ରୋମାନ୍ସ, ସସ୍ପେନ୍ସ ଆଉ କମେଡିର ଜବରଦସ୍ତ କମ୍ବିନେସନ୍
ରୋମାନ୍ସ, ସସ୍ପେନ୍ସ ଆଉ କମେଡିର ଜବରଦସ୍ତ କମ୍ବିନେସନ୍!ଓଡ଼ିଆ ସିନେମା ଜଗତକୁ ଖୁବ୍ ଶୀଘ୍ର ଆସୁଛି ନୂଆ ଫିଲ୍ମ ‘ଅଜ୍ଞାତ ଦ୍ୱୀପ’।କ’ଣ ରହିଛି ଏହି ଅଜ୍ଞାତ ଦ୍ୱୀପର ରହସ୍ୟ? ରୋମାନ୍ସ ଭିତରେ ଲୁଚିଛି କି ସସ୍ପେନ୍ସ? ନା କମେଡି ଆଣିବ ଦର୍ଶକଙ୍କ ମୁହଁରେ ହସ?ଲକ୍ଷ୍ମୀ ବୈରାଗୀ ବ୍ୟାନରରେ ନିର୍ମିତ ହେବାକୁ ଯାଉଥିବା ଏହି ଓଡ଼ିଆ ଚଳଚ୍ଚିତ୍ର ପାଇଁ ପିପିଲିସ୍ଥିତ ଭାଲିଆବିଲି ଠାରେ ଆରମ୍ଭ ହୋଇଛି ପ୍ରସ୍ତୁତି।ନୂଆ ପୀଢ଼ିର ପ୍ରଯୋଜକ, ନିର୍ଦ୍ଦେଶକ ଓ ଲେଖକଙ୍କ ଭିନ୍ନ ଏକ ପରିକଳ୍ପନାରେ ତିଆରି ହେଉଥିବା ଏହି ଫିଲ୍ମର ପ୍ରଯୋଜନା ଭାର ନେଇଛନ୍ତି ପ୍ରଫୁଲ୍ଲ ପ୍ରଧାନ।ଫିଲ୍ମର ନିର୍ଦ୍ଦେଶନା ଦେବେ ନିରଞ୍ଜନ ମହାରଣା ଓ ସୁବ୍ରତ ଦିଗଲ, ଯେତେବେଳେ ସଙ୍ଗୀତ ନିର୍ଦ୍ଦେଶନା ଭାର ରହିଛି ଜାପାନୀଙ୍କ ଉପରେ।ଆଉ ଫିଲ୍ମର ଷ୍ଟାରକାଷ୍ଟକୁ ନେଇ ମଧ୍ୟ ରହିଛି ଆକର୍ଷଣ।ଅଭିଷେକ ପଣ୍ଡା ହିରୋ ଭୂମିକାରେ ଏବଂ ଆଲିନ ଅଙ୍କିତା ହିରୋଇନ୍ ଭୂମିକାରେ ନଜର ଆସିବେ।ସେହିପରି ବରିଷ୍ଠ କଳାକାର ଅଶ୍ରୁମୋଚନ ମହାନ୍ତିଙ୍କ ଅଭିନୟ ସହ ଦର୍ଶକଙ୍କୁ ହସାଇବେ ହାସ୍ୟ ଅଭିନେତା ଜ୍ଞାନ ଓରଫ୍ ‘ନାଲିଆମ୍ବ’।ଫିଲ୍ମରେ ସୁରୋଜ ତ୍ରିପାଠୀ, ସୁକାନ୍ତ ରଥ, ମୋହିନୀଙ୍କ ସମେତ ଅନ୍ୟ କଳାକାରମାନେ ମଧ୍ୟ ଅଭିନୟ କରିବେ।କେବଳ ଅଭିନୟ ନୁହେଁ, ସଙ୍ଗୀତରେ ମଧ୍ୟ ଆକର୍ଷଣୀୟ ହେବ ।

ବଲିଉଡ୍ର ସୁନାମଧନ୍ୟ କଣ୍ଠଶିଳ୍ପୀ ଉଦିତ ନାରାୟଣଙ୍କ ସହ ଦୀପ୍ତିରେଖା ପାଢ଼ୀ ଓ ଅନ୍ୟ କଣ୍ଠଶିଳ୍ପୀମାନେ ଫିଲ୍ମରେ କଣ୍ଠଦାନ କରିଛନ୍ତି।ତେବେ ଏହି ଫିଲ୍ମର ବିଶେଷତା କ’ଣ?ଅନେକ ନିଛକ ସତ୍ୟ କାହାଣୀକୁ ଆଧାର କରି ଏକ ପାରିବାରିକ କାହାଣୀକୁ ପରଦାରେ ଉପସ୍ଥାପନ କରିବାକୁ ଯାଉଛି ‘ଅଜ୍ଞାତ ଦ୍ୱୀପ’।ପିପିଲି ଭାଲିଆବିଲି ଠାରେ କଳାକାର ଓ ଟିମ୍ର ଉପସ୍ଥିତିରେ ହୋଇଛି ସ୍କ୍ରିପ୍ଟ ଅନୁଧ୍ୟାନ। ଏବେ ଖୁବ୍ ଶୀଘ୍ର ଫିଲ୍ମଟି ଯିବ ସୁଟିଂ ଫ୍ଲୋରକୁ।ଆଉ ପ୍ରଯୋଜକ ପ୍ରଫୁଲ୍ଲ ପ୍ରଧାନଙ୍କ ସୂଚନା ଅନୁସାରେ, ୨୦୨୭ ନୂଆବର୍ଷ ଅବସରରେ ମୁକ୍ତିଲାଭ କରିବ ‘ଅଜ୍ଞାତ ଦ୍ୱୀପ’। ତେବେ ଲକ୍ଷ୍ମୀ ବୈରାଗୀ ବ୍ୟାନରର ଏହି ନୂଆ ପ୍ରୟାସ… ନୂଆ କାହାଣୀ, ନୂଆ ଟିମ୍ ଓ ନୂଆ ଆଶା ସହ ଓଡ଼ିଆ ଦର୍ଶକଙ୍କ ପାଇଁ କ’ଣ ନେଇ ଆସୁଛି—ଏହି ଅଜ୍ଞାତ ଦ୍ୱୀପ ଏବେ ରହିଛି ତା’ଉପରେ ନଜର। ବ୍ୟୁରୋ ରିପୋର୍ଟ ଦି ରୁରାଲ ନିୟୁଜ୍ ଓଡ଼ିଆ।
