ଶଙ୍କରାଚାର୍ଯ୍ୟଙ୍କୁ ଭେଟି ପରାମର୍ଶ ନେଲେ ଗଜପତି ମହାରାଜ

ପୁରୀ ଗୋବର୍ଦ୍ଧନ ପୀଠରେ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ସାନିଧ୍ୟ ନେଲେ ଗଜପତି ମହାରାଜ ଓ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟବୃନ୍ଦ । ବିଭିନ୍ନ ଧାର୍ମିକ ପ୍ରସଙ୍ଗରେ ଜଗତଗୁରୁଙ୍କ ସହ ଆଲୋଚନା ହେବାପରେ ଗୋବର୍ଦ୍ଧନ ମଠ ପରିସର ବୁଲି ଦେଖିଛନ୍ତି ପରିଚାଳନା କମିଟିର ସଦସ୍ୟବୃନ୍ଦ। ପରିଚାଳନା କମିଟିର ସ୍ଥାୟୀ ସଭାପତି ଗଜପତି ମହାରାଜା ଦିବ୍ୟସିଂହ ଦେବ,ପରିଚାଳନା କମିଟିର କାର୍ଯ୍ୟକାରୀ ସଭାପତି ତଥ୍ୟ ରାଜ୍ୟ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ,ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପରିଚାଳନା କମିଟିର ସେବାୟତ ପ୍ରତିନିଧି, ଏସପି ଓ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ ମାନେ ଜଗତଗୁରୁଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଶ୍ରୀମନ୍ଦିରରେ ଲାଗୁ ହେବାକୁ ଥିବା ବିଭିନ୍ନ ବ୍ୟବସ୍ଥା ଓ ବିଭିନ୍ନ ପ୍ରକଳ୍ପକୁ ନେଇ ଜଗଦଗୁରୁଙ୍କ ପରାମର୍ଶ ନେଇଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି । ଶ୍ରୀମନ୍ଦିର ପରିଚାଳନା କମିଟିର ସ୍ଥାୟୀ ସଭାପତି ଗଜପତି ଦିବ୍ୟସିଂହ ଦେବ ଓ କାର୍ଯ୍ୟକାରୀ ଅଧ୍ୟକ୍ଷ ତଥା ରାଜ୍ୟ ମୁଖ୍ୟ ଶାସନ ସଚିବ,ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ମଧ୍ୟ ଉପସ୍ଥିତ ଥିଲେ। ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକରେ ନିଷ୍ପତ୍ତି ହୋଇଥିବା ଆଦର୍ଶ ଗୁରୁକୂଳ ,ଶ୍ରୀଜଗନ୍ନାଥ ବ୍ୟାଖ୍ୟାନ କେନ୍ଦ୍ର,ଶ୍ରୀଜଗନ୍ନାଥ ତୀର୍ଥଯାତ୍ରୀ କେନ୍ଦ୍ର,ଜଗନ୍ନାଥ ବଲ୍ଲଭ ପ୍ରମୋଦ ଉଦ୍ୟାନ ପ୍ରକଳ୍ପ,ରଘୁନନ୍ଦନ ଲାଇବ୍ରେରୀ ଇତ୍ୟାଦିର ରୂପରେଖ ତଥା ଅଗ୍ରଗତି ସମ୍ପର୍କରେ ଜଗଦଗୁରୁଙ୍କୁ ଅବଗତ କରାଯାଇଥିଲା । ସେପଟେ ଆଲୋଚନା ପରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି ଜଗତଗୁରୁ ଶଙ୍କରାଚାର୍ଯ୍ୟ। ସମଗ୍ର ବିଶ୍ୱ ସମେତ ଦେଶରେ ଅରାଜକତା ଚାଲିଛି । ଧର୍ମ ସଂସ୍କୃତି ଧୀରେ ଧୀରେ ଅପଭ୍ରାଷ୍ଟ ହେବାରେ ଲାଗିଛି । ଓଡ଼ିଶାରେ ଏହା ନ ହେଉ ବୋଲି ମାର୍ଗଦର୍ଶନ ଦେଇଛନ୍ତି ଜଗଦଗୁରୁ ନିଶ୍ଚଳାନନ୍ଦ ସରସ୍ୱତୀ । ମହାନ ସନାତନ ଧର୍ମ ସଂସ୍କୃତିର ସୁରକ୍ଷା ପାଇଁ ସୁପ୍ରିମକୋର୍ଟଙ୍କ ନିଷ୍ପତି ଅନୁଯାୟୀ ,ତାଙ୍କ ପରାମର୍ଶ ନିଆଗଲେ,ସେ ଉଚିତ୍ ମାର୍ଗଦର୍ଶନ ଦେଇ ପାରିବେ । ଶେଷରେ ଶ୍ରୀମନ୍ଦିରରେ ହେବାକୁ ଯାଉଥିବା ଧାଡ଼ି ଦର୍ଶନ ବ୍ୟବସ୍ଥାକୁ ସେ ସ୍ୱାଗତ କରିଛନ୍ତି |

Leave a Reply

Your email address will not be published. Required fields are marked *