ୍ଜା, ପାଠାଗାର, ଓପନ ଜିମ, ଇଣ୍ଡୋର ଜିମ, ଫୁଲ ବଗିଚା, ଚିଲଡ୍ରେନ ପାର୍କ, ୱାଟର ପାର୍କ, ଖେଳ ପଡିଆ, ମନ୍ଦିର, ଷ୍ଟାଫ୍ ଗୃହ, ଷ୍ଟାଫ୍ ଗାଡି ପର୍କିଙ୍ଗ, ଜବତ ଗାଡି ପର୍କିଙ୍ଗ, ଅଞ୍ଚଳର ବୁଦ୍ଧିଜୀବୀ, ସମାଜସେବୀ, ସାମ୍ବାଦିକ, ସହିତ ସାଧାରଣ ନାଗରିକ ପ୍ରଭୃତି ପରିଦର୍ଶନ କରିଥିଲେ l ଦିଲ୍ଲୀ ରିସର୍ଚ୍ଚ ଟିମ ପକ୍ଷରୁ ଜ୍ଞାନେସ ସାହୁ ଆସିଥିବା ବେଳେ ରମ୍ଭା ଥାନା ପକ୍ଷରୁ ଆଇ ଆଇ ସି କୁମାର ମୁଦୁଲି, ଖଲ୍ଲିକୋଟ ଥାନା ଆଇ ଆଇ ସି ରମେଶ ପ୍ରଧାନ, ଏସ ଆଇ ରବୀନ୍ଦ୍ର କୁମାର ପ୍ରଧାନ, ଏସ ଆଇ ଛବିରାଣୀ ନାୟକ, ଷ୍ଟାଫ୍ ହୋମଗାର୍ଡ, କାନ୍ସଟେବଲ ପ୍ରଭାତ ନାୟକ ପ୍ରମୁଖ ସହଯୋଗ କରିବା ସହ ଦିଲ୍ଲୀ ଗୃହ ମନ୍ତ୍ରାଳୟକୁ ତଥ୍ୟ ହସ୍ତାନ୍ତର କରାଯିବାର ଖବର ମିଳିଛି l

Leave a Reply

Your email address will not be published. Required fields are marked *