ସଂସ୍କୃତ ଭାଷାର ବାଣୀକୁ ବିବିଧ ଭାଷାରେ ରୂପାନ୍ତରିତ।

ପୁରୀ/ନିମାପଡା ୩୧/୮ ସଂସ୍କୃତ ସପ୍ତାହ ପାଳନର ଶେଷ ଦିବସରେ ଆଜି ନିମାପଡା ସ୍ବୟଂଶାସିତ ମହାବିଦ୍ୟାଳୟର ମୁଖ୍ୟ ଫାଟକରେ ସଂସ୍କୃତ ଭାଷାରେ ଲିଖିତ କିଛି ମହାନ୍ ବାଣୀକୁ ଫଳକ ମାଧ୍ୟମରେ ଲଗାଯାଇଥିଲା।ମହାବିଦ୍ୟାଳୟର ଅଧ୍ୟକ୍ଷ ଡ ରାଜ କିଶୋର ମିଶ୍ର ଙ୍କ ଦ୍ଵାରା ଏହା ଉନ୍ମୋଚିତ କରାଯାଇଥିଲା।ଏଥିରେ ସଂସ୍କୃତ ଭାଷାକୁ ଓଡ଼ିଆ ତଥା ଇଂରାଜୀ ଭାଷାରେ ମଧ୍ୟ ଅନୁବାଦିତ କରାଯାଇଛି।ଏହା ଦ୍ଵାରା ଆମ ପ୍ରାଚୀନ ତଥା ମହାନ ଭାଷା ସଂସ୍କୃତ ର ବିଭିନ୍ନ ହିତୋପଦେଶ ଓ ବାଣୀକୁ

ଅନ୍ୟାନ୍ୟ ଭାଷା ଭାଷୀର ଲୋକ ମାନେ ଜାଣିବା ସହଜ ହୋଇ ପାରିବ।ଯାହା ଦ୍ବାରା ଆମ ସଂସ୍କୃତ ଭାଷାର ଗୌରବ ଓ ଗୁରୁତ୍ୱ ବୃଦ୍ଧି ପାଇବ ବୋଲି ଅଧ୍ୟକ୍ଷ ସୂଚନା ଦେଇଥିଲେ। ଏହି କାର୍ଯକ୍ରମରେ ସଂସ୍କୃତ ବିଭାଗର ମୁଖ୍ୟା ସ୍ନିଗ୍ଧା ସ୍ୱରୂପା ବାରିକ, ଡ ଅରୁଣ କୁମାର ମିଶ୍ର, ପ୍ରଶାସନିକ ଅଧିକାରୀ ଡ ରବୀନ୍ଦ୍ର ନାଥ ପାଢ଼ୀ, ସ୍ୱପ୍ନାରାଣୀ ମିଶ୍ର, ପ୍ରବୀର କୁମାର ବେହେରା, ପ୍ରେମରାଜ ଗହୀର, ଦେବୀ ଦତ୍ତ ବେହେରା , ଚିତ୍ତ ରଞ୍ଜନ ପ୍ରଧାନ ଓ ସଂସ୍କୃତ ବିଭାଗର ୫୦ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *