ଶ୍ରୀସେତୁ ଉପରେ ଅନ୍ଧକାର ଯୋଗୁଁ ଦୁର୍ଘଟଣା
ଶ୍ରୀସେତୁ ଉପରେ ଅନ୍ଧକାର ଫଳରେ ଦୁର୍ଘଟଣା। ଆଜି ଭୋର ସମୟରେ ଏକ ଗାଡ଼ି ଧକ୍କାରେ ଜଣେ ଯୁବକ ଗୁରୁତର। ଗୁରୁତର ଆହତଙ୍କୁ ପୁରୀ ବଡ ଡାକ୍ତରଖାନା କୁ ସ୍ଥାନାନ୍ତରିତ କରାଯାଇ ଚିକିତ୍ସା କରାଯାଇଛି। ବୀର ହରେକୃଷ୍ଣ ପୁରୁ ରୁ ଶ୍ରୀ ସେତୁ ରୁ ଜଗନ୍ନାଥ ବଲ୍ଲଭ ପାର୍କିଂ ପଯ୍ୟନ୍ତ ଅନ୍ଧକାର। ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ପ୍ରଶାସନ ନିଘା ନାହିଁ । ରଥଯାତ୍ରା ସମୟରେ ମଧ୍ୟ ଅନ୍ଧକାର ରହିଥିଲା ଗଣମାଧ୍ୟମରେ ପ୍ରସାରଣ ପରେ ଆଲୋକୀକରଣ ହେଲା କିନ୍ତୁ ଯଥା ପୂର୍ବ ତଥା ପରଂ ପୁଣି ଅନ୍ଧକାର ଯୋଗୁଁ ଅନେକ ସମୟରେ ଦୁର୍ଘଟଣା ହେଉଛି।
