ପରିବେଶ ସୁରକ୍ଷା ପାଇଁ କଲେଜରେ ବୃକ୍ଷ ରୋପଣ
କୋଣାର୍କ,୧୩.୧୦- କୋଣାର୍କ ଭଗବତୀ ମହାବିଦ୍ୟାଳୟ ପୁରାତନ ଛାତ୍ର ସଂଘ ପକ୍ଷରୁ ପରିବେଶ ସୁରକ୍ଷା ନେଇ ମଙ୍ଗଳବାର ସକାଳେ ବ୍ୟାପକ ବୃକ୍ଷ ରୋପଣ କରାଯାଇଛି। ପୁରାତନ ଛାତ୍ର, କଲେଜର ଜାତୀୟ ସେବା ଯୋଜନା ବାହିନୀ, ସମର ଶିକ୍ଷାର୍ଥୀ ବାହିନୀ, ରେଡ କ୍ରସ୍ ସ୍ୱେଚ୍ଛାସେବୀ ଓ କୋଣାର୍କ ବନ ବିଭାଗ କର୍ମଚାରୀ ମାନେ ମିଳିତ ଭାବେ କଲେଜ ପରିସରରେ ଥିବା ଇଣ୍ଡୋର୍ ଷ୍ଟାଡିୟମ୍ ନିକଟ ଖାଲି ସ୍ଥାନରେ ୧୮୦ ବୃକ୍ଷ ରୋପଣ କରିଥିଲେ।

ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ପୁରାତନ ଛାତ୍ର ଶାହା ଅନସାରୀ, ରାମକୃଷ୍ଣ ମହାନ୍ତି, ପଞ୍ଚାନନ ବରାଳ, ରଞ୍ଜିତ ରାଉତରାୟ, ଭାଗିରଥୀ ସ୍ବାଇଁ, ବିଚିତ୍ର ଓଝା, ଜ୍ଞାନ ରଞ୍ଜନ ବିଶ୍ଵାଳ, ପିନାକୀ ନାୟକ, ଆଭାସ ମୁଦୁଲି, ଅଧ୍ୟାପକ ବିନୟ ଭୂଷଣ ମହାନ୍ତି, ଅଧ୍ୟାପକ ଅରବିନ୍ଦ ସାହୁ ଓ ବନପାଳ କାର୍ତ୍ତିକ ମୁଣ୍ଡା ଙ୍କ ସମେତ ୫୦ରୁ ଉର୍ଦ୍ଧ୍ବ ସ୍ୱେଚ୍ଛାସେବୀ କଲେଜ ଛାତ୍ର ଛାତ୍ରୀ, ପୁରାତନ ଛାତ୍ର ଓ ବନ କର୍ମଚାରୀ ମାନେ ଯୋଗଦେଇ ବୃକ୍ଷ ରୋପଣ କରିଥିଲେ।
