ସେନସେଟିଭ ଷ୍ଟୋରୀ
ଭଗବାନ ଏଭଳି କଷ୍ଟ ଆଉ କାହାକୁ ନ ଦିଅନ୍ତୁ । ଆମେ ସବୁଦିନ ମରିମରି ବଞ୍ଚୁଛୁ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ଝିଅକୁ ସମର୍ପଣ କରିଦେଲୁ,,,ଯାହା ତାଙ୍କର ଇଚ୍ଛା। ଏ କୌଣସି ସିନେମା କି ଯାତ୍ରାର ଡାଇଲଗ୍ ନୁହେଁ। ଏହେଉଛି ଗୋଟେ ବାପାର ଲୁହଭରା ଆଖି ଓ କୋହଭରା କଣ୍ଠରେ ଜଗତର ନାଥ ଜଗନ୍ନାଥଙ୍କୁ ଆକୁଳ ନିବେଦନ। ୧୭ ମାସର ଝିଅ,,କିନ୍ତୁ ସତରେ ତା କାହାଣୀ ଶୁଣିଲେ ଆପଣଙ୍କ ଆଖିକୁ ବି ଳୁହ ଆସିଯିବ। ଆଉ ଭଗବାନଙ୍କୁ ଆପଣ କହିବେ,, ପ୍ରଭୂ ସତରେ କଣ ଆପଣ ଏତେ ନିଷ୍ଠୁର। ଭଲକରି ଦେଖନ୍ତୁ ଏ ମା ଆଖିର ଲୁହ। ଏ ଲୁହ କେବଳ ତା ଝିଅର ଦେହ ଭଲ କରିବା ସହ କଷ୍ଟ କିଭଳି ଲାଘବ ହେବ। ଶ୍ରୀମନ୍ଦିର ସିଂହଦ୍ଵାର ନିକଟରେ କଷ୍ଟର ଅଶ୍ରୁ ସହ ବୁକୁଫଟା ଚିତ୍କାର କରି ନିଜ ଝିଅର ଦେହ କିଭଳି ସୁସ୍ଥ ହୋଇପାରିବ ସେନେଇ ମହାପ୍ରଭୁଙ୍କ ଶରଣ ପଶିଛନ୍ତି ଯାଜପୁରର ଦମ୍ପତି। ହଠାତ୍ ହସଖୁସିରେ ଚାଲିଥିବା ସଂସାର ଉପରେ ପଡିଗଲା ଚଡକ । ବିଧିର ବିଧାନ ବଡ ବିଚିତ୍ର। ହଠାତ କିଛି ମାସ ତଳେ ପରିବାର ଲୋକେ ଜାଣିବାକୁ ପାଇଲେ ତ୍ରୀଶିକା ବିରଳ SMA TYPE 2 ବା ସ୍ପାଇନାଲ୍ ମସକୁଲାର୍ ଆଟ୍ରୋପି ରୋଗରେ ପିଡୀତ। ଏହି ବିରଳ ରୋଗ ଭଲ ହେବାକୁ ୧୬ କୋଟି ଟଙ୍କାର ଇଞ୍ଜେକ୍ସନ ଆବଶ୍ୟକ ବୋଲି କହି ନିଜର ଅସହାୟତା ପ୍ରକାଶ କରିଛନ୍ତି ଦମ୍ପତି। ୧୭ ମାସର ଛୁଆକୁ ୧୬ କୋଟି ଟଙ୍କାର ଇଞ୍ଜେକ୍ସନ ଦବା ପାଇଁ ଏବେ ବାର ଦୁଆରେ ଭିକ୍ଷା କରିବା ସହ ରାଜ୍ୟ ସରକାରଙ୍କୁ ସାହାଯ୍ୟ ପାଇଁ ଆକୁଳ ନିବେଦନ କରିଛନ୍ତି ତ୍ରୀଶିକାର ବାପା ମା । ଲୋକଙ୍କ ଠାରୁ ଟଙ୍କା ସାହାଯ୍ୟ ମାଗିବା ପୂର୍ବରୁ ମହାପ୍ରଭୁଙ୍କୁ ନିଜର ଦୁଖଃ ଜଣାଇ ଝିଅକୁ ସମର୍ପଣ କରିଥିବା କହିଛନ୍ତି ଅସହାୟ ବାପା । ଶ୍ରୀମନ୍ଦିର ବାଇଶିପାହାଚରେ ଝିଅକୁ ଗଡାଇ ମହାପ୍ରଭୁଙ୍କ ଉପରେ ଶେଷ ଭରସା ରଖିଥିବା କହିଛନ୍ତି ତ୍ରୀଶିକାର ପରିବାର ଲୋକେବାଇଟ୍1- ତ୍ରୀଶିକାର ବାପାବାଇଟ୍2- ତ୍ରୀଶିକାର ମାଭିଓ- ଶ୍ରୀମନ୍ଦିର ସିଂହଦ୍ଵାର ନିକଟରେ ଏଭଳି ଦୃଶ୍ୟ ସମସ୍ତଙ୍କୁ ବ୍ୟଥିତ କରିଛି। ନୀରିହ ନିଷ୍ପାପ ଝିଅ ତ୍ରୀଶିକାର ଚିକିତ୍ସା ପାଇଁ ଦୁଆର ଦୁଆର ବୁଲି ସାହାଯ୍ୟ ଭିକ୍ଷା କରିବାକୁ ମନସ୍ଥ କରିଛନ୍ତି ପରିବାର ଲୋକେ। ସେପଟେ ସମୟ ଯେତିକି ପାଖେଇ ଆସୁଛି ତ୍ରୀଶିକାର ଜୀବନ ପ୍ରତି ବିପଦ ସେତିକି ଘନଉଛି। ଏ ପର୍ଯ୍ୟନ୍ତ ଝିଅ ରୋଗ ବାବଦରେ ପ୍ରାୟ ୨୦/୨୫ ଲକ୍ଷ ଟଙ୍କା ଖର୍ଚ୍ଚ ମଧ୍ୟ ହୋଇଯାଇଛି। ଏପରି ସ୍ଥଳେ କ୍ରାଉଡ୍ ଫଣ୍ଡି ସହ ଜନତାଙ୍କ ସାହାଯ୍ୟ ସହଯୋଗ

ତ୍ରୀଶିକାକୁ ଏକ ନୂଆ ଜୀବନ ଦେବ ବୋଲି ପରିବାର ଲୋକେ କହିଛନ୍ତି। ସମସ୍ତେ ତ୍ରୀଶିକାର ଆଶୁ ଆରୋଗ୍ୟ ପାଇଁ କିଛିକିଛି ଆର୍ଥିକ ସାହାଯ୍ୟ କରିବା ସହ ରାଜ୍ୟ ସରକାରଙ୍କୁ ମଧ୍ୟ ସାହାଯ୍ୟର ଭିକ୍ଷା ମାଗିଛନ୍ତି ପରିବାର ଲୋକେ। ତ୍ରୀଶିକାର ସୁସ୍ଥତା ପାଇଁ ପରିବାର ଲୋକଙ୍କ ସମେତ ତାଙ୍କ ପଡୋଶୀ ମାନେ ମଧ୍ୟ ଏକ ଗଞ୍ଜି ପିନ୍ଧି ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରିଛନ୍ତି। ହାତରେ ବ୍ୟାନର୍,ଗଞ୍ଜିରେ ତ୍ରୀଶିକାର ହାତଯୋଡା ଫଟୋ ସହ ଓଡିଶାବାସୀଙ୍କୁ ସାହାଯ୍ୟ ପାଇଁ ଆକୁଳ ନିବେଦନ ଶ୍ରୀମନ୍ଦିର ନିକଟରେ ଉପସ୍ଥିତ ଲୋକଙ୍କ ଆଖିରେ ଲୁହ ଆଣିଦେଇଛି। ବାଇଟ୍3- ତ୍ରୀଶିକାର ପିଇସିବାଇଟ୍4-ପଡୋଶୀଫାଭିଓ- ତ୍ରୀଶିକାକୁ ହୋଇଥିବା SMA TYPE 2 – Spinal Muscular Atrophy ଏକ ବିରଳ ଜେନେଟିକ୍ / ବଂଶଗତ ରୋଗ। ବୟସ 6 ମାସ ରୁ 18 ମାସ ଭିତରେ ଏହି ଲକ୍ଷଣ ଦେଖାଯାଏ। ପିଲା ନିଜେ ବସିପାରେ, କିନ୍ତୁ ନିଜେ ଠିଆ ହୋଇପାରେ ନାହିଁ କି ଚାଲିପାରେ ନାହିଁ,, ମାଂସପେଶୀ ଦୁର୍ବଳ ହେବାସହ ହାତ ଗୋଡ ଥରିବା, ଶ୍ୱାସ ନେବାରେ କଷ୍ଟ, ବାରମ୍ବାର ଥଣ୍ଡା-କାଶ ଇତ୍ୟାଦି ଲାଗି ରହିବା ସହ ହାଡ ବଙ୍କା ହେବାର ସମ୍ଭାବନା ଥାଏ। ତେଣୁ ମହାପ୍ରଭୁଙ୍କ ଆର୍ଶୀବାଦ ସହଆପଣଙ୍କର ଛୋଟିଆ ସାହାଯ୍ୟ ଓ ରାଜ୍ୟ ସରକାରଙ୍କ ସହଯୋଗ ମିଳିଲେ ତ୍ରୀଶିକା ଏକ ନୂଆ ଜୀବନ ଫେରିପାଇବ।
