ବାଲୁକା ଆନିମେସନ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ୭୬ତମ ଜନ୍ମଦିନ

ବାଲୁକା ଆନିମେସନ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ୭୬ତମ ଜନ୍ମଦିନରେ ଶୁଭେଚ୍ଛା ଜଣାଇଲେ ମାନସ କୁମାର ସାହୁପୁରୀ, ଓଡ଼ିଶା: ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୬ତମ ଜନ୍ମଦିନ ଅବସରରେ ପୁରୀସ୍ଥିତ ନିଜ ଷ୍ଟୁଡିଓରେ ଏକ ସ୍ୱତନ୍ତ୍ର ବାଲୁକା ଆନିମେସନ୍ ସୃଷ୍ଟି କରିଛନ୍ତି।ନିଜର ଅନନ୍ୟ କଳାଶୈଳୀରେ ମାନସ ସାହୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭଗବାନ ବିଶ୍ୱକର୍ମାଙ୍କ ରୂପରେ ଚିତ୍ରଣ କରିଛନ୍ତି। ଏହା ସୃଜନଶୀଳତା, ନିର୍ମାଣ ଏବଂ “ବିକଶିତ ଭାରତ” ଗଠନର ଦୃଷ୍ଟିକୋଣକୁ ପ୍ରତୀକାତ୍ମକ ଭାବେ ପ୍ରକାଶ କରୁଛି। ଏହି ସ୍ୱତନ୍ତ୍ର ବାଲୁକା ଆନିମେସନ୍ ପ୍ରସ୍ତୁତ କରିବାକୁ ପ୍ରାୟ ଏକ ଘଣ୍ଟା ସମୟ ଲାଗିଥିଲା।ମାନସ ସାହୁ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୨୫ ବର୍ଷରୁ ଅଧିକ ରାଜନୈତିକ ଯାତ୍ରାରେ ଦେଶ ପାଇଁ ଅନେକ ମାଇଲଖୁଣ୍ଟ ଓ ପଦକ୍ଷେପ ଦେଖିବାକୁ ମିଳିଛି, ଯାହା ବିକଶିତ ଭାରତର ଦୃଷ୍ଟିକୋଣକୁ ଆଗକୁ ନେଇଛି।ଏହି ସ୍ୱତନ୍ତ୍ର ବାଲୁକା କଳା ମାଧ୍ୟମରେ ମାନସ ସାହୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହୃଦୟରୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହ ଏକ ସମୃଦ୍ଧ, ପ୍ରଗତିଶୀଳ ଏବଂ ବିକଶିତ ଭାରତ ପାଇଁ ଶୁଭକାମନା ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *