ପ୍ରେମ
ପ୍ରେମ
————
କରୁଣାକର ଦାସ
ପ୍ରେମ ନୁଁହେକେବେ ଶ୍ରାବଣ ଆକାଶେ
ଭିଜାଭିଜା ଇନ୍ଦ୍ରଧନୁ
ପ୍ରେମ ନୁଁହେକେବେ ପଦୁଅଁ ପତ୍ରର
ଟୋପାଏ ଶିଶିର ବିନ୍ଦୁ l
ପ୍ରେମ ନୁହେଁ ସେତ ଫଗୁଣ ମଳୟ
ଚୋରା ଚଇତାଳି ଛୁଆଁ
ପ୍ରେମ ଅଟେ ଖାଲି ବ୍ୟଥାବେଦନାର
ପାଉଁଶ ତଳର ନିଆଁ l
ପ୍ରେମ ନୁହେଁକେବେଗୋଲାପପାଖୁଡା
ରାତିର ରଜନୀଗନ୍ଧା
ପ୍ରେମ ପୁଣି କେବେ ମଲା ଜହ୍ନ ଟିଏ
ମାୟାବୀ ଚପଳ ଛନ୍ଦା l
ପ୍ରେମ ପୁଣି କେବେ ପାରିଜାତଫୁଲ
ଅଜାଣl ଫୁଲର ବାସ୍ନା
କେବେପୁଣି ପ୍ରେମ ଉଡ଼ନ୍ତା ପକ୍ଷୀର
ହଜାଇଥିବା ଠିକଣା l
ପ୍ରେମ ଅଟେ ପୁଣି ଛୋଟ ଆଲବମ
ଗୋଟିଏ ନିର୍ବୋଧ ପକ୍ଷୀ
ବୟସ ର ସେତ ନାଲି କୃଷ୍ଣଚୁଡା
ଅସହ୍ୟ ରାତିରେ ତାତି l
ପ୍ରେମ କେତେବେଳେ ନୀଳ ପାରିଜାତ
କେବେ ସେ ଝରା ଶେଫାଳି
କେବେପୁଣି ପ୍ରେମ ସମୟସ୍ରୋତରେ
ଜୀବନକୁଦିଏ ଜାଳି l
ପ୍ରେମରେ ଜୀବନ ପ୍ରେମରେମରଣ
ପ୍ରେମ ଅଟେ ନୀରବତା
କାହାଲାଗି ପ୍ରେମ ମଳୟ ଉଚ୍ଚାସ
କାଲାଗି ପ୍ରୀତି କବିତା l
—-0——
ଉଦଳା, ମୟୁରଭଞ୍ଜ
ମୋ :-୯୯୩୭୫୮୮୨୦୨
l
