ମଧ୍ୟପ୍ରଦେଶ ନଲଖେଡ଼ା ଦୁର୍ଘଟଣାରେ ପ୍ରାଣ ହରାଇଥିବା ୭ ଜଣଙ୍କୁ ଜୁଇ ଜଳିଲା ପୁରୀ ସୂର୍ଗଦ୍ଵାରରେ
ଅତୀତରେ ପାଣିରେ ବୁଡ଼ିଯିବାରୁ ଭାଇ ବଞ୍ଚାଇଥିଲେ । ଆଜି ନିଜେ ପାଣିରେ ବୁଡି ମଲେ । ପୁରୀ ସ୍ୱର୍ଗଦ୍ୱାର ଠାରେ,ମଧ୍ୟପ୍ରଦେଶ ନଲଖେଡା ଦୁର୍ଘଟଣାରେ ପ୍ରାଣ ହରାଇଥିବା ଶିବ ପ୍ରସାଦଙ୍କ ଭାଇ ସର୍ବେଶ୍ୱର କିଛି ଏମିତି ଦୁଃଖଭରା କଥା କହିଛନ୍ତି । ଶିବ ଅତ୍ୟନ୍ତ ସାହସୀ ଓ ପହଁରାରେ ଥିଲେ ବିଚକ୍ଷଣ । ଏକଦା ସେ ନିଜ ଭାଇ ସର୍ବେଶ୍ୱରଙ୍କୁ ପାଣିରେ ବୁଡି ଯାଉଥିବା ବେଳେ ବଞ୍ଚାଇ ଥିଲେ । ହେଲେ ଆଜି ସେଇ ଭାଇ ପାଣିରେ ବୁଡି ମୃତ୍ୟୁ ହେବାକୁ ସହଜରେ ଗ୍ରହଣ କରି ପାରୁ ନାହାଁନ୍ତି ଭାଇ ସର୍ବେଶ୍ୱର ।ସେପଟେ ପୁରୀ ସ୍ୱର୍ଗଦ୍ୱାରରେ ଏକା ସାଙ୍ଗରେ ଜଳିଛି,7 ଟି ଜୁଇ । ଏହି ସମୟରେ ସ୍ୱର୍ଗଦ୍ୱାରରେ ସୃଷ୍ଟି ହୋଇଥିଲା ଶୋକାକୁଳ ପରିବେଶ । ଆଜି ଭୋର୍ ରୁ ସ୍ୱର୍ଗଦ୍ୱାରରେ ଶୋକାକୁଳ ପରିବେଶ ମଧ୍ୟରେ ,ମଧ୍ୟପ୍ରଦେଶ ନଲଖେଡାରେ ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣାରେ ପ୍ରାଣ ହରାଇଥିବା 7 ଓଡ଼ିଆ ଶ୍ରଦ୍ଧାଳୁଙ୍କ ଜୁଇ ଜଳିଛି। ଶୋକାକୁଳ ପରିବେଶରେ,ପରିବାର ସଦସ୍ୟଙ୍କ ଉପସ୍ଥିତିରେ ସମସ୍ତ ମୃତକଙ୍କ,ଶେଷକୃତ୍ୟ ସମ୍ପନ୍ନ ହୋଇଛି । 7 ଜଣ ମୃତକଙ୍କ ପାଇଁ ମହାକାଳେଶ୍ଵର ଦର୍ଶନ ହେଲା ଶେଷ ଦର୍ଶନ ଏବେ ଶ୍ରୀକ୍ଷେତ୍ର ସ୍ୱର୍ଗଦ୍ୱାରରେ 7 ମର ଶରୀରର ଜୁଇ ଜଳିଛି । ମୃତ ଭଉଣୀ ରୀତାରାଣୀ ତାଙ୍କ ସ୍ୱାମୀ ଜ୍ଞାନେନ୍ଦ୍ର ଓ ତାଙ୍କ ପୁଅ,ସମେତ,ଅବିବାହିତ ରାଧାରାଣୀଙ୍କୁ ମୁଖାଗ୍ନି ଦେଇଛନ୍ତି ତାଙ୍କ ଭାଇ ଦିଲ୍ଲୀପ ବେହେରା ।ଶିବପ୍ରସାଦ ବେହେରା ଓ ତାଙ୍କ ଦୁଇ ପିଲାଙ୍କୁ ନିରଞ୍ଜନ ବେହେରା ମୂଖାଗ୍ନି ଦେଇଛନ୍ତି | ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ସ୍ୱର୍ଗଦ୍ୱାରରେ ଜିଲ୍ଲା ପ୍ରଶାସନ ଓ ସ୍ୱର୍ଗଦ୍ୱାର କମିଟି ପକ୍ଷରୁ ଦାହ ସଂସ୍କାର ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିଲା। ପୁରୀ ଅତିରିକ୍ତ ଜିଲ୍ଲାପାଳ ନିଜେ ଉପସ୍ଥିତ ରହି ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା କରାଇଥିଲେ । ସେପଟେ ମଧ୍ୟ ପ୍ରଦେଶ ଆଗର ମାଲୱା ଜିଲ୍ଲା ପ୍ରଶାସନକୁ ଦାୟୀ କରିଛନ୍ତି ମୃତକ ଶିବଙ୍କ ଭାଇ ସର୍ବେଶ୍ୱର ବେହେରା । ସୂଚନା ଫଳକ ଓ ବ୍ୟାରିକେଡ଼ିଂ ବ୍ୟବସ୍ଥା ନ ଥିବା ଯୋଗୁ ଏ ଦୁର୍ଘଟଣା ଘଟିଲା ବୋଲି ସେ କହିବା ସହ ଏ ନେଇ ସେ ପ୍ରଶାସନକୁ ଦାୟୀ କରିଛନ୍ତି l
