ନବଦୁର୍ଗା
ଡ. ପ୍ରେମାନନ୍ଦ ବେହେରା

ଶୈଳପୁତ୍ରୀ
ହିମାଳୟଙ୍କର ତପସ୍ୟା ପ୍ରାର୍ଥନା
ହୋଇଲା ଯେବେ ସଫଳ
ଶୈଳପୁତ୍ରୀ ରୂପେ ମାଆ ଦେବୀ ଦୁର୍ଗା
ତା’ କୋଳେ ଜନମ ନେଲ ।।

ବ୍ରହ୍ମଚାରିଣୀ
ମାଁ ବ୍ରହ୍ମଚାରିଣୀ ଦୁର୍ଗତି ନାଶିନୀ
ତୁହି ପରମ ଦୟାଳୁ
ଡାହାଣ ହାତରେ ମନ୍ତ୍ର ଜପାମାଳି
ବାମ କରେ କମଣ୍ଡଳୁ ।

ଚନ୍ଦ୍ରଘଣ୍ଟା
ଉଗ୍ରରୂପୀ ତୁହି ଦେବୀ ଚନ୍ଦ୍ରଘଣ୍ଟା
ବିରାଜି ସିଂହ ଉପରେ
ବହୁ ଅସ୍ତ୍ରଶସ୍ତ୍ରେ ସଜ୍ଜିତା ଆସୀନା
ଯୁଦ୍ଧାଭିମୁଖୀ ମୁଦ୍ରାରେ ।

କୁଷ୍ମାଣ୍ଡା
ଜନନୀ କୁଷ୍ମାଣ୍ଡା ଭକତ ବତ୍ସଳା
ମହାଦେବୀ ଅଷ୍ଟଭୂଜା
ଅମୃତ କଳସ ଚକ୍ର ଗଦା ଧନୁ
କମଳ ହାତରେ ସଜା ।।

ସ୍କନ୍ଦମାତା
କୁମାର କାର୍ତ୍ତିକ ମାତା ସ୍କନ୍ଦମାତା
ମହାମାୟୀ ଚର୍ତୁର୍ଭୁଜା
ତୁମେ ନବରାତ୍ର ପଞ୍ଚମ ଦିବସେ
ପାଇଥାଅ ମାଁ ଗୋ ପୂଜା ।।

କାତ୍ୟାୟନୀ
କାତ୍ୟାୟନ ଋଷି ତପେ ହୋଇ ପ୍ରୀତ
ଋଷି କନ୍ୟା ରୂପେ ଜନ୍ମି
କନ୍ୟାମାନେ ନିଜ ଇଚ୍ଛା ମନାସନ୍ତି
ପୂଜି ଦେବୀ କାତ୍ୟାୟନୀ ।।

କାଳରାତ୍ରୀ
ନବରାତ୍ର ମଧ୍ୟେ ସପ୍ତମ ଦିବସେ
ହୁଅ ବିକଟାଳ ରୂପ
ତ୍ରୀନେତ୍ର ଧାରିଣୀ ଗର୍ଦଭ ଉପରେ
କାଳରାତ୍ରୀ ମାଁ ପ୍ରକଟ ।।

ମହାଗୌରୀ
ସୌମ୍ୟ ରୂପ ବହି ଗୌରବର୍ଣ୍ଣ କାନ୍ତି
ଚଢ଼ି ବୃଷଭ ବାହନ
ଶୁଦ୍ଧ ଶ୍ୱେତବସ୍ତ୍ର ପିନ୍ଧି ମହାଗୌରୀ
କର ଅଭୟ ପ୍ରଦାନ।।

ସିଦ୍ଧିଦାତ୍ରୀ
ପଦ୍ମାସନା ଦେବୀ ଚତୁର୍ଭୂଜା କରେ
ଶଙ୍ଖ ଚକ୍ର ଗଦା ପଦ୍ମ
ଭକ୍ତ ମନୋବାଞ୍ଛା ପୂର୍ଣ୍ଣ କରବୋଲି
ସିଦ୍ଧିଦାତ୍ରୀ ତବ ନାମ ।।

ପଦ୍ମପୁର, ବରଗଡ଼

Leave a Reply

Your email address will not be published. Required fields are marked *