କୋଣାର୍କରେ ଜଗତଜନନୀ ମା ଦୁର୍ଗାଙ୍କ ଶାରଦୀୟ ପାର୍ବଣ ପୂଜା ଆରମ୍ଭ
କୋଣାର୍କ ୧୮.୧୦- ବିଶ୍ବ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ କୋଣାର୍କ ଠାରେ ଶ୍ରୀଶ୍ରୀ ନରସିଂହଦେବ ଦୁର୍ଗା ପୂଜା କମିଟି ପକ୍ଷରୁ ଜଗତଜନନୀ ମା ଦୁର୍ଗାଙ୍କ ଶାରଦୀୟ ପାର୍ବଣ ପୂଜା ଧାର୍ମିକ ରୀତିନୀତି ଓ ପରମ୍ପରା ଅନୁଯାୟୀ ଆରମ୍ଭ ହୋଇଛି। ନରସିଂହ ଦେବ ଦୁର୍ଗା ପୂଜା କମିଟିର ମୁଖ୍ୟ ଉପଦେଷ୍ଟା ଗୋପାଳ ଚନ୍ଦ୍ର ବେହେରା, ଉପଦେଷ୍ଟା ରାମକୃଷ୍ଣ ମହାନ୍ତି, ସଭାପତି ଶତ୍ରୁଜିତ ନାୟକ, ସଂପାଦକ ସୁବୋଧ ଖଟୁଆ, ପଦ୍ମ ଚରଣ ବେଉରା, ପୂର୍ବତନ ସଭାପତି ସୁଶାନ୍ତ କୁମାର ମହାନ୍ତି, ନଟବର ମହାରଣା, କୋଷାଧ୍ୟକ୍ଷ ବିରବର ସ୍ବାଇଁ ଓ ସ୍ବାଧୀନ ନାୟକ ପ୍ରମୁଖଙ୍କ ସମେତ ସଂଗଠନର ସମସ୍ତ କର୍ମକର୍ତ୍ତା ମାନେ ଏହି ଶାରଦୀୟ ପୂଜାର ପରିଚାଳନା କରୁଛନ୍ତି। ଆକର୍ଷଣୀୟ ତୋରଣ, ଆଲୋକ ସାଜସଜ୍ଜା ସହ ଦେବୀଙ୍କ ମନଲୋଭା ପ୍ରତିମା ଶ୍ରଦ୍ଧାଳୁ ମାନଙ୍କୁ ଆକୃଷ୍ଟ କରିବା ସହ ଭକ୍ତି ଭାବ ସୃଷ୍ଟି କରୁଛି ପରିବେଶ। ସ୍ଥାନୀୟ ଲୋକଙ୍କ ସହ ଦେଶୀ ବିଦେଶୀ ପର୍ଯ୍ୟଟକ ମାନେ ମଧ୍ଯ ମାଆଙ୍କ ଦର୍ଶନ କରି ଆଶୀର୍ବାଦ ନେଉଥିବା ଦେଖିବାକୁ ମିଳିଛି। ଏନେଇ କମିଟି ସଦସ୍ୟଙ୍କ ସହ ଶ୍ରଦ୍ଧାଳୁ ମାନେ ପୂଜାର ମଜା ନେଉଛନ୍ତି। ଆସନ୍ତା ବୁଧବାର ବିଜୟା ଦଶମୀ ଦଶହରା ପର୍ବ ସହ ଶୁକ୍ରବାର ଭସାଣୀ ଉତ୍ସବ ଓ ଘଟ ବିସର୍ଜନ କାର୍ଯକ୍ରମ ରହିଥିବା ନେଇ କମିଟି ପକ୍ଷରୁ ସୂଚନା ଦିଆଯାଇଛି।
