ବରିଷ୍ଠ ନେତାଙ୍କୁ ବିଜେଡିର ଗୁରୁ ଦାୟିତ୍ଵ

କୋଣାର୍କ,୨୫.୦୯- ବିଜୁ ଜନତା ଦଳର ସଙ୍ଗଠନକୁ ତୃଣମୂଳ ସ୍ତରରୁ ଅଧିକ କ୍ରିୟାଶୀଳ କରିବା ପାଇଁ ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକ ପୁରୀ ଜିଲ୍ଲା ପାଇଁ ନୂତନ ସାଙ୍ଗଠନିକ କମିଟି ଘୋଷଣା କରିଛନ୍ତି। ବିଭିନ୍ନ ବ୍ଲକର ବରିଷ୍ଠ ନେତାଙ୍କୁ ବିଜେଡିର ଗୁରୁ ଦାୟିତ୍ଵ ନିର୍ବାହ ପାଇଁ ଦାୟିତ୍ବ ଦିଆଯାଇଛି। ଏହି କମିଟିର କାର୍ଯ୍ୟକାରୀ ସଭାପତି ଭାବେ ପୁରୀ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ତଥା କାକଟପୁର ନିର୍ବାଚନ ମଣ୍ଡଳୀର ବରିଷ୍ଠ ନେତା ସ୍ୱାଧୀନ କୁମାର ନାୟକଙ୍କୁ ଚୟନ କରାଯାଇଛି। ଏଥି ସହିତ କାକଟପୁର ବ୍ଲକ କାଦୁଆ ପଞ୍ଚାୟତର ଦକ୍ଷ ନେତା ତଥା ସମାଜସେବୀ କୈଳାସ ଚନ୍ଦ୍ର ଲେଙ୍କା ତାଙ୍କର କାର୍ଯ୍ୟଦକ୍ଷତା ନେଇ ତାଙ୍କୁ ଜିଲ୍ଲା ସାଙ୍ଗଠନିକ କମିଟି ଉପ ସଭାପତି ଭାବେ ଚୟନ ହୋଇଛନ୍ତି। ସେହିପରି କାକଟପୁର ବାଙ୍ଗୁରିଗାଁ ପଞ୍ଚାୟତ ପୂର୍ବତନ ସରପଞ୍ଚ ତଥା ସଂଗଠକ ସତ୍ୟବ୍ରତ ପ୍ରଧାନ ଓ ଗୋପ ବ୍ଲକ ସୁତନ ପଞ୍ଚାୟତ ନୋମିନି କାଶୀନାଥ ବେହେରାଙ୍କୁ କମିଟିର ସଧାରଣ ସମ୍ପାଦକ ଭାବେ ମଧ୍ୟ ଚୟନ କରାଯାଇଛି। ଆଗାମୀ ପଞ୍ଚାୟତ ନିର୍ବାଚନ ଦୃଷ୍ଟିରୁ ଜିଲ୍ଲାରେ ଦଳର ତୃଣମୂଳ ସ୍ତରରୁ ସଂଗଠନକୁ ମଜବୁତ୍ କରିବା ପାଇଁ ଏପରି ଦକ୍ଷ ନେତାଙ୍କୁ ଚୟନ କରାଯାଉଥିବାରୁ ଦଳରେ ଉତ୍ସାହ ପରିଲକ୍ଷିତ ହୋଇଛି। ଏନେଇ ବିଭିନ୍ନ ମହଲରୁ ପଦବୀ ଧାରୀ ମାନଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି।

Leave a Reply

Your email address will not be published. Required fields are marked *