ଏଣିକି ମହାପ୍ରସାଦ ପ୍ରସ୍ତୁତିରେ ଜାଳେଣି କାଠର ଆଉ ହେବନାହିଁ ସମସ୍ୟା।

ଏଣିକି ମହାପ୍ରସାଦ ପ୍ରସ୍ତୁତିରେ ଜାଳେଣି କାଠର ଆଉ ହେବନାହିଁ ସମସ୍ୟା। ମହାପ୍ରସାଦ ପ୍ରସ୍ତୁତି ପାଇଁ ଜାଳେଣି କାଠର ଆବଶ୍ୟକତା ପୂରଣ ଓ ଏହାର ଅଭାବ ଦୂର କରିବା ପାଇଁ ସ୍ଥାୟୀ ବ୍ୟବସ୍ଥା ଉପରେ ସରକାରଙ୍କ ଫୋକସ୍। ଏବେ ମହାପ୍ରସାଦ ପ୍ରସ୍ତୁତି ପାଇଁ ଦୈନିକ ୧୦୦ କୁଇଣ୍ଟାଲରୁ ଉର୍ଦ୍ଧ୍ବ କାଠର ଆବଶ୍ୟକତା ରହିଥିବା ବେଳେ ଆଗକୁ ମହାଧାର୍ମିକ କାର୍ତ୍ତିକ ମାସ ଆସୁଥିବାରୁ ପର୍ଯ୍ୟାପ୍ତ ପରିମାଣର ଜାଳେଣି କାଠ ଶ୍ରୀମନ୍ଦିରକୁ ଯୋଗାଣ ଓ ବରାଦି ଭୋଗ ଉପରେ ଦିଆଯାଇଛି ଗୁରୁତ୍ୱ। ଜାଳେଣି କାଠର ଅଭାବ ଦୂର କରିବା ପାଇଁ ସରକାରୀ ଓ ଶ୍ରୀମନ୍ଦିର ଜମିରେ ନୂତନ ଜଙ୍ଗଲ ସୃଷ୍ଟି କରିବାକୁ ପରାମର୍ଶ ଦେଲେ ଆଇନମନ୍ତ୍ରୀ। ସୁଆରମହାସୁଆର ନିଯୋଗ ସହ ଆଲୋଚନା ପରେ ଆଇନମନ୍ତ୍ରୀ ଏନେଇ ପ୍ରତିକ୍ରିୟା ରଖିଛନ୍ତି। ସେପଟେ ଶ୍ରୀମନ୍ଦିରକୁ ଦୈନନ୍ଦିନ ଓ ପର୍ବପର୍ବାଣି ସମୟରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେଉଥିବାରୁ ମହାପ୍ରସାଦ ରନ୍ଧନ ପାଇଁ ଜାଳେଣି ଆବଶ୍ୟକତାକୁ ଦୃଷ୍ଟିରେ ରଖି ବ୍ୟାପକ ଝାଉଁ ଜଙ୍ଗଲ ଏବେଠାରୁ ସୃଷ୍ଟି କରାଯାଉ ବୋଲି କହିଛନ୍ତି ମହାପ୍ରଭୁ ଜଗନ୍ନାଥଙ୍କ ବାଡଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର।ବାଇଟ୍1- ପୃଥ୍ୱୀରାଜ ହରିଚନ୍ଦନ,,, ଆଇନମନ୍ତ୍ରୀ,,( ମହାପ୍ରସାଦ ଜାଳେଣି କାଠ ପାଇଁ ଝାଉଁ ଗଛ ଲାଗିବା PART ଲାଗିବ )ବାଇଟ୍2-ଜଗନ୍ନାଥ ସ୍ୱାଇଁ ମହାପାତ୍ର,ଜଗନ୍ନାଥଙ୍କ ବାଡଗ୍ରାହୀଭିଓ- ସେପଟେ ଖୁବଶୀଘ୍ର କାର୍ଯ୍ୟକାରୀ ହେବାକୁ ଯାଉଛି ଶ୍ରୀମନ୍ଦିର ସଂସ୍କାର ମାମଲାରେ ସୁପ୍ରିମକୋର୍ଟଙ୍କ ଆଦେଶ।

2019 ରେ ଅର୍ଥାତ 7 ବର୍ଷ ପୂର୍ବରୁ ସୁପ୍ରିମକୋର୍ଟ ଦେଇଥିବା 22 ଟି ନିର୍ଦୈଶାବଳୀରୁ ମୁଖ୍ୟ ନିର୍ଦ୍ଦେଶ ଥିଲା ଆନନ୍ଦବଜାରରେ ମହାପ୍ରସାଦ ଦର ତାଲିକା ନିର୍ଦ୍ଧାରଣ କରି ଭକ୍ତଙ୍କୁ ଶୋଷଣରୁ ମୁକ୍ତ କରିବା। ଏନେଇ ମଧ୍ୟ ଆଇନମନ୍ତ୍ରୀଙ୍କ ସହ ସୁଆରମହାସୁଆର ନିଯୋଗ ବିସ୍ତୃତ ଆଲୋଚନା କରିଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି। ତେବେ ସୁଆରମହାସୁଆର ନିଯୋଗ ତରଫରୁ ଦର ନିର୍ଦ୍ଧାରଣ ପାଇଁ ଶ୍ରୀମନ୍ଦିର ରୋଷଘରେ କୋଠଭୋଗରେ ସ୍ୱତନ୍ତ୍ର ଭାବେ ମହାପ୍ରସାଦ ପ୍ରସ୍ତୁତ ମଧ୍ୟ ହୋଇଥଲା। ସେପଟେ ମହାପ୍ରସାଦର ଅହେତୁକ ଦରବୃଦ୍ଧି ଯୋଗୁଁ ଭକ୍ତଙ୍କ ପକେଟ୍ ସର୍ପୋଟ କରୁନଥିବା ଓ ମହାପ୍ରସାଦ କିଣିବାରେ ଅନେକ ଦଲାଲଙ୍କ ଦ୍ବାରା ଠକାମିର ଶିକାର ହେବାକୁ ପଡୁଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ଶ୍ରୀମନ୍ଦିର ଭିତରେ କେବଳ ଓମଫେଡ୍ ଘିଅ ବ୍ୟବହାର ବାଧ୍ୟତାମୂଳକ କରାଯାଇଛି। ଓମଫେଡ୍ ଘିଅର ଦର ଅଧିକ ରହୁଥିବାରୁ ମହାପ୍ରସାଦ କିଣିବାରେ ଭକ୍ତଙ୍କ ପକେଟ୍ ସାଥ୍ ଦେଉନଥିବା କହିଛନ୍ତି ଖୋଦ୍ ସୁଆରମହାସୁଆର ନିଯୋଗର ସଭାପତି ପଦ୍ମନାଭ ମହାସୁଆର।ବାଇଟ୍3-ଅରବିନ୍ଦ ପାଢୀ,,ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକବାଇଟ୍4-ସମୀର ସାମନ୍ତରାୟ,,ଭକ୍ତବାଇଟ୍5-ପଦ୍ମନାଭ ମହାସୁଆର,, ସଭାପତି,, ସୁଆରମହାସୁଆର ନିଯୋଗଫାଭିଓ- ପୂର୍ବରୁ ଆଇନମନ୍ତ୍ରୀ ଏଭଳି ଅନେକ ପ୍ରତିଶୃତି ଦେଇ କାର୍ଯ୍ୟକାରୀ କରି ନ ଥିବାରୁ ପୁନର୍ବାର ଏବେ ଆଇନମନ୍ତ୍ରୀଙ୍କ ପ୍ରତିଶୃତି କାର୍ଯ୍ୟକାରୀ ହେଉଛି ନା ପାଣିର ଗାର ସଦୃଶ ହେଉଛି ତାହା ଉପରେ ସମସ୍ତଙ୍କ ନଜର l

Leave a Reply

Your email address will not be published. Required fields are marked *