ପୁରୀରେ ବିକଶିତ ଭାରତ ସଂକଳ୍ପ ସଭା
ପୁରୀରେ ବିକଶିତ ଭାରତ ସଂକଳ୍ପ ସଭା ଅନୁଷ୍ଠିତ ହୋଇଯାଇଛି। ବଗଲା ଧର୍ମଶାଳା ଠାରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗ ଦେଇଥିଲେ। ସଭା ପରେ ବଗଲା ଧର୍ମଶାଳା ଠାରୁ ସେବା ଜ୍ୟୋତି ଶୋଭାଯାତ୍ରା ବାହାରି ଗୁଣ୍ଡିଚା ମନ୍ଦିର ଠାରେ ପହଞ୍ଚିଥିଲା। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ପୁରୀ ଲୋକସଭା ସାଂସଦ ସମ୍ବିତ ପାତ୍ର, ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ର, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକଙ୍କ ସହ ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର ଏହି ଶୋଭାଯାତ୍ରାରେ ସାମିଲ୍ ହୋଇଥିଲେ। ବିଜେପିର ବହୁ ନେତା ଓ କର୍ମୀ ମଧ୍ୟ ଶୋଭାଯାତ୍ରାରେ ଭାଗ ନେଇଥିଲେ। ୨୦୪୭ ସୁଦ୍ଧା ଭାରତ ଏକ ବିକଶିତ ରାଷ୍ଟ୍ର ଭାବେ ଗଢ଼ି ଉଠିବ। ପ୍ରଧାନମନ୍ତ୍ରୀ ଙ୍କ ଏହି ଲକ୍ଷ୍ୟ ନିଶ୍ଚିତ ପୂରଣ ହେବ। ଏଣୁ ଆଜି ଏନେଇ ସଂକଳ୍ପ ନେଇଛୁ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ। ସେହିପରି ପୁରୀ ଟୁରୁଜିମ୍ ହବ୍ ହେବ। ଏହାଦ୍ବାରା ଲୋକଙ୍କ ରୋଜଗାର ଚାରି ଗୁଣା ହେବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ।
