ସ୍ବଚ୍ଛ ସାଗର ସୁରକ୍ଷିତ ସାଗର

କୋଣାର୍କ, ୨୦.୦୯()- କୋଣାର୍କ ଚନ୍ଦ୍ରଭାଗା ବେଳାଭୂମିରେ ଭାରତ ସରକାରଙ୍କ ପୃଥିବୀ ବିଜ୍ଞାନ ମନ୍ତ୍ରଣାଳୟ ପରିଚାଳିତ ଜାତୀୟ ସମୁଦ୍ର ପ୍ରଯୁକ୍ତି ପ୍ରତିଷ୍ଠାନ (ଏନ.ଆଇ.ଓ.ଟି) ଚେନ୍ନାଇ ସହଯୋଗରେ ପୁରୀ ଆଶ୍ରୟ ଅନୁଷ୍ଠାନ ପକ୍ଷରୁ “ସ୍ବଚ୍ଛ ସାଗର ସୁରକ୍ଷିତ ସାଗର” ବାର୍ତ୍ତା ନେଇ ସଚେତନତା ଓ ସଫେଇ କାର୍ଯ୍ୟକ୍ରମ ରବିବାର ସକାଳେ ଅନୁଷ୍ଠିତ ହୋଇଯାଇଛି। ଏନ.ଆଇ.ଓ.ଟି ନିର୍ଦ୍ଦେଶକ ପ୍ରଫେସର୍ ବାଲାଜୀ ରାମମକ୍ରିଷ୍ଣନ ଓ ସାମୁଦ୍ରିକ ବୈଜ୍ଞାନିକ ଏ ସୁସିନ୍ଦ୍ରମଙ୍କ ନିର୍ଦ୍ଦେଶକ୍ରମେ ଆୟୋଜିତ ହେଉଥିବା ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଏନ.ଆଇ.ଓ.ଟି ବୈଷୟିକ ପରିଚାଳକ ଡଃ ମୁକୁନ୍ଦ କେଶରୀ ଖାଡେଙ୍ଗା, ପୋଲିସ୍ ଅଧିକାରୀ ବିରଞ୍ଚି ରାଉଳ, ସମାଜସେବୀ ରାମକୃଷ୍ଣ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ। ଆଶ୍ରୟ ଅନୁଷ୍ଠାନ କର୍ମକର୍ତା ଓ ସ୍ଥାନୀୟ ବିଦ୍ୟାଳୟ ସବୁଜ ବାହିନୀ, ସ୍ୱେଚ୍ଛାସେବୀ ମାନେ ମିଳିତ ଭାବେ ସମୁଦ୍ର ବେଳାଭୁମି ସଫେଇ କରିବା ସହ ପ୍ଲା କାର୍ଡ ଓ ସ୍ଲୋଗାନ ମାଧ୍ୟମରେ ପର୍ଯ୍ୟଟକ ଓ ସ୍ଥାନୀୟ ଲୋକଙ୍କୁ ସଚେତନତା କରିଥିଲେ। ସମୁଦ୍ରକୁ ସ୍ୱଚ୍ଛ ଓ ସୁରକ୍ଷିତ ରଖିବା ପାଇଁ ଆହ୍ବାନ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଆଶ୍ରୟ ସଭାପତି ସୁନିଲ କୁମାର ପଣ୍ଡା, ସମ୍ପାଦକ ପ୍ରଦୀପ୍ତ କୁମାର ବଡ଼ଜେନା, କୋଷାଧ୍ୟକ୍ଷ ଦୀପକ କୁମାର ଜେନା, ସମାଜସେବୀ ଅନିଲ କୁମାର ମହାନ୍ତି, ଅରୁଣ ପ୍ରଧାନ, ସର୍ବେଶ୍ଵର ପ୍ରଧାନ, ଦେବବ୍ରତ ସାମନ୍ତରାୟ, ବିଭୂତି ପ୍ରଧାନ, ସୁକୁମଲ୍ ଚୌଧୁରୀ ଓ କୋଡା ବଳରାମ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *