ହିଞ୍ଜିଳି ବିଜେପିରେ ଅନ୍ତର୍ଦ୍ୱନ୍ଦ ଆଗାମୀ ନିର୍ବାଚନ ପାଇଁ ବିପଦ ।
ହିଞ୍ଜିଳିକାଟୁ ୧୬ /୦୯/୨୬ ହିଞ୍ଜିଳିକାଟୁରେ ହିଞ୍ଜିଳି ବିଜେପିରେ ଆଜିକାଲି କିଛି ଖାସ ଚାଲୁନାହିଁ । ଆଞ୍ଚଳିକ ସ୍ତରୀୟ ନେତୃତ୍ୱ ନେଉଥିବା କିଛି କର୍ମୀଙ୍କ ଠାରୁ ଆରମ୍ଭ କରି ନିର୍ବାଚନ ମଣ୍ଡଳୀର ପ୍ରମୁଖଙ୍କ ମଧ୍ୟରେ ବାକ ବିତଣ୍ଡା ସହ ବିଭିନ୍ନ ସଭା କାର୍ଯ୍ଯରେ ସମନ୍ଵୟ ରହୁନଥବା ଯାହାକି ସ୍ଥାନୀୟ ଲୋକଙ୍କ ଠାରୁ ଶୁଣିବାରେ ମିଳୁଛି । ଗତ ଦିନରେ ଆସିକା ଅଞ୍ଚଳରେ ଦଳ ବିରୁଦ୍ଧରେ ,ଦଳ ବରିଷ୍ଠଙ୍କୁ ଖୁଲମ ଖୁଲା ଚଲେଞ୍ଜ କରୁଥିବା ଚିତ୍ର ଭାଇରଲ ହେବା ସାମାଜିକ ଗଣମାଧ୍ୟମରେ ସ୍ବଷ୍ଟ । ସେହିଭଳି ହିଞ୍ଜିଳି ନିର୍ବାଚନ ମଣ୍ଡଳୀରେ କିଛି ବିରୋଧୀ ଗ୍ରହଣ , ଠିକାଦାରୀ ପ୍ରୀତି ଏବଂ ଅର୍ଥ ଆଦାୟକୁ ନେଇ ସମାନ ବିବାଦ ଉପୁଜିଛି । ସେହିପରି ବିଭିନ୍ନ ସମୟରେ ଦଳୀୟ କାର୍ଯ୍ୟକ୍ରମ ଅଞ୍ଚଳରେ ହେଉଥିବା ବେଳେ ସଙ୍ଗଠନିକ ବିଷୟ ଆଲୋଚନା ଦୁର୍ବଳ ହେଉଥିବା ଜଣାପଡିଛି । ଦଳୀୟ ପ୍ରମୁଖଙ୍କ କାର୍ଯ୍ୟକ୍ରମକୁ ନେଇ ପ୍ରବଳ ପାଟିତୁଣ୍ଡ ସହ ବିଭିନ୍ନ ବିବାଦ ମଧ୍ୟ ଉପୁଜିଛି ଅଞ୍ଚଳରେ । ଦଳର ସ୍ଥିତି ବିଗିଡି ଯାଉଥିବା ବେଳେ ଦଳୀୟ ପ୍ରମୁଖଙ୍କ ଦଳପ୍ରତି ନିଘା ନଥିବା ନେଇ ହିଞ୍ଜିଳି ଅଞ୍ଚଳରେ ତୀବ୍ର ଆଲୋଚନା ହେଉଛି । ବିଦ୍ରୋହୀଙ୍କ କହିବା ପ୍ରକାରେ ଦଳ ପ୍ରମୁଖ ମାନେ ଦାୟିତ୍ୱ ତୁଲାଉଥିବା ବ୍ୟକ୍ତି ବିଶେଷମାନେ ଦଳକୁ ଜଳାଞ୍ଜଳି ଦେଇ ପ୍ରତିମାସରେ ନିଜସ୍ୱ ପାଣ୍ଠି ସଂଗ୍ରହ କରିବାରେ ବ୍ୟସ୍ତ ରହୁଛନ୍ତି ।ବିଭିନ୍ନ ସମୟରେ ଆଞ୍ଚଳିକ ଜନସାଧାରଣଙ୍କୁ ବଳି ପକାଇ ପାଣ୍ଠି ସଂଗ୍ରହ କରୁଥିବାରୁ ଦଳଭିତରେ ତୀବ୍ର ଅସନ୍ତୋଷ ବଢ଼ିବାରେ ପାଇଛି ।ଯାହା ଫଳରେ ସ୍ଥାନୀୟ କର୍ମୀ ଓ ବହୁ ସମର୍ଥକଙ୍କ ସହିତ ମନ୍ଦିର ପରିସରରେ ସଭା ସ୍ଥାନେ ସ୍ଥାନେ ଆୟୋଜିତ କରାଯାଉଛି ।ସେହିଭଳି ବିଜେପି ଦଳର ନାମକରା ବୋଲାଉଥିବା କର୍ମୀ ନିଜସ୍ୱ ଫାଇଦା ପାଇଁ ବହୁ ସମୟରେ ଅଞ୍ଚଳରେ ବିବାହ ସୃଷ୍ଟି କରୁଥିଲେ ମଧ୍ୟ , ଦଳ ପ୍ରମୁଖ ସେମାନଙ୍କୁ ଅହେତୁକ ଅନୁକମ୍ପା ପ୍ରଦର୍ଶନ ହେତୁ ବିଭିନ୍ନ ପଞ୍ଚାୟତରେ ଶାସକଦଳ ପ୍ରତି ବିରୋଧୀ ଆଭିମୁଖ୍ୟ ହେଉଥିବା ଦେଖିବାକୁ ମିଳିଛି ।ବିଭିନ୍ନ ପଞ୍ଚାୟତରେ ଜନସାଧାରଣ ସମସ୍ୟା ସମାଧାନରେ ବିଫଳତା ବେଳେ ମାତ୍ରାଧିକ ନିଜସ୍ୱ ପାଣ୍ଠି ସଂଗହକୁ ଗୁରୁତ୍ୱ ହେତୁ ବିଭିନ୍ନ ଉନ୍ନତି ମୂଳକ ଗାଁ କାର୍ଯ୍ୟରେ ନିମ୍ନମାନର କାର୍ଯ୍ୟ ସମ୍ପାଦନ ହେଉଥିବା ଦଳୀୟ ମର୍ଯ୍ୟାଦାକୁ ଅଣଦେଖା ରହୁଛି । ସାଧାରଣରେ କହିବାକୁ ଗଲେ ସାଧାରଣ ଜନତାଙ୍କ ସହିତ ଦୂରତା ରହିଛି ଏବଂ ଲୋକଙ୍କର ସମସ୍ୟା ସମାଧାନରେ ବିଫଳତା ଆସିଛି । ଯାଦ୍ବାରା ଶାସକଦଳକୁ ବିପଦମୁଖୀ କରିବା ସହ ଆଞ୍ଚଳିକ ଦଳ ବିଜେଡି ଏବଂ କଂଗ୍ରେସ ପାଇଁ ଦଳ ସଂଗଠନ କରିବାର ସୁଯୋଗ ଆଣି ଦେଉଛି ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ମଧ୍ୟ ହେଉଛି । ଏପରି ବ୍ୟବସ୍ଥା ଯଦି ଲାଗି ରହେ ଆଗାମୀ ନିର୍ବାଚନରେ ଏହାର ବିପରୀତ ପରିଣାମ ପଡିବ ନାହିଁ କହି ହେଉ ନାହିଁ । ଗତ ବିଧାନ ସଭା ନିର୍ବାଚନରେ ହିଞ୍ଜିଳିକାଟୁ ଜନସାଧାରଣ ଶାସକ ଦଳ ବିଜେପିକୁ ଯେଉଁ ବମ୍ପର ଭୋଟ ସହ ମର୍ଯ୍ୟାଦା ଦେଇଥିଲେ ଆଗାମୀ ପଞ୍ଚାୟତ ନିର୍ବାଚନରେ ତାହାର ଓଲଟା ପ୍ରତିକ୍ରିୟା ହେବ ବୋଲି ବିଭିନ୍ନ ପଞ୍ଚାୟତରେ ଆଲୋଚନା ହେଉଛି ।
