ବାସ୍ତୁବିତ ଡ଼. ଚିନ୍ତାମଣି ପାଢ଼ୀଙ୍କୁ ଦାରୁବ୍ରହ୍ମ ସମ୍ମାନ

ବ୍ୟାସନଗର : ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱ ବିଦ୍ୟାଳୟ, ପୁରୀ ଠାରେ ଆୟୋଜିତ ଶନି ଓ ରବିବାର ଦୁଇ ଦିନିଆ ଅନ୍ତର୍ଜାତୀୟ ଆଷ୍ଟ୍ରୋଲୋଜି ସମ୍ମିଳନୀରେ ବାସ୍ତୁବିତ ଡ଼. ଚିନ୍ତାମଣି ପାଢ଼ୀଙ୍କୁ ଦାରୁବ୍ରହ୍ମ ସମ୍ମାନ ୨୦୨୬ ପ୍ରଦାନ କରାଯାଇଛି। ପୁରୀ ସ୍ଥିତ ଧ୍ରୁବ ଆଷ୍ଟ୍ରୋଲୋଜି ରିସର୍ଚ୍ଚ ସେଣ୍ଟର ଓ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱ ବିଦ୍ୟାଳୟ ମିଳିତ ଆନୁକୂଲ୍ୟରେ ଭାରତୀୟ ଜ୍ଞାନ ପରମ୍ପରାରେ ଆଜୀବିକା ବିମର୍ଶ ଶୀର୍ଷକ ଆଲୋଚନା ଚକ୍ର ବିଷୟରେ ଡ଼. ପାଢ଼ୀ ଦୀର୍ଘ ଆଠ ମିନିଟର ବକ୍ତବ୍ୟ ସନ୍ଦର୍ଭ ବିଚାରକ ମାନଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଥିଲା। ବାସ୍ତୁଶାସ୍ତ୍ରରେ ପି.ଏଚ. ଡି. ହାସଲ କରିଥିବା ଡ଼. ପାଢ଼ୀ ଜ୍ୟୋତିଷ ଶାସ୍ତ୍ରରେ ବ୍ୟକ୍ତି ବିଶେଷଙ୍କ ଜାତକରେ ଦଶମ ଭାବ କିପରି ନିଜର ବୃତ୍ତି ଓ କର୍ମକାରକ ଉପରେ ପ୍ରଭାବ ରଖେ ସେ ସମ୍ପର୍କରେ ବିସ୍ତୃତ ବିବରଣୀ ରଖିଥଲେ। ଧ୍ରୁବ ଜ୍ୟୋତିଷ ଗବେଷଣା କେନ୍ଦ୍ର ସଂସ୍ଥାପିକା ଡା. ସସ୍ମିତା ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶ୍ରୀ କୁଳପୀଠ ପୀଠାଧୀଶ୍ୱର ଶ୍ରୀ ଶ୍ରୀ ଡା. ସଚ୍ଚିଦାନନ୍ଦ ମହାରାଜ, ଲକ୍ଷନୋ କେନ୍ଦ୍ରୀୟ ସଂସ୍କୃତ ବିଦ୍ୟାଳୟ ନିର୍ଦେଶକ ସର୍ବ ନାରାୟଣ ଝା, ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱ ବିଦ୍ୟାଳୟ କୁଳପତି ଆଚାର୍ଯ୍ୟ ପ୍ରଭାତ କୁମାର ମହାପାତ୍ର,କୁଳ ସଚିବ ପ୍ରଜ୍ଞାଶ୍ରୀ ପ୍ରିୟମ୍ବଦା ଆଚାର୍ଯ୍ୟ ଶତ୍ରୁଘ୍ନ ପାଣିଗ୍ରାହୀ, ମୋହିନୀ ମୋହନ ମିଶ୍ର, ଗୁରୁମା ଚେତନା ଜୀ ପ୍ରମୁଖ ଯୋଗଦେଇ ଭାରତୀୟ ଜ୍ଞାନ ପରମ୍ପରରେ ଜ୍ୟୋତିଷ ଓ ବାସ୍ତୁଶାସ୍ତ୍ରର ଉପକାରିତା ଓ ପ୍ରଭାବ ଉପରେ ଆଲୋକପାତ କରିଥିଲେ। ଏହି ଖବର ଜଣାପଡିବା ପରେ ବିଭିନ୍ନ ମହଲରୁ ଡକ୍ଟର ପାଢୀଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରାଯାଇଛି।

Leave a Reply

Your email address will not be published. Required fields are marked *