ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକlଏଣିକି ପୁରୁଣା ଅଳଙ୍କାର ବଦଳରେ ମହାପ୍ରଭୁ ପରିଧାନ କରିବେ ନୂଆ ଅଳଙ୍କାର । କେବଳ ଏତିକି ନୁହେଁ ବରଂ ଦୀର୍ଘବର୍ଷ ଧରି ବନ୍ଦ ରହିଥିବା ଶ୍ରୀଗୁଣ୍ଡିଚା ମନ୍ଦିର ଚଳିତମାସ ୩୦ ତାରିଖରେ ଭକ୍ତଙ୍କ ପାଇଁ ଖୋଲା ହେବ । ଭକ୍ତଙ୍କ ଭାବାବେଗ ସହ ଜଡିତ ମହାପ୍ରଭୁଙ୍କ ସୁବର୍ଣ୍ଣ ବେଶର ଏକ ନୂଆ ସେଟ୍ ନିର୍ମାଣ ଏବଂ ଗୁଣ୍ଡିଚା ମନ୍ଦିର ଖୋଲିବା ନିଷ୍ପତ୍ତି ଉପରେ ମୋହର ମାରିଛି ଶ୍ରୀମନ୍ଦିର ପରିଚାଳନା କମିଟି। ଶ୍ରୀମନ୍ଦିର ପ୍ରଶାସନ ନିଜସ୍ୱ ଅର୍ଥରେ ମହାପ୍ରଭୁଙ୍କ ସୁବର୍ଣ୍ଣ ଅଳଙ୍କାର ସେଟ୍ ନିର୍ମାଣ କରିବା ସହ ରତ୍ନଭଣ୍ଡାର ଗଣତି ସମୟରେ ପ୍ରସ୍ତୁତ ହୋଇଥିବା, ଭିଡିଓ ,ଫୋଟୋ,ଡିଜିଟାଲ ଡକ୍ୟୁମେଣ୍ଟେସନକୁ ପ୍ରାମାଣିକ ଆଧାରରେ ହିସାବରେ ନେଇ ପ୍ରସ୍ତୁତ ହେବ ନୂଆ ଅଳଙ୍କାର। ଏଥିପାଇଁ ଅନୁଭବୀ ଓ ଅଭିଞ୍ୟ ସଂସ୍ଥାକୁ ନିର୍ମାଣ ଦାୟିତ୍ୱ ଦିଆଯିବା ସହ ପାରମ୍ପରିକ ଆକୃତି,ଓଜନ,ଧାର୍ମିକ ପ୍ରାମାଣିକତାକୁ ନଜରରେ ରଖି ନିର୍ମିତ ହେବ ଏହି ଅଳଙ୍କାର ସେଟ୍। ଅନ୍ୟପଟେ ସେପ୍ଟେମ୍ବର 30 ରୁ ଭକ୍ତଙ୍କ ଉଦ୍ଦେଶ୍ୟରେ ଶ୍ରୀଗୁଣ୍ଡିଚା ମନ୍ଦିର ଖୋଲିବାକୁ ଥିବାବେଳେ ପ୍ରଥମ 3 ଦିନ ମାଗଣା ପ୍ରବେଶ କରିବେ ଭକ୍ତ ଶ୍ରଦ୍ଧାଳୁ। ତେବେ ସକାଳ ୬ ଟାରୁ ସନ୍ଧ୍ୟା 5 ଟା ପର୍ଯ୍ୟନ୍ତ ୧୦ ଟଙ୍କା ଟିକେଟ ମୂଲ୍ୟ ଦେଇ ଭକ୍ତମାନେ ଶ୍ରୀଗୁଣ୍ଡିଚା ମନ୍ଦିର ଭିତରକୁ ପ୍ରବେଶ କରିପାରିବେ | ବୟସ୍କ,ଶିଶୁ, ଦିବ୍ୟାଙ୍ଗଙ୍କ ପାଇଁ ମାଗଣା ପ୍ରବେଶ ରହିବ ବୋଲି ଶ୍ରୀମନ୍ଦିର ପରିଚାଳନା ବୈଠକ ଶେଷ ହେବା ପରେ କହିଛନ୍ତି ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ। ବାଇଟ୍1- ଅରବିନ୍ଦ ପାଢୀ,,ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ,,,( ଅଳଙ୍କାର ସେଟ୍ ଏବଂ ଗୁଣ୍ଡିଚା ମନ୍ଦିର ଖୋଲିବା PART ଲଗାଇବେ )ବାଇଟ୍2-ମଧୁସୂଦନ ସିଂହାରୀ,,ପରିଚାଳନା କମିଟିର ସଦସ୍ୟଭିଓ- ସେପଟେ ଶ୍ରୀମନ୍ଦିରରେ ପୁରୀବାସୀଙ୍କ ପାଇଁ ସ୍ୱତନ୍ତ୍ର ପ୍ରବେଶ ଉପରେ ପରିଚାଳନା କମିଟି ବୈଠକରେ ମଧ୍ୟ ବିସ୍ତୃତ ଆଲୋଚନା କରାଯାଇଛି । ପୁରୀବାସୀଙ୍କ ଆଧାରକାର୍ଡ ଅନୁଧ୍ୟାନ କରାଯିବା ସହ ସ୍ଲଟ୍ ବୁକିଙ୍ଗ ମାଧ୍ୟମରେ ସମୟ ଧାର୍ଯ୍ୟ କରାଯାଇ ଦର୍ଶନ ବ୍ୟବସ୍ଥା କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ସେପଟେ ସେବାୟତ କଲ୍ୟାଣ ଯୋଜନା ଓ ଆଦର୍ଶ ଗୁରୁକୂଳ ସମ୍ପର୍କରେ ମଧ୍ୟ ବୈଠକରେ ଆଲୋଚନା କରାଯାଇଛି । ଆଦର୍ଶ ଗୁରୁକୂଳ ନିର୍ମାଣ କାର୍ଯ୍ୟଆରମ୍ଭ ହୋଇଥିବା ବେଳେ 13 ଶହ ମିଟର ପ୍ରାଚୀର ମଧ୍ୟରେ ଗୁରୁକୁଳ ପରିସୀମା ରହିବାକୁ ଥିବାବେଳେ 800 ମିଟର ପ୍ରାଚୀର ନିର୍ମାଣ କାର୍ଯ୍ୟ ସରିଛି।ଗୁରୁକୂଳ ପ୍ରକଳ୍ପ ମଧ୍ୟରେସ୍କୁଲ,ମନ୍ଦିର,ଖେଳ ପଡ଼ିଆ,ଅତ୍ୟାଧୁନିକ ଅଡିଟୋରିଅମ,ହଷ୍ଟେଲ ମଧ୍ୟ ନିର୍ମାଣ ହେବ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି। ଓଡିଶା ସେତୁ ନିର୍ମାଣ ନିଗମ ଏହି ନିର୍ମାଣ କାର୍ଯ୍ୟ ଦାୟିତ୍ୱ ନେଇଥିବା ବେଳେ ମୁଖ୍ୟମନ୍ତ୍ରୀ, ଆଇନମନ୍ତ୍ରୀ ଓ ଗଜପତି ମହାରାଜାଙ୍କ ଉପସ୍ଥିତିରେ ଭୂମି ପୂଜନ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ଏହାଛଡା ସେବକ ବାସଗୃହ ଯୋଜନା, ଶ୍ରୀଜଗନ୍ନାଥ ଭୂମି ପରିଚାଳନା ଅଧିନିୟମ ୨୦୨୬ ପାଇଁ ଅନଲାଇନ ପୋର୍ଟାଲ କାମ ଚାଲିଥିବା ବେଳେ ଶ୍ରୀଜଗନ୍ନାଥ ତତ୍ତ୍ୱ, ଗବେଷଣା,ପ୍ରକାଶନ ଓ ପ୍ରଚାର ସବକମିଟି ଉପରେ ଆଲୋଚନା ହୋଇଛି। ଯେକୌଣସି ସଂସ୍ଥା କିମ୍ବା ଅନୁଷ୍ଠାନ ମହାପ୍ରଭୁଙ୍କ ପ୍ରତି ବ୍ୟତିକ୍ରମ ତଥ୍ୟ ପରିବେଷଣ କଲେ ଗଜପତି ମହାରାଜାଙ୍କ ଅଧକ୍ଷତାରେ ହୋଇଥିବା ସବକମିଟି ଆବଶ୍ୟକ ପଡିଲେ ଦିଲ୍ଲୀ ଯିବେ ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ। ସେପଟେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ଏଏସଆଇ ଡିଜି ୟଦୁବୀର୍ ସିଂ ରାୱତ। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକଙ୍କୁ ଭେଟିବା ପରେ ଶ୍ରୀମନ୍ଦିର ଓ ସୂର୍ଯ୍ୟ ମନ୍ଦିରର ରକ୍ଷଣାବେକ୍ଷଣ ଓ ସଂରକ୍ଷଣ ଉପରେ ପ୍ରତିକ୍ରିୟା ରଖିଛନ୍ତି ଏଏସଆଇ ଡିଜି। ବାଇଟ୍3-ଅରବିନ୍ଦ ପାଢୀ,,( ପୁରୀବାସୀଙ୍କ ଦର୍ଶନ,, ସେବକ କଲ୍ୟାଣ ଯୋଜନା,, ମହାପ୍ରଭୁଙ୍କ ତତ୍ତ୍ୱ ଗବେଷଣା ପ୍ରକାଶନ ଓ ଭୂମି ପରିଚାଳନା ଅଧିନିୟମ ୨୦୨୬ PART ଲଗାଇବେ )ବାଇଟ୍4-ୟଦୁବୀର୍ ସିଂ ରାୱତ,,ଏଏସଆଇ ଡିଜିଫାଭିଓ- ବୈଠକରେ ହୋଇଥିବା ନିଷ୍ପତି କେବେ କାର୍ଯ୍ୟକାରୀ କରାଯାଉଛି ତାହା ଉପରେ ସମସ୍ତଙ୍କ ନଜର

Leave a Reply

Your email address will not be published. Required fields are marked *